Indus Valley Times

ଗଜପତି: କବି କଳହଂସ ଗୋପାଳ କୃଷ୍ଣ ପଟ୍ଟନାୟକଙ୍କ ଜୟନ୍ତୀ ସମାରୋହ

 Breaking News

ଗଜପତି: କବି କଳହଂସ ଗୋପାଳ କୃଷ୍ଣ ପଟ୍ଟନାୟକଙ୍କ ଜୟନ୍ତୀ ସମାରୋହ

ଗଜପତି: କବି କଳହଂସ ଗୋପାଳ କୃଷ୍ଣ ପଟ୍ଟନାୟକଙ୍କ ଜୟନ୍ତୀ ସମାରୋହ
June 21
22:29 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୧/୬: ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ଓ ଭକ୍ତି ସଙ୍ଗୀତ ସଂସଦର ମିଳିତ ସହଯୋଗରେ କବି କଳହଂସ ଗୋପାଳ କୃଷ୍ଣଙ୍କ ଜୟନ୍ତୀ ପାରଳାଖେମୁଣ୍ଡି ସ୍ଥିତ ଟାଉନ୍ ହଲ୍ ଠାରେ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମକୁ ଦେବୀ ମଠର ମହନ୍ତ ମହାରାଜ ଶ୍ରୀ ରାମାନନ୍ଦ ଦାସଜୀ ଉଦଘାଟନ କରିଥିଲେ। ଭକ୍ତି ସଙ୍ଗୀତ ସଂସଦର ସମ୍ପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ରଥ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।
ଏହି ଅବସରରେ ଅନ୍ୟତମ ଅତିଥି ବୃନ୍ଦ ଶ୍ରୀ ବିରେନ୍ଦ୍ର କୁମାର ଦାସ , ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ୱ), ଜ୍ଞାନ ରଞ୍ଜନ ମାଝୀ , ଡେପୁଟି କଲେକ୍ଟର , ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ , ଜିଲ୍ଲା ସଂସ୍କୃତି ଅଧିକାରୀ ,ଶ୍ରୀମତି ନିର୍ମଳା ସେଠୀ ,ଅଧ୍ୟକ୍ଷା , ପାରଳା ପୌର ପରିଷଦ , ଶ୍ରୀ ବନମାଳୀ ଶତପଥୀ ନିର୍ବାହୀ ଅଧିକାରୀ, ପାରଳା ପୌର ପରିଷଦ ପ୍ରମୁଖ ଯୋଗ ଦେଇ ଗୋପାଳ କୃଷ୍ଣଙ୍କ ଜୀବନୀ ଓ ତାଙ୍କର ସାହିତ୍ୟ କୃତ୍ତି ଉପରେ ସ୍ମୃତି ଚାରଣ କରିଥିଲେ।
ଏହି ଅବସରରେ ନରେନ୍ଦ୍ରପୁର ସ୍ଥିତ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟାପକ ଡ: ହୃଷିକେଶ ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଗୋପାଳ କୃଷ୍ଣଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହ ମଧ୍ୟ ଯୁଗୀୟ କବି ମାନଙ୍କ ମଧ୍ୟରେ ଶ୍ରେଷ୍ଠ ବୋଲି ଉପସ୍ଥାପନ କରିଥିଲେ। ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଶ୍ରୀ ତୀର୍ଥବାସୀ ପଣ୍ଡା ସଭାକାର୍ଯ୍ୟ ପରିଚାଳନା କରିଥିଲେ। ସଭା ଶେଷରେ କାର୍ଯ୍ୟକାରୀ ସମ୍ପାଦକ ଶ୍ରୀ ରାଜେନ୍ଦ୍ର କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଅବସରରେ ଜଗନ୍ନାଥ ଓଡିଶୀ କଳା କେନ୍ଦ୍ରର ନୃତ୍ୟ ଗୁରୁ ସୁଶ୍ରୀ ଡି: ପ୍ରିୟଙ୍କା ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ।ଏହାପରେ ଗୁରୁ ରଘୁନାଥ ପାତ୍ର ଓ ଗୁରୁ ମାଧବ ପାତ୍ରଙ୍କ ସଂଯୋଜନାରେ କବି କଳହଂସ ଗୋପାଳ କୃଷ୍ଣଙ୍କ ରଚିତ ପଦ୍ୟାବଳୀରୁ ସଂଗୃହୀତ ସଙ୍ଗୀତ ଭକ୍ତି ସଙ୍ଗୀତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପରିବେଷଣ କରା ଯାଇଥିଲା ।
ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶ୍ରୀମତି ବବିତା ପୁରୋହିତ ପରିଚାଳନା କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031