Indus Valley Times

ଗଜପତି : ଜିଲ୍ଲାସ୍ତରୀୟ ଆଦି କର୍ମଯୋଗୀ ତାଲିମ ଶିବିର କାର୍ଯ୍ୟକ୍ରମ ଉଦଯାପିତ

 Breaking News

ଗଜପତି : ଜିଲ୍ଲାସ୍ତରୀୟ ଆଦି କର୍ମଯୋଗୀ ତାଲିମ ଶିବିର କାର୍ଯ୍ୟକ୍ରମ ଉଦଯାପିତ

September 08
18:53 2025

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୮/୯ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ ଆଦି କର୍ମଯୋଗୀ ତାଲିମ୍ କାର୍ଯ୍ୟକ୍ରମ ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଶ୍ରୀ ଅଂଶୁମାନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ତିନି ଦିନିଆ ଆଦି କର୍ମଯୋଗୀ ତାଲିମ୍ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି।
ଏହି ତାଲିମ୍ ରେ ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ , ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସୋଲମନ ରାଇକା ପ୍ରମୁଖ ଉପସ୍ଥିତ ଥିଲେ।
ଉକ୍ତ ତାଲିମ୍ ରେ ଶିକ୍ଷା , ସ୍ୱାସ୍ଥ୍ୟ , ଗ୍ରାମ୍ୟ ଉନ୍ନୟନ , ମହିଳା ଓ ଶିଶୁ ବିକାଶ , ପଞ୍ଚାୟତିରାଜ , ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଗୁଡ଼ିକର ବ୍ଲକ ସ୍ତରୀୟ ଅଧିକାରୀ ମାଷ୍ଟର ଟ୍ରେନର ମାନଙ୍କୁ ତାଲିମ୍ ଦିଆଯାଇଛି।
ମୁଖ୍ୟତଃ ତାଲିମ୍ ପାର୍ଥିଙ୍କୁ ବିଭିନ୍ନ କୌଶଳ ମାଧ୍ୟମରେ ଦଳଗତ ଆଲୋଚନା , ଉପସ୍ଥାପନା ଓ ବିଭିନ୍ନ ଖେଳ ମାଧ୍ୟମରେ ଅତି ସୁନ୍ଦର ଭାବରେ ତାଲିମ ଦେଇଥିଲେ।
୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଓ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କରିବା ନିମନ୍ତେ ସେବା , ସମର୍ପଣ ଓ ସଂକଳ୍ପ ରଖି ଶେଷ ମାଇଲ ଖୁଣ୍ଟ ପର‌୍ୟ୍ୟନ୍ତ ଦାୟିତ୍ଵପୂର୍ଣ ପ୍ରଶାସନ ହିସାବରେ କାର୍ଯ୍ୟ କରିବା ଓ ଗ୍ରାମର ସର୍ବାଙ୍ଗୀନ ଉନ୍ନତି କରିବା ନିମନ୍ତେ ଶପଥ ନେଇଥିଲେ।
ଆଦି କର୍ମଯୋଗୀ ତାଲିମରେ ସରକାରୀ ଅଧିକାରୀଙ୍କୁ ଗୋଷ୍ଠୀ ର ଜନସାଧାରଣଙ୍କ ଜ୍ଞାନ , କୌଶଳ , ମନୋବୃତି ବୃଦ୍ଧି କରାଯାଇ ତୃଣମୂଳ ସ୍ତରରେ ସଫଳ ରୂପାୟନ କରିବା ବିଷୟରେ ବୁଝା ଯାଇଥିଲା।
ଉକ୍ତ ତାଲିମ ରେ ଜିଲ୍ଲାସ୍ତରୀୟ ମାଷ୍ଟର ଟ୍ରେନର ଦାତା ଭାବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆର.ଉଦୟଗିରି , ଗୁମ୍ମା ଓ ରାୟଗଡ ଉପସ୍ଥିତ ରହି ବିଭିନ୍ନ ସରକାରୀ ଅଧିକାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରା ଯାଇଥିଲା। ଜିଲ୍ଲାର ୭ ଗୋଟି ବ୍ଲକ୍ ର ୫୫ ଜଣଙ୍କୁ ବ୍ଳକ୍ ମାଷ୍ଟର ଟ୍ରେନର ଭାବରେ ତାଲିମ୍ ଦିଆଯାଇଛି।
ଏହି କାର୍ଯ୍ୟକ୍ରମରେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ , ସମନ୍ଵିତ ଶିଶୁ ବିକାଶ ଅଧିକାରୀ , ପିରାମଲ ଫାଉଣ୍ଡେସନ , ବିଭିନ୍ନ ସେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାଙ୍କୁ ତାଲିମ ପ୍ରଦାନ କରାଯାଇଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31