Indus Valley Times

ଗାଲାକ୍ସି ବାହାରେ ପୋଲିସର ହାଇ ସିକ୍ୟୁରିଟି, ଗ୍ୟାଙ୍ଗଷ୍ଟରଙ୍କ ଧମକ ପରେ ବଢାଗଲା ସଲମାନ ଖାନଙ୍କ ସୁରକ୍ଷା

 Breaking News

ଗାଲାକ୍ସି ବାହାରେ ପୋଲିସର ହାଇ ସିକ୍ୟୁରିଟି, ଗ୍ୟାଙ୍ଗଷ୍ଟରଙ୍କ ଧମକ ପରେ ବଢାଗଲା ସଲମାନ ଖାନଙ୍କ ସୁରକ୍ଷା

ଗାଲାକ୍ସି ବାହାରେ ପୋଲିସର ହାଇ ସିକ୍ୟୁରିଟି, ଗ୍ୟାଙ୍ଗଷ୍ଟରଙ୍କ ଧମକ ପରେ ବଢାଗଲା ସଲମାନ ଖାନଙ୍କ ସୁରକ୍ଷା
March 20
16:50 2023

ଗାଲାକ୍ସି ବାହାରେ ପୋଲିସ୍ର ହାଇ ସିକ୍ୟୁରିଟି, ଗ୍ୟାଙ୍ଗଷ୍ଟରଙ୍କ ଧମକ ପରେ ବଢାଗଲା ସଲମାନ ଖାନଙ୍କ ସୁରକ୍ଷା
ମୁମ୍ବାଇ,୨୦/୩: ଗତ କିଛି ଦିନ ହେବ ବଲିଉଡର ଦବଙ୍ଗ ଷ୍ଟାର ସଲମାନ ଖାନଙ୍କୁ ବାରମ୍ବାର ହତ୍ୟା ଧମକ ମିଳୁଛି। ପୂର୍ବରୁ ଅନେକ ଥର ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ସଲମାନଙ୍କୁ ହତ୍ୟା କରିବ ବୋଲି ଧମକ ଦେଇସାରିଥିବା ବେଳେ ସଲମାନଙ୍କର ଜଣେ ଘନିଷ୍ଠ ସହଯୋଗୀ ପ୍ରଶାନ୍ତ ଗୁଞ୍ଜଲକରଙ୍କୁ ଶନିବାର ଏକ ଇ-ମେଲ୍ ଜରିଆରେ ହତ୍ୟା ଧମକ ମିଳିଛି।
ଇ-ମେଲରେ ସଲମାନଙ୍କୁ ହତ୍ୟା କରାଯିବା ନେଇ ଧମକ ମିଳିବା ପରେ ଏବେ ତାଙ୍କର ସୁରକ୍ଷା ବଢ଼ାଇ ଦିଆଯାଇଛି। ତାଙ୍କ ଘର ବାହାରେ ପୁଲିସ ମୁତୟନ କରାଯିବା ସହ ସଲମାନଙ୍କୁ ବାହାରେ ସୁଟିଂ କରିବାକୁ ମନା କରାଯାଇଛି।
ସଲମାନଙ୍କ ପାଖରେ ଏବେ ୱାଇ ବର୍ଗର ସୁରକ୍ଷା ଥିବା ବେଳେ ବୁଲେଟ ପ୍ରୁଫ କାର ମଧ୍ୟ ରହିଛି। ବିନା କୌଣସି ସୁରକ୍ଷାକର୍ମୀଙ୍କ ସହ ତାଙ୍କୁ ବାହାରକୁ ନଯିବାକୁ କୁହାଯାଇଛି। ସଲମାନ ଏବେ ମୁମ୍ବାଇରେ ନଥିବାରୁ ତାଙ୍କ ପରିବାରର ଚିନ୍ତା ବଢ଼ିଛି। ସୁରକ୍ଷା ବଢ଼ାଯିବା ସହ ସଲମାନଙ୍କୁ କିଛି ଦିନ ସତର୍କ ରହିବାକୁ କୁହାଯାଇଛି।ଗ୍ଦ ଭଚ୍ଚ
ତେବେ ଶନିବାର ସଲମାନଙ୍କର ଘନିଷ୍ଠ ସହଯୋଗୀ ପ୍ରଶାନ୍ତ ଗୁଞ୍ଜଲକରଙ୍କୁ ରୋହିତ ଗର୍ଗ ନାମକ ବ୍ୟକ୍ତିଙ୍କ ନିକଟରୁ ଇ-ମେଲ୍ ଆସିଥିଲା। ଏଥିରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଏବଂ ଗୋଲ୍ଡି ବ୍ରାରଙ୍କ ସଂପର୍କରେ ଉଲ୍ଲେଖ ରହିଥିଲା। ସଲମାନଙ୍କ ଟିମ୍ ପକ୍ଷରୁ ଅଭିଯୋଗ ପରେ ବାନ୍ଦ୍ରା ପୁଲିସ ଉପରୋକ୍ତ ୩ ଜଣଙ୍କ ନାମରେ ରବିବାର ମାମଲା ରୁଜୁ କରିଛି।
ଏହା ପୂର୍ବରୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ କହିଥିଲା ଯେ, “ସଲମାନ ଖାନଙ୍କୁ କ୍ଷମା ମାଗିବାକୁ ପଡ଼ିବ। ସେ ବିକାନେରରେ ଥିବା ଆମ ମନ୍ଦିରକୁ ଯାଇ କ୍ଷମା ମାଗିବା ଉଚିତ୍। ମୋ ଜୀବନର ଲକ୍ଷ୍ୟ ହେଉଛି ସଲମାନ ଖାନଙ୍କୁ ହତ୍ୟା କରିବା।
ଯଦି ତାଙ୍କ ସୁରକ୍ଷା ହଟାଯାଏ ତେବେ ମୁଁ ସଲମାନ ଖାନଙ୍କୁ ହତ୍ୟା କରିବି। ଯଦି ସେ କ୍ଷମା ମାଗନ୍ତି, ତେବେ ବିବାଦ ଶେଷ ହେବ। ସଲମାନ ହେଉଛନ୍ତି ଅହଙ୍କାରୀ, ସିଦ୍ଧୁ ମୁସେୱାଲା ମଧ୍ୟ ସେପରି ଥିଲେ। ସଲମାନ ଖାନଙ୍କ ଅହଙ୍କାର ରାବଣଙ୍କଠାରୁ ବି ବଡ।”

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031