Indus Valley Times

ଚନ୍ଦ୍ରଗ୍ରହଣରେ ଖାଦ୍ୟ ଭକ୍ଷଣକୁ ନେଇ ହେତୁବାଦୀ-ପରମ୍ପରାବାଦୀ ପିଟାପିଟି

 Breaking News

ଚନ୍ଦ୍ରଗ୍ରହଣରେ ଖାଦ୍ୟ ଭକ୍ଷଣକୁ ନେଇ ହେତୁବାଦୀ-ପରମ୍ପରାବାଦୀ ପିଟାପିଟି

ଚନ୍ଦ୍ରଗ୍ରହଣରେ ଖାଦ୍ୟ ଭକ୍ଷଣକୁ ନେଇ ହେତୁବାଦୀ-ପରମ୍ପରାବାଦୀ ପିଟାପିଟି
November 08
17:22 2022

ଭୁବନେଶ୍ବର/ବ୍ରହ୍ମପୁର, ୮/୧୧: ଚନ୍ଦ୍ରଗ୍ରହଣରେ ଖାଦ୍ୟ ଭକ୍ଷଣକୁ ନେଇ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ମଙ୍ଗଳବାର ହେତୁବାଦୀ-ପରଂପରାବାଦୀ ମୁହାଁମୁହିଁ ହୋଇଛନ୍ତି। ବ୍ରହ୍ମପୁରରେ ହେତୁବାଦୀମାନେ ସାମୂହିକ ଭୋଜନର ଆୟୋଜନ କରିଥିଲେ।
ଏହାକୁ ପରଂପରାବାଦୀମାନେ ତୀବ୍ର ବିରୋଧ କରିଥିଲେ। ବଜରଂଗ ଦଳର କର୍ମୀଙ୍କ ସମେତ ପରଂପରାବାଦୀମାନେ ଆୟୋଜନ ସ୍ଥଳରେ ପହଞ୍ଚି ସାମୂହିକ ଭୋଜନର ଆୟୋଜନକୁ ତୀବ୍ର ବିରୋଧ କରିଥିଲେ।
ପରମ୍ପରାବାଦୀର ସଦସ୍ୟମାନେ ହେତୁବାଦୀଙ୍କ ପକ୍ଷରୁ ଲଗାଇଥିବା ବ୍ୟାନରକୁ ଚିରି ଦେଇଥିଲେ। ଏଥି ସହିତ ଗୋବର ମାଡ଼ କରିଥିଲେ। ଅପରପକ୍ଷେ ଏହାକୁ ହେତୁବାଦୀମାନେ ମଧ୍ୟ ବିରୋଧ କରିଥିଲେ। ଫଳରେ ଉଭୟ ପକ୍ଷ ମଧ୍ୟରେ ଧସ୍ତଧସ୍ତା ହୋଇଥିଲା। ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ୍ ଲାଠି ମାଡ଼ କରିଥିଲା।
ସେହିପରି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ହେତୁବାଦୀ ଓ ପରଂପରାବାଦୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋହିୟା ଏକାଡେମୀରେ ହେତୁବାଦୀଙ୍କ ପକ୍ଷରୁ ଏକ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଖାଦ୍ୟ ଗ୍ରହଣର କାର୍ଯ୍ୟକ୍ରମ ଥିଲା।
ହେତୁବାଦୀଙ୍କ ଖାଦ୍ୟ ଗ୍ରହଣ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଘଟଣାସ୍ଥଳରେ ପରମ୍ପରାବାଦୀମାନେ ସେଠାରେ ପହଞ୍ଚି ଏହାକୁ ତୀବ୍ର ବିରୋଧ କରିଥିଲେ।
ପରମ୍ପରାବାଦୀଙ୍କ ବିରୋଧ ପରେ ସେଠାରେ ଦୁଇ ପକ୍ଷ ମୁହାଁମୁହିଁ ହୋଇଥିଲେ। ଉଭୟ ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇଥିଲା। ପରସ୍ପରକୁ ବିଧା, ଗୋଇଠା ମାରିବା ସହିତ ଗୋବର ଓ ଢେଲାପଥର ମାଡ଼ କରିଥିଲେ। ପୁଲିସ୍ ଉପସ୍ଥିତ ଥିଲେ ବି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031