Indus Valley Times

ଗୋଆ: ଦୁର୍ଘଟଣାଗ୍ରସ୍ତ ହେଲା ନୌସେନାର ‘ମିଗ୍ ୨୯କେ’ ଲଢୁଆ ବିମାନ

 Breaking News

ଗୋଆ: ଦୁର୍ଘଟଣାଗ୍ରସ୍ତ ହେଲା ନୌସେନାର ‘ମିଗ୍ ୨୯କେ’ ଲଢୁଆ ବିମାନ

ଗୋଆ: ଦୁର୍ଘଟଣାଗ୍ରସ୍ତ ହେଲା ନୌସେନାର ‘ମିଗ୍ ୨୯କେ’ ଲଢୁଆ ବିମାନ
October 12
12:38 2022

ନୂଆଦିଲ୍ଲୀ,୧୨ ।୧୦: ଗୋଆ ଉପକୂଳରେ ଦୁର୍ଘଟଣା ଗସ୍ତ ହେଲା ନୌସେନାର ମିଗ୍ ୨୯ କେ ଲଢ଼ୁଆ ବିମାନ । ବୁଧବାର ଦିନ ନିୟମିତ ସ୍ବଳ୍ପ ଉଡ଼ାଣରୁ ଘାଟିକୁ ଫେରୁଥିବା ବେଳେ ଭାରତୀୟ ନୌସେନାର ଗୋଟାଏ ‘ମିଗ୍ ୨୯କେ’ ଲଢୁଆ ବିମାନରେ ବୈଷୟିକ ତ୍ରୁଟି ପରିଲକ୍ଷିତ ହେବାରୁ ଗୋଆ ଉପକୂଳବର୍ତ୍ତୀ ଆରବ ସାଗର ମଧ୍ୟକୁ ଖସିପଡ଼ିଛି।
ଉକ୍ତ ବିମାନର ପାଇଲଟ୍ଜଣକ ନିରାପଦରେ ଦୁର୍ଘଟଣାଗ୍ରସ୍ତ ବିମାନରୁ ବାହାରି ଆସିଛନ୍ତି ଏବଂ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କଥା ଭାରତୀୟ ନୌସେନା କହିଛି।
ଦୁର୍ଘଟଣା ଘଟିବା ପରେ ପରେ ତୁରନ୍ତ ତଲାସ ଓ ଉଦ୍ଧାର ଅଭିଯାନ ଆରମ୍ଭ କରାଯାଇଥିଲା।
ଦୁର୍ଘଟଣାର କାରଣ ବିଷୟରେ ଅନୁସନ୍ଧାନ କରିବା ଲାଗି ‘ବୋର୍ଡ ଅଫ୍ ଇନ୍କ୍ବାରି’ ଆଦେଶ ଦିଆଯାଇଛି ବୋଲି ମଧ୍ୟ ଭାରତୀୟ ନୌସେନାର ଜଣେ ମୁଖପାତ୍ର କହିଛି।
ସୂଚନାଯୋଗ୍ୟ, ‘ମିଗ୍୨୯କେ’ ସବୁ ପରିସ୍ଥିତିରେ କାର‌୍ୟ୍ୟକ୍ଷମ, ଶସ୍ତ୍ରବାହୀ ଅତ୍ୟାଧୁନିକ ଲଢୁଆ ବିମାନ। ଶବ୍ଦର ୨ଗୁଣ ବେଗରେ (ଘଣ୍ଟାପ୍ରତି ପ୍ରାୟ ୨୦୦୦ କିଲୋମିଟର୍) ଗତି କରୁଥିବା ଏହି ବିମାନ ମାଧ୍ୟାକର୍ଷଣ ଶକ୍ତିଠାରୁ ୮ଗୁଣ ଓଜନର ସାମଗ୍ରୀ ଉଠାଇ ସମୁଦ୍ର ପତ୍ତନଠାରୁ ୬୫୦୦୦ ଫୁଟ୍ ଉଚ୍ଚକୁ ଉଠିଯାଇ ପାରିବ।
୨୦୨୦ରେ ଗୋଟାଏ ‘ମିଗ୍-୨୯କେ’ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଆରବ ସାଗରେ ଖସି ପଡ଼ିବାରୁ ଭାରତୀୟ ନୌସେନାର ପାଇଲଟ୍ ନିଶାନ୍ତ ସିଂହଙ୍କର ମୃତ୍ୟୁ ଘଟିଥିଲା।
ଏହା ପୂର୍ବରୁ ୨୦୨୦ ଫେବ୍ରୁଆରି ୨୩ ଏବଂ ୨୦୧୯ ନଭେମ୍ବର ୧୬ରେ ୨ଟି ‘ମିଗ୍-୨୯’ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେହିପରି, ୨୦୧୮ରେ ଭାରତର ପ୍ରଥମ ‘ମିଗ୍-୧୯କେ’ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031