Indus Valley Times

ଗତିଶ୍ୱର କଲେଜ ପରିସରସ୍ଥ ମୁଖ୍ୟ ଫାଟକ ସମ୍ମୁଖରେ ଅଙ୍ଗନୱାଡ଼ି କେନ୍ଦ୍ର ଗୃହ ନିର୍ମାଣକୁ ବିରୋଧକାରୀ ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ମାଳିସାହି ଗ୍ରାମବାସୀ

 Breaking News

ଗତିଶ୍ୱର କଲେଜ ପରିସରସ୍ଥ ମୁଖ୍ୟ ଫାଟକ ସମ୍ମୁଖରେ ଅଙ୍ଗନୱାଡ଼ି କେନ୍ଦ୍ର ଗୃହ ନିର୍ମାଣକୁ ବିରୋଧକାରୀ ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ମାଳିସାହି ଗ୍ରାମବାସୀ

ଗତିଶ୍ୱର କଲେଜ ପରିସରସ୍ଥ ମୁଖ୍ୟ ଫାଟକ ସମ୍ମୁଖରେ ଅଙ୍ଗନୱାଡ଼ି କେନ୍ଦ୍ର ଗୃହ ନିର୍ମାଣକୁ ବିରୋଧକାରୀ ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ମାଳିସାହି ଗ୍ରାମବାସୀ
May 23
19:26 2022

ପ୍ରଦୀପ୍ତକୁମାର ସାହୁଙ୍କ ରିପୋର୍ଟ
ନୂଆଗାଁ ବ୍ଲକ/ନୟାଗଡ଼, ୨୩/୫ : ମାଳିସାହି ଗତିଶ୍ୱର କଲେଜ ର ମୁଖ୍ୟ ପ୍ରବେଶପଥ ସମ୍ମୁଖରେ ନୂତନ ଅଙ୍ଗନୱାଡ଼ି କେନ୍ଦ୍ର ଗୃହ ନିର୍ମାଣ କୁ ବିରୋଧକରି ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ମାଳିସାହି ଗ୍ରାମବାସୀ।
କେନ୍ଦ୍ର ଓ ରାଜ୍ୟ ସରକାର ଶିକ୍ଷାର ବିକାଶ ପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି।
ଏଥି ପାଇଁ ଭିତ୍ତିଭୂମି ର ବିକାଶ ସହିତ ଶିକ୍ଷାନୁଷ୍ଠାନ ମାନଙ୍କରେ ବିଦ୍ୟାର୍ଥୀ ଓ,ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଶିକ୍ଷାନୁଷ୍ଠାନ ରେ ଏକ ଶୈକ୍ଷଣୀୟ ପରିବେଶ ଓ ସମସ୍ତ ମୌଳିକ ସୁବିଧା ଯୋଗାଇ ଦେବା ଉପରେ ଗୁରୁତ୍ବ ଦେଉଥିବା ବେଳେ,
ମାଳିସାହି ଗତିଶ୍ୱର ମହାବିଦ୍ୟାଳୟ ପରିସରସ୍ଥ ମୁଖ୍ୟ ଫାଟକ ସ୍ମୁଖରେ ନୂତନ ଅଙ୍ଗନୱାଡ଼ି କେନ୍ଦ୍ର ଗୃହ ନିର୍ମାଣ କୁନେଇ ମାଳିସାହି ଓ “କୋଡ଼ିଏ କାହାଣିଆ” ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି।
ଏହି ଅଙ୍ଗନୱାଡ଼ି ଗୃହ ନିର୍ମାଣକୁ ବିରୋଧ କରି ମହାବିଦ୍ୟାଳୟ କର୍ମକର୍ତ୍ତା ଏବଂ ମାଳିସାହି ଗ୍ରାମବାସୀ
ନୟାଗଡ଼ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି।

ସୂଚନା ଅନୁଯାୟୀ ଗ୍ରାମାଞ୍ଚଳରେ ଶିକ୍ଷାର ବିକାଶ ପାଇଁ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ର ମାଳିସାହି ପଞ୍ଚାୟତ ର ମାଳିସାହି ଠାରେ ଗଢ଼ିଉଠିଥିବା ଗତିଶ୍ୱର୍ ମହାବିଦ୍ୟାଳୟ ର ସ୍ଥାପନା ସମୟରେ ଦୀର୍ଘ ୩୦ ବର୍ଷ ତଳେ ନିକଟସ୍ଥ “କୋଡ଼ିଏ କାହାଣିଆ” ଗ୍ରାମର ଶିକ୍ଷ୍ୟା ପ୍ରେମୀ ଗ୍ରାମବାସୀ ଏକ ଚୁକ୍ତି ପତ୍ର ସଂପାଦନ କରି ଗାଁ ତରଫରୁ କିଛିଯାଗା ଗତିଶ୍ୱର କଲେଜକୁ ଦାନ କରିଥିଲେ।ଯାହାର ରକ୍ଷଣା ବେକ୍ଷଣ କଲେଜ କରିଆସୁଅଛି।
ହେଲେ ବର୍ତ୍ତମାନ କୋଡ଼ିଏ କାହାଣିଆ ଗ୍ରାମର କିଛି ନ୍ୟେସ୍ଥ୍ ସ୍ବାର୍ଥ ସମ୍ପର୍ନ୍ନ ବ୍ୟକ୍ତି ଜୋରଜବରଦସ୍ତ ଏହି ଗତିଶ୍ୱର ମହାବିଦ୍ୟାଳୟ ର ପ୍ରବେଶ ଫାଟକ ସମ୍ମୁଖରେ ଏକ ନୂତନ ଅଙ୍ଗନୱାଡ଼ି କେନ୍ଦ୍ର ଗୃହ ନିର୍ମାଣ କରୁଛନ୍ତି।ମାଳିସାହି ଗ୍ରାମବାସୀ କଲେଜ ମୁଖ୍ୟ ପ୍ରବେଶ ଦ୍ଵାରା ସମ୍ମୁଖରେ ଅଙ୍ଗନୱାଡ଼ି କେନ୍ଦ୍ର ଗୃହ ନିର୍ମାଣ କୁ ବାରଣ କରିଥିଲେ ମଧ୍ୟ ଏଥିପ୍ରତି କୋଡ଼ିଏ କାହାଣିଆ ଗ୍ରାମବାସୀ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଯାହାଫଳରେ କି ଭବିଷ୍ୟତରେ ଅଙ୍ଗନୱାଡ଼ି କେନ୍ଦ୍ର ର କୋମଳମତି ଶିଶୁଙ୍କ ଯାତାୟତରେ ସମୟରେ ଦୁର୍ଘଟଣା ଘଟିବାର ସମ୍ଭାବନା ଥିବାବେଳେ ,କଲେଜ ପଡିଆର କ୍ଷତି ହେବା ର ଆଶଙ୍କା ଥିବା ନେଇ ଅଭିଯୋଗ ହୋଇଛି।
ଏଥିନେଇ ଉଭୟ ଗ୍ରାମ ମଧ୍ୟରେ ବିବାଦ ମୁଣ୍ଡ ଟେକୁଛି,ଏହାର ଯଦି ସମାଧାନ କରାନଯାଏ ଆଗାମୀଦିନରେ ଏହା ଭୟଙ୍କର ରୁପ ନେବାର ଆଶଙ୍କା ଦେଖା ଦେଇଛି।
ଯାହାର ପ୍ରତିକାର ନିମନ୍ତେ ମାଳିସାହି ଗ୍ରାମବାସୀ ନୟାଗଡ଼ ଉପ ଜିଲ୍ଲାପାଳ ଙ୍କୁ ତା୨୧/୫/୨୨ ରିଖ ଶନିବାର ଦିନ ଲିଖିତ ଦରଖାସ୍ତ ଦେଇ ନାୟ ଅପକ୍ଷାରେ ଅଛନ୍ତି।
ଏପଟେ କୋଡିଏକାହାଣିଆ ଗ୍ରାମବାସୀ ଅଙ୍ଗନୱାଡ଼ି କେନ୍ଦ୍ର ଗୃହ କାମ ଚାଲୁ ରଖିଥିବା ଜଣାପଡିଛି।
ଏଣୁ ଆଗାମୀଦିନରେ ଯେପରି କୌଣସି ବଡ଼ ଧରଣର ବିବାଦ ନହୁଏ ତାକୁ ଦୃଷ୍ଟିରେ ରଖି ନୟାଗଡ଼ ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ଏହାର ସ୍ଥାୟୀ ସମାଧାନ କରିବାକୁ ଅଞ୍ଚଳବାସୀ ଓ ବୁଦ୍ଧି ଜିବି ମାନେ ଦାବି କରିଛନ୍ତି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031