Indus Valley Times

ଗଜପତି: ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ପାଳିତ

 Breaking News

ଗଜପତି: ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ପାଳିତ

November 10
20:15 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ପାରଳାଖେମୁଣ୍ଡି, ୧୦/୧୧:ଗଜପତି ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ପାରଳାଖେମୁଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସର\’ରେ ଆଜି ଜିଲ୍ଲା କୃଷି ଓ କୃଷକ ସଶକ୍ତ-କରଣ ବିଭାଗ ପକ୍ଷରୁ ମହା ସମାରୋହରେ ପାଳିତ ହୋଇଯାଇଛି ।
ଏଥିରେ ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଜପତି ଜିଲ୍ଲାରେ ମାଣ୍ଡିଆ ଚାଷ ଏକ ଅର୍ଥକାରୀ ଫସଲ ଓ ଜିଲାର ସମସ୍ତ ବ୍ଲକରେ ମାଣ୍ଡିଆ ଚାଷ ଉନ୍ନତ ମାନର ଚାଷ ହେଉଛି ।
ଏଣୁ ଚାଷୀ ଭାଇ ମାନଙ୍କୁ ଅନୁରୋଧ ମାଣ୍ଡିଆ ଚାଷ କରି ଜୀବିକା ଉପାର୍ଜନ କରିବା ସହିତ ଭଲ ଲାଭବାନ ହୁଅନ୍ତୁ ବୋଲି କହିଥିଲେ । ଏହା ଏକ ପ୍ରୋଟିନ୍ ଯୁକ୍ତ ଡାଏଟାରୀ ଫାଇବର , ଅନେକ ଭିଟାମିନର ଏକ ସମୃଦ୍ଧ ଉତ୍ସ ।
ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ଉଦ୍ଦେଶ୍ୟରେ ମାର୍ଗଶୀର ମାସ ପ୍ରଥମ ଗୁରୁବାରକୁ ରାଜ୍ୟରେ ମାଣ୍ଡିଆ ଦିବସ ଭାବେ ପାଳନ କରିବାକୁ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।
ତେଣୁ କରି ମାଣ୍ଡିଆ ଭଳି ପୁଷ୍ଟିଶସ୍ୟକୁ ଆମ ଦୈନନ୍ଦିନ ଜୀବନର ଖାଦ୍ୟ ଅଭ୍ୟାସରେ ସାମିଲ କରି ଖାଦ୍ୟ ବ୍ୟବସ୍ଥାରେ ଏକ ପ୍ରମୁଖ ସ୍ଥାନ ଦେବା ସହ ଏକ ସୁସ୍ଥ ସମାଜ ଗଠନ ପ୍ରକ୍ରିୟା\’ରେ ସହାୟକ ହେବାକୁ ଆହ୍ବାନ କରିଥିଲେ ଜିଲ୍ଲାପାଳ ଶ୍ରୀ ପଣ୍ଡା ।
କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ କୈଳାଶ ଚନ୍ଦ୍ର ବେହେରା ସଭାପତିତ୍ବ କରି କାର୍ଯ୍ୟକ୍ରମର ତାତ୍ପର୍ଯ୍ୟ , ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ କହି ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଏହି କାର୍ଯ୍ୟକ୍ରମକୁ ସହକାରୀ କୃଷି ଅଧିକାରୀ ଶୁଭଶ୍ରୀ ପ୍ରିୟଦର୍ଶିନୀ ସଂଯୋଜନା କରିଥିଲେ ଏବଂ ସଂଘମିତ୍ରା ପ୍ରଧାନ \”ମାଣ୍ଡିଆ ଦିବସ\” ଘୋଷଣାନାମା ପଠନ କରିଥିଲେ ।
ସମ୍ମାନୀତ ଅତିଥି ଭାବେ , ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଜଳ ବିଭାଜିକା ଶ୍ରୀ ସୁରେଶ କୁମାର ପଟ୍ଟନାୟକ , ସିଡ଼ିଭିଓ ଡ଼ାଃ ଗିରିଶ ଚନ୍ଦ୍ର ମହାନ୍ତି ଓ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଟ ବୈଜ୍ଞାନିକ ଡଃ.ସଂଗ୍ରାମ ପରମଗୁରୁ ପ୍ରମୁଖ ମଞ୍ଚାସିନ ରହି ପୂର୍ବପୁରୁଷ ଅମଳରୁ ମାଣ୍ଡିଆ , କାଙ୍ଗୁ , ସୁଆଁ ପ୍ରଭୃତି କ୍ଷୁଦ୍ର ଶସ୍ୟକୁ ପ୍ରଧାନ ଖାଦ୍ୟ ଭାବେ ବ୍ୟବହୃତ ହୋଇଆସୁଛି ।
ମାଣ୍ଡିଆ ଏକ ପୁଷ୍ଟିକର ଶସ୍ୟ ଏବଂ ଏହା ଆମ ସ୍ୱାସ୍ଥ୍ୟ ପାଇଁ ହିତକର । ଗ୍ରାମାଞ୍ଚଳରେ ଏସଏଚଜି: ମାଆ ମାନଙ୍କ ସମେତ ଅନ୍ୟ ଚାଷୀମାନେ କିଭଳି ମାଣ୍ଡିଆକୁ ପ୍ରକ୍ରିୟାକରଣ କରି ତାଙ୍କର ଅର୍ଥନୈତିକ ସ୍ଵଚ୍ଛାଲ କରାଇ ପାରିବେ ଏବଂ ଏହାଦ୍ବାରା ମାଣ୍ଡିଆ ଚାଷୀର ଜୀବନ ଜୀବିକାରେ କିଭଳି ଉନ୍ନତି ହୋଇଥାଏ ଏବଂ ଶରୀରରେ କିଭଳି ରୋଗ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ଏବଂ ସର୍ବୋପରି ମାଣ୍ଡିଆର ପୁଷ୍ଟିକର ଗୁଣ ଥିବା ଯୋଗୁଁ ଏହା ସ୍ୱାସ୍ଥ୍ୟର ପୁଷ୍ଟି ସୁରକ୍ଷା ଦୃଷ୍ଟିରୁ ବେଶ ଗୁରୁତ୍ଵ ବହନ କରିଥାଏ ବୋଲି କହି ମାଣ୍ଡିଆ ଓ ମାଣ୍ଡିଆ ଚାଷର କିଭଳି ପ୍ରସାର ଅଭିବୃଦ୍ଧି ଘଟିବ , ସେ ସମ୍ପର୍କରେ ବିସ୍ତୃତ ଭାବେ କହିଥିଲେ ।
କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ତରଫରୁ ମାଣ୍ଡିଆ ଚାଷୀଙ୍କୁ ମାଣ୍ଡିଆ କିଟ ବଣ୍ଟନ କରି ଚାଷୀ ମାନଙ୍କୁ ପ୍ରୋତ୍ସାହିତ କରା ଯାଇଥିଲା ।
ଜିଲ୍ଲା କୃଷି ବିଭାଗ ଦ୍ଵାରା ୫ ଗୋଟି ଷ୍ଟଲ ଖୋଲାଯାଇ ଚାଷୀ ମାନଙ୍କୁ ମାଣ୍ଡିଆ କିପରି ବ୍ୟବହାର କରିବେ ତାହା ପ୍ରଦର୍ଶନ କରିଥିଲେ । ଏହି ଷ୍ଟଲ ସବୁକୁ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ରିବନ୍ କାଟି ଉଦଘାଟନ କରିବା ସହ ବୁଲି ଦେଖିଥିଲେ।
ମୋହନା ବ୍ଲକ ସୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନଙ୍କ ଦ୍ଵାରା ମିଲେଟ୍ ଜଳଖିଆ ପ୍ରସ୍ତୁତ କରି ବିକ୍ରି କରା ଯାଇଥିଲା।
ସେହିପରି ଜିଲ୍ଲାର ସର୍ବୋତ୍ତମ କୃଷକ ଭାବେ ଗୁମ୍ମା , ରାୟଗଡ଼ ମୋହନା ଓ ଆର. ଉଦୟଗିରି ବ୍ଲକର ଚାଷି ମାନଙ୍କୁ ପୁରସ୍କାର ଓ ମାନପତ୍ର ଦେଇ ସମ୍ମାନିତ କରା ଯାଇଥିଲା ।
ପରେ ମାଣ୍ଡିଆ ଦିବସ ଉପଲକ୍ଷେ ଶ୍ରୀ ଜସେବ ଗମାଙ୍ଗ ନିଜ ଭାଷାରେ କେନ୍ଦରା ଯନ୍ତ୍ର ମାଧ୍ୟମରେ ଏକ ସୁନ୍ଦର ଗୀତ ଶୁଣାଇଥିଲେ ।
ଏହି କାର୍ଯ୍ୟକ୍ରମରେ ଏସଡିଭିଓ: ଡ଼ାଃ ରମାକାନ୍ତ ରଣା , ଜିଲ୍ଲା ଉଦ୍ୟାନ ବିଭାଗ ଉପ ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ କୁମାର ଦାସ , ମିଶନଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀ ରଶ୍ମିରଞ୍ଜନ ସେଠୀ , ଜିଲ୍ଲା ଜଳସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ ସଞ୍ଜୟ କୁମାର ରଥ , ଏଡିଏଓ: ଶ୍ରୀ ଇରେନୀୟାସ ପ୍ରଧାନ ପ୍ରମୁଖଙ୍କ ସମେତ ଜିଲ୍ଲାର ସାତ ଗୋଟି ବ୍ଲକରୁ ୨୫୦ ରୁ ଉର୍ଦ୍ଧ ମାଣ୍ଡିଆ ଚାଷୀ ଯୋଗ ଦେଇଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁ ଓଡ଼ିଶା ମିଲେଟ ମିଶନର ଗଜପତି ଜିଲ୍ଲା ସଂଯୋଜିକା ସୁଶ୍ରୀ ସାକ୍ଷୀ ଯାୟମିନି , ସିଡ଼ିପି ତଥା ବିବିଧୟତା ପ୍ରକଳ୍ପର ଜିଲ୍ଲା ପରିଚାଳିକା ସୁଶ୍ରୀ ବିଦିସା ପାଢ଼ୀ ଏବଂ ସହକାରୀ କୃଷି ଅଧିକାରୀ ଶ୍ରୀ କେ: ସୁରଜ କୁମାର ପାତ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031