Legatus

ଗଜପତି: ସେଞ୍ଚୁରିଅନ ୟୁନିଭରସିଟିର ୧୦ ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

 Breaking News

ଗଜପତି: ସେଞ୍ଚୁରିଅନ ୟୁନିଭରସିଟିର ୧୦ ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

December 12
21:16 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ପାରଳାଖେମୁଣ୍ଡି, ୧୨/୧୨: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ରାଜ-ସିତାପୁର ଆଲ୍ଲୁରୀ ନଗର ଠାରେ ଥିବା ତଥା କୌଶଳ ଭିତ୍ତିକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଦେଶରେ ଏକ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ସେଞ୍ଚୁରିଅନ ୟୁନିଭରସିଟିର ୧୦ ତମ ସମାବର୍ତ୍ତନ ଉତ୍ସବ ୟୁନିଭରସିଟିର ଅଡୋଟରିୟମ୍ ହଲ ଠାରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି ।
ଏହି ସମାବର୍ତ୍ତନ ଉତ୍ସବ କାର୍ଯ୍ୟକ୍ରମରେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେବା ସହ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ସମାବର୍ତ୍ତନ ଉତ୍ସବ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବା ଘୋଷଣା କରିଥିଲେ ।
କାର‌୍ୟ୍ୟକ୍ରମରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ୟୁନିଭରସିଟିର ବିଭିନ୍ନ ପାଠ୍ୟକ୍ରମ ବିଭାଗର ବହୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ଯଥା:- ବିଶ୍ଵବିଦ୍ୟାଳୟରୁ ହାସଲ କରିଥିବା ୨୨ ଜଣ ଗବେଷକଙ୍କୁ ଡକ୍ଟରେଟ ଉପାଧି ସାର୍ଟିଫିକେଟ ଓ ୧୨ ଜଣ ଛାତ୍ରଛାତ୍ରୀଙ୍କୁ ଗୋଲ୍ଡ-ମେଡାଲ ଦେଇ ସମ୍ମାନୀତ କରିବା ସହ ବହୁ ପାସ-ଆଉଟ୍ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ ।
ପରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ବିଶ୍ଵବିଦ୍ୟାଳୟ ଉଦ୍ଦେଶ୍ୟରେ ନିଜ ବକ୍ତବ୍ୟରେ କୌଶଳ ଭିତ୍ତିକ ଶିକ୍ଷାକୁ ଲୋକାଭିମୁଖୀ କରିବାର ପ୍ରୟାସ ଓ ଏହାର ସାମାଜିକ ଦାୟିତ୍ୱବୋଧକୁ ନିର୍ବାହ କରିବାର ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଥିଲେ।
ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଶୃଙ୍ଖଳିତ ଓ ସତ୍ୟନିଷ୍ଠ ହୋଇ ବିବେକାନୁମୋଦିତ କାର୍ଯ୍ୟକରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ଉପରେ ଗୁରୁତ୍ବ ଦେବାକୁ କହିବା ସହ ଟେକନୋ-ଲୋଜି ପାଠ ଯେତେ ପଢିଲେ ମଧ୍ୟ ତାର ସଦୂପଯୋଗ ହୋଇ ଦେଶର ବିକାଶ ପାଇଁ ମହତ୍ କାର୍ଯ୍ୟରେ ଲଗାଇବା ଉପରେ ପରାମର୍ଶ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ସୁଇଜରଲାଣ୍ଡର ଏଲିଆ ଫାଉଣ୍ଡେସନ ଫର୍ ଏଥିକସ୍ ଇନ ଗ୍ଲୋବାଲାଇଜେଶନ ଜୁରିକ ଅନୁଷ୍ଠାନର ପ୍ରତିଷ୍ଠାତା-ଅଧ୍ୟକ୍ଷ ପିଟର ୱିଫଲି , ଡିଜିଟାଲ ନବସୃଜନ ଏବଂ ଡିଜିଟାଲ ରୂପାନ୍ତରର ଗୁରୁତ୍ବ ଉପରେ କହି ଅଭିନବତା ଏବଂ ଉଦ୍ୟୋଗୀ ଦୃଷ୍ଟିକୋଣରୁ ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟ ଯେଉଁ ଆଗେଇ ଆସୁଛି ତାର ଭୂୟସୀ ପ୍ରଶଂସା କରିଥିଲେ ।
ଅନ୍ୟତମ ସମ୍ମାନିତ ଅତିଥି ଅଷ୍ଟ୍ରେଲିଆ ସ୍ଥିତ ଡେକାନ ୟୁନିଭରସିଟିର କୁଳପତି ପ୍ରଫେସର ଇଆନ ମାର୍ଟିନ ଯୋଗଦେଇ ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟର ନିଆରା ଶିକ୍ଷାଦାନ ପଦ୍ଧତି ଓ କୌଶଳ ଭିତ୍ତିକ ଶିକ୍ଷାଦାନ କ୍ଷେତ୍ରରେ ଏହାର ଯେଉଁ ଅବଦାନ ରହିଛି , ତାହାଦ୍ୱାରା ସେହି ଗରିମାକୁ ଅତ୍ୟନ୍ତ ରୁଦ୍ଧିମନ୍ତ କରିବାରେ ବେଶ ସହାୟକ ହୋଇପାରିଛି ବୋଲି କହି ଏହା ଶିକ୍ଷାଦାନ ସହିତ ବିକାଶ କ୍ଷେତ୍ରରେ ଏକ ଯୋଗ୍ୟ ମାନବ ସମ୍ବଳ ଗଠନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିଛି ବୋଲି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ସେଞ୍ଚୁରିଆନ ୟୁନିଭରସିଟିର ସଭାପତି ପ୍ରଫେସର ଡଃ ମୁକ୍ତିକାନ୍ତ ମିଶ୍ର , ଉପସଭାପତି ପ୍ରଫେସର ଡି:ଏନ: ରାଓ ଏବଂ ରେଜିଷ୍ଟ୍ରାର ଡଃ ଅନିତା ପାତ୍ର ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିଲେ। ।
ଏହି ଅବସରରେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ବିଶ୍ଵବିଦ୍ୟାଳୟର ଡିନ ପ୍ରଫେସର ପ୍ରଶାନ୍ତ ମହାନ୍ତି ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସେମାନଙ୍କ କର୍ତ୍ତବ୍ୟ ନିଷ୍ଠା ଓ ମୂଲ୍ୟବୋଧ ସହ ପାଠ୍ୟ ପ୍ରମାଣପତ୍ରର ଭବିଷ୍ୟତ ସଦୂପ ଯୋଗ କାମନା କରି ଶପଥ ପାଠ କରାଇଥିଲେ । ଆଜିରଏହି ସମାବର୍ତ୍ତନ ଉତ୍ସବ କାରର୍ଯ୍ୟକ୍ରମରେ ସର୍ବ-ପ୍ରଥମେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡ଼ଃ ସୁପ୍ରିୟା ପଟ୍ଟନାୟକ ବାର୍ଷିକ ବିବରଣୀ ଉପସ୍ଥାପନ କରି ବିଶ୍ବବିଦ୍ୟାଳୟର ନୂତନ ଜାତୀୟ ଶିକ୍ଷାନୀତିକୁ ଅନୁସରଣ କରି ଏହାର ଶିକ୍ଷା-ବ୍ୟବସ୍ଥାକୁ ଅଧିକରୁ ଅଧିକ ଛାତ୍ରାଭିମୁଖୀ କରିବା ଦିଗରେ ଯତ୍ନଶୀଳ ହୋଇଛି କ୍ଷ ଏବଂ ଏକ ସୁନ୍ଦର ଭବିଷ୍ୟତ ପାଇଁ ମିଳିତ ଜାତିସଂଘ ଦ୍ୱାରା ପ୍ରଣୀତ ଏସଡିଜି:ର ଲକ୍ଷ୍ୟ ପୁରଣ ଦିଗରେ ମଧ୍ୟ କାର୍ଯ୍ୟ କରୁଛି କହିଥିଲେ । ଅନ୍ୟପକ୍ଷରେ ସ୍ନାତକୋତ୍ତର ଛାତ୍ର-ମାନଙ୍କୁ ସେମାନଙ୍କର ଶିକ୍ଷଣ ଏବଂ ଶିଳ୍ପ ଅଭିଜ୍ଞତାକୁ ଚାକିରୀ ସୃଷ୍ଟିକର୍ତ୍ତା ଭାବରେ ଉଦ୍ୟୋଗରେ ପ୍ରୟୋଗ କରିବାକୁ ଉତ୍ସାହିତ କରିଥିଲେ ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଓ ଶେଷରେ ଜାତୀୟ ସଙ୍ଗୀତ ଧ୍ଵନି ପରିବେଷଣ ହୋଇଥିଲା।
ଆଜିର ଏହି ସମାବର୍ତ୍ତନ ଉତ୍ସବ କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର ବହୁ ସଂଖ୍ୟାରେ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

January 2025
M T W T F S S
 12345
6789101112
13141516171819
20212223242526
2728293031