Indus Valley Times

ଚିଲିକାରେ ପକ୍ଷୀ ଗଣନା ଆରମ୍ଭ, ୨୧ ଟି ଟିମରେ ୧୦୧ ଜଣ ସାମିଲ

 Breaking News

ଚିଲିକାରେ ପକ୍ଷୀ ଗଣନା ଆରମ୍ଭ, ୨୧ ଟି ଟିମରେ ୧୦୧ ଜଣ ସାମିଲ

ଚିଲିକାରେ ପକ୍ଷୀ ଗଣନା ଆରମ୍ଭ, ୨୧ ଟି ଟିମରେ ୧୦୧ ଜଣ ସାମିଲ
January 04
10:45 2023

ବାଲୁଗାଁ, ୪/୧: ଓଡ଼ିଶାରେ ଥିବା ବିଶ୍ବର ବୃହତ୍ତମ ଲୁଣା ହ୍ରଦ ଚିଲିକାରେ ବୁଧବାର ସକାଳୁ ପକ୍ଷୀ ଗଣନା ଆରମ୍ଭ ହୋଇଛି। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଧୀନ ୫ଟି ରେଞ୍ଜରେ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ସକାଳ ୬ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟ ଚାଲିବ ବୋଲି ବାଲୁଗାଁ ରେଞ୍ଜ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।
ଏହି ଗଣନା କାର୍ଯ୍ୟରେ ୨୧ ଟିମରେ ଶହେରୁ ଅଧିକ କର୍ମଚାରୀ ସାମିଲ ଅଛନ୍ତି। ଗଣନା କାର୍ଯ୍ୟରେ ବାଇନାକୁଲାର, ଜିପିଏସ ଓ କ୍ୟାମେରା ବ୍ୟବହାର କରାଯାଉଥିବା ଜଣାପଡିଛି।
ପ୍ରତିବର୍ଷ ଶୀତ ଋତୁରେ ସୁଦୂର ସାଇବେରିଆ ସହ ପୃଥିବୀର ଅନ୍ୟାନ୍ୟ ଅଞ୍ଚଳରୁ ଏଠାକୁ ପକ୍ଷୀମାନଙ୍କ ଆଗମନ ହୋଇଥାଏ। ବିଭିନ୍ନ ପ୍ରଜାତିର ଲକ୍ଷାଧିକ ପକ୍ଷୀ ଏଠାକୁ ଆସିଥାନ୍ତି। ଏଥିପାଇଁ ବନ ବିଭାଗ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଥାଏ।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031