Indus Valley Times

ଗଜପତି : ସିୟୁଟିଏମ ରେ ଏଆଇ ଓ ମେସିନ୍ ଲର୍ଣ୍ଣିଂ ପ୍ରୟୋଗ ଉପରେ ଦୁଇ ସପ୍ତାହିଆ ଅଧ୍ୟାପକ ବିକାଶ କାର୍ଯ୍ୟକ୍ରମ ଉଦ୍‌ଯାପିତ

 Breaking News

ଗଜପତି : ସିୟୁଟିଏମ ରେ ଏଆଇ ଓ ମେସିନ୍ ଲର୍ଣ୍ଣିଂ ପ୍ରୟୋଗ ଉପରେ ଦୁଇ ସପ୍ତାହିଆ ଅଧ୍ୟାପକ ବିକାଶ କାର୍ଯ୍ୟକ୍ରମ ଉଦ୍‌ଯାପିତ

ଗଜପତି : ସିୟୁଟିଏମ ରେ ଏଆଇ ଓ ମେସିନ୍ ଲର୍ଣ୍ଣିଂ ପ୍ରୟୋଗ ଉପରେ ଦୁଇ ସପ୍ତାହିଆ ଅଧ୍ୟାପକ ବିକାଶ କାର୍ଯ୍ୟକ୍ରମ ଉଦ୍‌ଯାପିତ
October 10
19:00 2026

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୦/୧୦ : ଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ଆର: ସୀତାପୂର-ଆଲୁରୀ ନଗର ଠାରେ ଥିବା ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ପ୍ରଯୁକ୍ତି ଓ ପରିଚାଳନା (ସିୟୁଟିଏମ) ପରିସରରେ “ମୂଳ ଇଞ୍ଜିନିୟରିଂ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା (ଏ ଆଇ) ଓ ମେସିନ୍ ଲର୍ଣ୍ଣିଂର ପ୍ରୟୋଗ” ଶୀର୍ଷକ ଦୁଇ ସପ୍ତାହିଆ ଅଧ୍ୟାପକ ବିକାଶ କାର୍ଯ୍ୟକ୍ରମ (ଏଫଡ଼ିପି)ର ଉଦ୍‌ଯାପନୀ ସମାରୋହ ଆଜି ୧୦/୧୦/୨୦୨୬ ରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର‌୍ୟ୍ୟକ୍ରମକୁ ନିଟ ପାଟନା ଓ ସିୟୁଟିଏମ, ପାରଳାଖେମୁଣ୍ଡି’ର ମିଳିତ ଆୟୋଜନରେ ଏବଂ ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ (ମେଇଟୀ)ର ସହଯୋଗରେ ଆୟୋଜନ କରାଯାଇଥିଲା।
ଏହି ଏଫଡିପି ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯେ, ଅଧ୍ୟାପକ ମାନଙ୍କ ଜ୍ଞାନ ଓ ଦକ୍ଷତା ବୃଦ୍ଧି କରିବା ସହିତ ମୂଳ ଇଞ୍ଜିନିୟରିଂ ବିଷୟଗୁଡ଼ିକରେ ଏ ଆଇ ଓ ମେସିନ୍ ଲର୍ଣ୍ଣିଂର ପ୍ରୟୋଗ ସମ୍ପର୍କରେ ଜ୍ଞାନ ଆଦାନ-ପ୍ରଦାନ’କୁ ପ୍ରୋତ୍ସାହିତ କରିବା।
ଉଦ୍‌ଯାପନୀ ସମାରୋହରେ ନିଟ ୱାରଙ୍ଗଲ’ର ସହଯୋଗୀ ପ୍ରଫେସର ଡ. ପ୍ରବୀଣ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଯାପନୀ ଅଭିଭାଷଣ ପ୍ରଦାନ କରିଥିଲେ। ସିୟୁଟିଏମ’ର ସଂଯୋଜିକା ଡ. ପ୍ରଜ୍ଞା ପରମିତା ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅଂଶଗ୍ରହଣକାରୀ ମାନେ ମଧ୍ୟ ନିଜର ଅନୁଭୂତି, ଶିକ୍ଷଣ ଓ ମତାମତ ବାଣ୍ଟିଥିଲେ।
ଏହି ଅବସରରେ ସ୍କୁଲ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ସୋଏଟ) ଓ ସ୍କୁଲ୍ ଅଫ୍ କମ୍ପ୍ୟୁଟର ଆଣ୍ଡ ଡାଟା ସାଇନ୍ସ ର ଡିନ୍ ଡ. ପ୍ରଫୁଲ୍ଲ କୁମାର ପଣ୍ଡା ଏବଂ କୁଳସଚିବ ଡ. ଅନିତା ପାତ୍ର ନିଜର ଅଭିଭାଷଣ ରଖିଥିଲେ।
ସମାରୋହ କାର୍ଯ୍ୟକ୍ରମ ଅବସରରେ ଅତିଥିମାନଙ୍କୁ ସମ୍ମାନିତ କରାଯାଇ ଥିବା ବେଳେ ଶେଷରେ କାର୍ଯ୍ୟକ୍ରମର ଆବାହକ ଡ. ପ୍ରଭାତ କୁମାର ପଟ୍ଟନାୟକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଗୋଷ୍ଠୀ ଫଟୋଗ୍ରାଫ୍ ସହିତ ସମାରୋହର ସମାପନ ହୋଇଥିଲା।
ଏହି ଅଧ୍ୟାପକ ବିକାଶ କାର୍ଯ୍ୟକ୍ରମ ଶିକ୍ଷା ଓ ଗବେଷଣା କାର୍ଯ୍ୟକ୍ରମରେ ନୂତନ ପ୍ରଯୁକ୍ତିର ସମନ୍ୱୟ, ଆନ୍ତଃବିଷୟକ ଜ୍ଞାନ ଆଦାନ-ପ୍ରଦାନ ଏବଂ ଅଧ୍ୟାପକ ମାନଙ୍କ ବୃତ୍ତିଗତ ଦକ୍ଷତା ବିକାଶ ଦିଗରେ ନିଟ୍-ପାଟନା ଓ ସିୟୁଟିଏମର ମିଳିତ ପ୍ରୟାସକୁ ପ୍ରତିଫଳିତ କରିଥିଲା।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031