Indus Valley Times

ଗଜପତି: ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ପକ୍ଷରୁ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ୫୦ ତମ ତିରୋଧାନ ଦିବସ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ପକ୍ଷରୁ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ୫୦ ତମ ତିରୋଧାନ ଦିବସ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି: ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ପକ୍ଷରୁ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ୫୦ ତମ ତିରୋଧାନ ଦିବସ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ
May 26
19:49 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୬/୫: ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ ସାଇଲମ୍ କଲ୍ୟାଣ ମଣ୍ଡପର ସମ୍ମିଳନୀ କକ୍ଷ ଠାରେ ନବ ଉତ୍କଳର ନିର୍ମାତା , ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ ପୁରୋଧା , ଓଡ଼ିଶା ଭାଷା-ଭିତ୍ତିକ ରାଜ୍ୟ ଗଠନର ମୁଖ୍ୟ ବିନ୍ଧାଣୀ ତଥା ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୫୦ ତମ ତିରୋଧାନ ଦିବସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ସ୍ଥାନୀୟ ବଜାର ଛକ ସ୍ଥିତ ମହାରାଜାଙ୍କ ପ୍ରତିମୂର୍ତ୍ତି ଠାରେ ଗଜପତି ଜିଲ୍ଲା ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର କର୍ମକର୍ତ୍ତା ମାନଙ୍କ ପକ୍ଷ\’ରୁ ପୁଷ୍ପମାଲ୍ୟ ଓ ପୁଷ୍ପ ଦେଇ ଭକ୍ତିପୂତ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରା ଯାଇଥିଲା । ।
ସେହିଭଳି ଗଜପତି ମହାରାଜାଙ୍କ ସ୍ମୃତି-ସୌଧ ପୀଠ ଠାରେ ମଧ୍ୟ ସମ୍ମିଳନୀର କର୍ମକର୍ତ୍ତା ମାନଙ୍କ ପକ୍ଷରୁ ପୁଷ୍ପମାଲ୍ୟ ଓ ପୁଷ୍ପ ଅର୍ପଣ କରି ଭକ୍ତିପୂତ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରା ଯାଇଥିଲା ।
ଏହି ଅବସରରେ ଅପରାହ୍ନ ସମୟରେ ଶ୍ରୀ ସାଇଲାମ୍ କଲ୍ୟାଣ ମଣ୍ଡପ ସଭାଗୃହ ଠାରେ ସମ୍ମିଳନୀର ଜିଲ୍ଲା ସଭାପତି ଡଃ ସିଦ୍ଧେଶ୍ୱର ମିଶ୍ରଙ୍କ ସଭାପତିତ୍ୱରେ ଏକ ସ୍ମୃତିଚାରଣ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ସଭାପତି ଡଃ ମିଶ୍ର ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ଗଜପତି ଜିଲ୍ଲା ଶାଖାର ଆଭିମୁଖ୍ୟ ସମ୍ପର୍କରେ କହିବା ସହ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରଚେଷ୍ଟା ଓ ଅବଦାନ ଯୋଗୁ ହିଁ ଆଜି ଆମେ ଓଡ଼ିଆ\’ର ପରିଚୟ ପାଇ ପାରିଛେ ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମରେ ପ୍ରତ୍ନତତ୍ତ୍ଵ ବିତ୍ , ଗବେଷକ ତଥା ଐତିହାସିକ ଶ୍ରୀ ଶ୍ରୀରଙ୍ଗ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ବାଲ୍ୟ ଓ କର୍ମମୟ ଜୀବନୀ ଓ ତାଙ୍କର କୃତିତ୍ଵ ଓ ଅବଦାନର ବିଭିନ୍ନ ଦିଗ ସମ୍ପର୍କରେ ସ୍ମୃତିଚାରଣ କରି ପାରଳାଖେମୁଣ୍ଡିରୁ ହିଁ ପାରଳା ମହାରାଜାଙ୍କ ଦ୍ଵାରା ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୂଳଦୁଆ ପଡ଼ିବା ସହ ପ୍ରତିଶ୍ରୁତି ଦିଆ ଯାଇଥିଲା ଏବଂ ପରବର୍ତ୍ତୀ କାଳରେ ଭାଷା ଭିତ୍ତିକ ସ୍ବତନ୍ତ୍ର ପ୍ରଦେଶ ଗଠନରେ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରଚେଷ୍ଟା , ସାଧନା ଓ ଅବଦାନ ଫଳରେ ତାହା ସମ୍ଭବ ହୋଇଥିଲା ବୋଲି କହିଥିଲେ ।
ସମ୍ମିଳନୀର ରାଜ୍ୟ ଉପସଭାପତି ଶ୍ରୀ ଗୌରାଙ୍ଗ ଚରଣ ରାଉତ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଓଡ଼ିଆଙ୍କୁ ଏକତ୍ରିକରଣ କରିବା ଓ ସର୍ବୋପରି ରାଜ୍ୟ ମିଶ୍ରଣ ଭଳି ମହାନ୍ ପ୍ରଚେଷ୍ଟା ଓ ଅବଦାନ ଯୋଗୁଁ ଆଜି ଓଡିଶା ଭାଷା ଭିତ୍ତିକ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମ୍ଭବ ହୋଇପାରିଛି କହି ଏ ଦିଗରେ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଭୂମିକା ଅତ୍ୟନ୍ତ ସର୍ବାଗ୍ରେ ବୋଲି କହିଥିଲେ। ।
କାର୍ଯ୍ୟକ୍ରମରେ ସ୍ଥାନୀୟ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସରୋଜ କୁମାର ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ବାଲ୍ୟ , ଶିକ୍ଷା ଓ ବୈବାହିକ ଜୀବନ ଆଲୋଚନା କରିବା ସହ ପାରଳାଖେମୁଣ୍ଡି ଠାରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀ ଅଧିବେଶନ , ରାଜନୈତିକ ଏବଂ ଦୁରଦୃଷ୍ଟି ଚିନ୍ତାଧାରା ସମେତ ଶିକ୍ଷା , ସ୍ଵାସ୍ଥ୍ୟ , ଗମନାଗମନ , କ୍ରୀଡା ଓ ସଂସ୍କୃତି ପ୍ରଭୃତିର ଉନ୍ନତି କ୍ଷେତ୍ରରେ ତାଙ୍କର ଅବଦାନ ଓ କୃତିତ୍ୱ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।
ସେହିଭଳି ସମ୍ମିଳନୀର ସମ୍ପାଦିକା ଶ୍ରୀମତୀ ତନୁଜା ଶତପଥୀ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ବିଭିନ୍ନ କୃତିତ୍ୱ କାର୍ଯ୍ୟକ୍ରମ ଏବଂ ଭାଷାଭିତ୍ତିକ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ତାଙ୍କର ଭୂମିକା ର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ ।
କାର୍ଯ୍ୟକ୍ରମରେ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ଗଜପତି ଜିଲ୍ଲା ଶାଖାର ଶ୍ରୀ ସଚିଦା ନନ୍ଦ ସାମଲ , ଶ୍ରୀ ଭଗବତ ପାଢ଼ୀ ,ଏବଂ ଶ୍ରୀ ଲିଙ୍ଗରାଜ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଦେଶପ୍ରିତି , ସେବା ମୂଳକ କାର୍ଯ୍ୟ ଓ କୃତିତ୍ୱ ପ୍ରଭୃତିର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।
ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ସମ୍ମିଳନୀର ଶ୍ରୀମତୀ ସବିତା ପଣ୍ଡିତ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଶେଷରେ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ , ଗଜପତି ଜିଲ୍ଲା ଶାଖାର ବରିଷ୍ଠ ସଦସ୍ୟ ଶ୍ରୀ ଲୋକନାଥ ମିଶ୍ର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ସମସ୍ତ କାର୍ଯ୍ୟକ୍ରମରେ ଶ୍ରୀମତୀ ମାନସୀ ପଣ୍ଡା , ଶ୍ରୀମତୀ ସବିତା ପଣ୍ଡିତ , ଶ୍ରୀମତୀ ପ୍ରଫୁଲ୍ଲ କୁମାରୀ ବେବର୍ତ୍ତା ଏବଂ ଶ୍ରୀ ମୁରଲୀ ଧର ପରିଚ୍ଛା ପ୍ରମୁଖ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031