Indus Valley Times

ଗୋରୁ ଚମଡ଼ା ବୋଝେଇ ଟ୍ରକ ଜବତ, ଦୁଇ ଗିରଫ

 Breaking News

ଗୋରୁ ଚମଡ଼ା ବୋଝେଇ ଟ୍ରକ ଜବତ, ଦୁଇ ଗିରଫ

ଗୋରୁ ଚମଡ଼ା ବୋଝେଇ ଟ୍ରକ ଜବତ, ଦୁଇ ଗିରଫ
March 02
12:23 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୨/୩: ଖୋରଧା ଆଦର୍ଶ ଥାନା ପୋଲିସ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଟ୍ରକ୍‌ରୁ ୩୦ଟନ୍ ଗୋରୁ ଚମଡ଼ା ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ୩ଲକ୍ଷ ଟଙ୍କା ହେବ।
ଏଥିରେ ସମ୍ପୃକ୍ତି ନେଇ ପୋଲିସ ୨ଜଣଙ୍କୁ ଗିରଫ କରିବା ସହ ଟ୍ରକ୍ (ଏପି୩୯ ୱାଇଡି ୫୩୫୬) କୁ ଜବତ କରିଛି। ଗିରଫଦ୍ୱୟ ହେଲେ ଆନ୍ଧପ୍ରଦେଶ ବି. କୋଥାକୋଟ ଚିତୋର ଅଞ୍ଚଳର ରିୟାଜ ଏବଂ ୱାସିମ। ଏହି ଚମଡ଼ା ଆନ୍ଧପ୍ରଦେଶରୁ କୋଲକାତା ଚାଲାଣ ହେଉଥିଲା।
ସୂଚନା ମୁତାବକ ଇନ୍‌ଫୋଭ୍ୟାଲି ଥାନା ଗଙ୍ଗପଡ଼ା ଅଞ୍ଚଳର ଦୁଇଜଣ ଯୁବକ ବାଇକ୍‌ରେ ଘରକୁ ଫେରୁଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥର ବାଟମଙ୍ଗଳା ଛକରେ ଏକ ଟ୍ରକ ଉପରେ ସନ୍ଦେହ ହେବାରୁ ଅଟକାଇବା ବେଳେ ସେଥିରେ ଗୋରୁଙ୍କ ଚମଡ଼ା ରହିଥ‌ିବା ଜାଣିବାକୁ ପାଇଥିଲେ। ଏନେଇ ସେମାନେ ଥାନାକୁ ଅବଗତ କରାଇବା ସହ ଲିଖିତ ଅଭିଯୋଗ କରିଥିଲେ।
ଅଭିଯୋଗକୁ ଭିଭିକରି ପୁଲିସ ଦଫା ୩୦୩ (୨)/୩୫୧(୩) (୫) ବିଏନଏସ/ ଆର.ଡବ୍ଲ୍ୟୁ ସେକ୍ସନ ୭ ଓପିସିଏସ୍ ଆକ୍ଟ/୧୧(୧) (ଏ)(ଡି) ପିସିଏ ଆକ୍ଟରେ ଏକ ମାମଲା(ନଂ.୧୨୨/୨୬) ରୁଜୁକରି ଉପରୋକ୍ତ ଅଭିଯୁକ୍ତଦ୍ବୟଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031