ଗୋଠପାଟଣାରେ ଭେଷଜ ପ୍ରୟୋଗଶାଳା ସ୍ଥାପନା ଆମକୁ ଗୌରବାନ୍ୱିତ କରିଛି : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୯/୧୦: ଭୁବନେଶ୍ୱର ସ୍ଥିତ ଗୋଠପାଟଣାରେ ନିର୍ମାଣ ହେବାକୁ ଥିବା ଭେଷଜ ବିଜ୍ଞାନ ପରୀକ୍ଷା କେନ୍ଦ୍ରର ଉଦଘାଟନୀ ଅବସରରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ପୂର୍ବରୁ ଔଷଧର ମାନ ପରୀକ୍ଷା ପାଇଁ ଆମକୁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଥିଲା । ହେଲେ ଏବେ ଔଷଧର ମାନ ପରୀକ୍ଷା ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ କେବଳ ସେତିକି ନୁହେଁ ରାଜ୍ୟରେ ଔଷଧ ବିତରଣକୁ ପ୍ରୋତ୍ସାହନ ମିଳିବ । ଗୋଠପାଟଣା ନୁହେଁ ଏହାପରେ ରାଜ୍ୟର ଅନ୍ୟ କିଛି ସ୍ଥାନରେ ଭେଷଜ ବିଜ୍ଞାନ ପରୀକ୍ଷା କେନ୍ଦ୍ର ନିର୍ମାଣ କରିବାକୁ ଯୋଜନା କରାଯାଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
ରାଜ୍ୟରେ ଖୁବ ଶୀଘ୍ର ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ବିଜୁ ସ୍ୱାସ୍ଥ୍ୟ କାର୍ଡକୁ ନେଇ ସନ୍ଦେହ ଦୂର କରି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଯେ ରାଜ୍ୟରେ ଆୟୁଷ୍ମାନ ଯୋଜନା ସହ ଗୋପବନ୍ଧୁ ଆରୋଗ୍ୟ ଯୋଜନା ମଧ୍ୟ ଲାଗୁ ହେବ ।
ସ୍ୱାସ୍ଥ୍ୟ ବୀମା ଓ ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ଚଳିତ ବଜେଟରେ ଅଧିକ ବ୍ୟୟବରାଦ କରିଛନ୍ତି । ଯାହା କି ପୂର୍ବବର୍ଷ ଅପେକ୍ଷା ୩୨ ପ୍ରତିଶତ ଅଧିକ । ମୋଟ ବଜେଟରରେ ଏହା ୮ ପ୍ରତିଶତ । ପ୍ରଧାନମନ୍ତ୍ରୀଙ୍କ ଭଳି ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗ ଉପରେ ଗୁରୁତ୍ୱପ୍ରଦାନ କରିଛନ୍ତି ।
ନବମ ଆୟୁର୍ବେଦ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନ୍ୟ ରାଜ୍ୟ ସମେତ ଓଡ଼ିଶାକୁ ୩ଟି ସ୍ୱାସ୍ଥ୍ୟ ପ୍ରକଳ୍ପ ଉପହାର ହେଇଛନ୍ତି । ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଖୋର୍ଦ୍ଧା ବିଞ୍ଝାଗିରିରେ ଯୋଗ ଓ ପ୍ରାକୃତିକ ଚିକିତ୍ସାର କେନ୍ଦ୍ରୀୟ ଅନୁସନ୍ଧାନ ପ୍ରତିଷ୍ଠାନ କରାଯିବ । ଏଠାରେ ନିର୍ମିତ ହେବାକୁ ଥିବା ଶହେ ଶଯ୍ୟା ବିଶିଷ୍ଟ ହସ୍ପିଟାଲର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି ।
ସେହିପରି ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୫୦ ଶଯ୍ୟା ବିଶିଷ୍ଟ ଗୁରୁତର ଚିକିତ୍ସା ବିଭାଗର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଅନ୍ୟପକ୍ଷରେ ଭୁବନେଶ୍ୱର ଉପକଣ୍ଠ ଗୋଠପାଟଣାରେ ପୂର୍ବ ଭାରତର ସର୍ବବୃହତ ଔଷଧ ପରୀକ୍ଷା କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ । ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ।