Indus Valley Times

ଗାଁ ଦାଣ୍ଡରେ ରଥ ଗଡ଼ାଇଲେ ଜଗନ୍ନାଥଙ୍କ ଅନନ୍ୟ ଭକ୍ତ ଅଫତାଵ ହୁସେନ,ସାମିଲ ହେଲେ ଅବାଳବୃଦ୍ଧବନିତା

 Breaking News

ଗାଁ ଦାଣ୍ଡରେ ରଥ ଗଡ଼ାଇଲେ ଜଗନ୍ନାଥଙ୍କ ଅନନ୍ୟ ଭକ୍ତ ଅଫତାଵ ହୁସେନ,ସାମିଲ ହେଲେ ଅବାଳବୃଦ୍ଧବନିତା

ଗାଁ ଦାଣ୍ଡରେ ରଥ ଗଡ଼ାଇଲେ ଜଗନ୍ନାଥଙ୍କ ଅନନ୍ୟ ଭକ୍ତ ଅଫତାଵ ହୁସେନ,ସାମିଲ ହେଲେ ଅବାଳବୃଦ୍ଧବନିତା
June 22
21:31 2023

ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୨୨/୬ : କରୋନା ମହାମାରୀ ସମୟରେ ପୁରୀରେ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟର ଦ୍ୱାରସ୍ତ ହୋଇଥିଲେ ଅଫତାଵ ।
ଗାଁ ଦାଣ୍ଡରେ ବେଶ ଉତ୍ସାହର ସହ ରଥ ଗଡ଼ାଇଛନ୍ତି ମୁସଲମାନ ଯୁବକ ଅଫତାଵ ହୁସେନ । ନୟାଗଡ଼ ଜିଲ୍ଲା ଇଟାମାଟିରେ ଗାଁର କୁନି କୁନି ପିଲା ଏବଂ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ରଥ ଗଢିଛି ।
ପୂଜାର୍ଚ୍ଚନା ପରେ ରଥାରୁଢ଼ ହୋଇଥିଲେ ଚତୁର୍ଥା ମୂର୍ତ୍ତି । ପରେ ଗାଁ ଦାଣ୍ଡରେ ରଥ ଗଢିଥିଲା । ଚତୁର୍ଥା ମୂର୍ତ୍ତିଙ୍କ ସମସ୍ତ ନୀତିକାନ୍ତି ଏବଂ ପୂଜାର୍ଚ୍ଚନା ସ୍ୱତନ୍ତ୍ର ଭାବରେ କରାଯାଇଥିଲା ।
କରୋନା ମହାମାରୀ ସମୟରେ ପୁରୀରେ ରଥଯାତ୍ରା କରିବାକୁ ସୁପ୍ରିମକୋର୍ଟର ଦ୍ୱାରସ୍ତ ହୋଇଥିଲେ ଏହି ମୁସଲମାନ ଯୁବକ ଅଫତାଵ । ମୁସଲମାନ ଯୁବକ ହୋଇ ମହାବାହୁଙ୍କ ପ୍ରତି ଅନାବିଳ ପ୍ରେମକୁ ସମସ୍ତେ ଦେଖିଥିଲେ । ସେବେ ଠାରୁ ସେ ଚର୍ଚ୍ଚିତ ହୋଇ ରହିଆସିଛନ୍ତି । ପ୍ରତିବର୍ଷ ରଥଯାତ୍ରା ସମୟରେ ନିଜ ଉଦ୍ୟମରେ ଛୋଟ ରଥ କରି ରଥଯାତ୍ରା କରିଆସୁଛନ୍ତି ।
ଶବକୁ କାନ୍ଧ ଦେଲେ ବ୍ଲକ ଅଧ୍ୟକ୍ଷ ଓ ସରପଞ୍ଚ
ନୟାଗଡ଼,୨୨/୬ : ମାନବିକତାର ପରିଚୟ ଦେଲେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ଓ ସରପଞ୍ଚ ରବିନ୍ଦ୍ର ନାଥ ସାହୁଙ୍କ ସମେତ ୱାର୍ଡ ସଭ୍ୟ ସଭ୍ୟା । ଅଜଣା ରୋଗରେ ପିଡିତ ଥିବା ଜଣେ ବୃଦ୍ଧଙ୍କ ମୃତ୍ୟୁ ପରେ ଶବ ଉଠାଇବାକୁ କେହି ଆସିନଥିଲେ । ମୃତ ବୃଦ୍ଧଙ୍କ ପୁଅ ଦିବ୍ୟାଙ୍କ ହୋଇଥିବା ବେଳେ ତାଙ୍କୁ କେହି ସାହାର‌୍ୟ୍ୟ କରିବାକୁ ଆଗେଇ ଆସିନଥିଲେ । ବହୁ ସମୟ ଧରି ଶବ ପଡି ରହିବା ଖବରପାଇ ସ୍ଥାନୀୟ ସରପଞ୍ଚ ଓ ବ୍ଲକ ଅଧ୍ୟକ୍ଷ ପହଞ୍ଚିଥିଲେ। ନୟାଗଡ଼ ବ୍ଲକ ଚଣ୍ଡିବସ୍ତ ପଞ୍ଚାୟତ ଖମାରସାହି ଗ୍ରାମର ଭାଗବତ ଗୁରୁ ଅଜଣା ରୋଗରେ ପିଡିତ ଥିଲେ ।
ଆଜି ତାଙ୍କର ପରଲୋକ ଘଟିଥିଲା । ଶବ ଦାହ କରିବା ପାଇଁ ଲୋକମାନେ ସଙ୍କୋଚ ଅନୁଭବ କରିଥିଲେ । ଖବର ଶୁଣି ସ୍ଥାନୀୟ ସରପଞ୍ଚ ରବୀନ୍ଦ୍ର ନାଥ ସାହୁ ଓ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ଉକ୍ତ ଗ୍ରାମରେ ପହଞ୍ଚି ଶବକୁ ନିଜ କାନ୍ଧରେ ନେଇଥିଲେ । ଏହା ପରେ ନିକଟସ୍ଥ ଶ୍ମଶାନରେ ଶବ ଦାହ କରିଥିଲେ ।
ଲୋକଙ୍କୁ ସଚେତନ କରାଇବା ସହ ନିଜେ ଶବ କାନ୍ଧରେ ନେଇ ଶବ ଦାହ କରିଥିବାରୁ ବ୍ଲକ ଅଧ୍ୟକ୍ଷ ନିଜେ ଖୁସି ବ୍ୟକ୍ତ କରିଛନ୍ତି ବୋଲି ପ୍ରକାଶ କରିଥିଲେ । ଅସମୟରେ ଅସହାୟକୁ ସାହଯ୍ୟର ହାତ ବଢ଼ାଇବା ମାନବିକତାର ପରିଚୟ ବୋଲି ସେ କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031