Indus Valley Times

ଚାଉଳିଆଗଞ୍ଜ ଥାନା ଆଇଆଇସିଙ୍କ ମୃତ୍ୟୁ ମାମଲା, ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ

 Breaking News

ଚାଉଳିଆଗଞ୍ଜ ଥାନା ଆଇଆଇସିଙ୍କ ମୃତ୍ୟୁ ମାମଲା, ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ

ଚାଉଳିଆଗଞ୍ଜ ଥାନା ଆଇଆଇସିଙ୍କ ମୃତ୍ୟୁ ମାମଲା, ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ
July 07
11:00 2026

କଟକ, ୭/୭: କଟକ ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତି ମୃତ୍ୟୁ ଘଟଣା। ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ। ରିପୋର୍ଟରେ ମୃତ୍ୟୁ କାରଣ ସଂପର୍କରେ ପୋଲିସ ସ୍ପଷ୍ଟ କରିବ । ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଶୁକ୍ରବାର ବିଳମ୍ବିତ ରାତିରେ ଆଇଆଇସି ନିଜ ଥାନା ଭିତରେ ରେଷ୍ଟ ରୁମରେ ଆତ୍ମହତ୍ୟା କରିଥିଲେ। ମୃତ୍ୟୁ ସଂପର୍କରେ ଏକ ସ୍ବତନ୍ତ୍ର ଟିମ ତଦନ୍ତ କରୁଛି ।
କଟକ ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତି ନିଜ କ୍ୱାର୍ଟର୍ସରେ ଆତ୍ମହତ୍ୟା କରିଥିଲେ । କୌଣସି କାରଣକୁ ନେଇ ଆତ୍ମହତ୍ୟା କରିଛନ୍ତି । ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ତଥାପି ପରିବାର ଓ ସଂପର୍କୀୟମାନେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । କୁଆଡେ କାମର ଅଧିକ ଚାପ ଅନୁଭବ କରୁଥିଲେ।
ରବିବାର ଅପରାହ୍ନ ସମୟରେ ଓଡ଼ିଶା ପୋଲିସ ଅଫିସର ମହାସଂଘ ପ୍ରେସମିଟ୍ କରିଥିଲା। ଯେଉଁଥିରେ ସଂଘ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି କରିବା ସହ ୩୦ ଦିନ ମଧ୍ୟରେ ରିପୋର୍ଟକୁ ଆସର୍ବଜନୀନ କରିବାକୁ ଦାବି କରିଥିଲା। ଏପଟେ ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା ଘଟଣାରେ କମିଶନରେଟ୍ ପୋଲିସ ଜଣଙ୍କୁ ଅଟକ ରଖି ଜେରା କରିଥିଲା । ଜେରା ହୋଇଥିବା ବ୍ୟକ୍ତି ଜଣଙ୍କ ପୋଲିସ ବିଭାଗର ଜଣେ କର୍ମଚାରୀ ବୋଲି ଜଣାପଡିଛି।
ସେହିପରି ପରିବାର ଲୋକଙ୍କ ବୟାନ ରେକର୍ଡ କରିଛି ପୋଲିସ । ଚାଉଳିଆଗଞ୍ଜ ଥାନାରେ ଵିୟୁଟିଙ୍କ ସ୍ବାମୀ, ତିନି ଭଉଣୀ ଓ ଭିଣୋଇଙ୍କ ଵୟାନ ରେକର୍ଡ କରାଯାଇଛି । ମୃତ୍ୟୁର ରହସ୍ୟ ବିୟୁଟିଙ୍କ ଫୋନରେ ଥିବା ଚର୍ଚ୍ଚା ହେଉଛି । ତେଣୁ ପୋଲିସ ତାଙ୍କର ୨ଟି ଫୋନ୍ ଫରେନସିକ୍ ଯାଞ୍ଚ ପାଇଁ ପଠାଇଛି । କଲ୍ ରେକର୍ଡର ମଧ୍ୟ ଯାଞ୍ଚ କରାଯାଉଛି । ବ୍ୟକ୍ତିଗତ ସଂପର୍କ ଦିଗରେ ମଧ୍ୟ ଯାଞ୍ଚ କରାଯିବ। ଏବେ ବୁଧବାର ଦିନ ଶବ ବ୍ୟବଚ୍ଛେଦ ରିପୋର୍ଟ ପୋଲିସର ହସ୍ତଗତ ହୋଇଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031