Indus Valley Times

ଚିଲିକା ନିର୍ବାଚନ ମଣ୍ଡଳୀରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଦ୍ଵାରା ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

 Breaking News

ଚିଲିକା ନିର୍ବାଚନ ମଣ୍ଡଳୀରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଦ୍ଵାରା ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

April 26
22:07 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା ,୨୭/୪ : ଆଜି ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ନିଜ ନିର୍ବାଚ଼ନ ମଣ୍ଡଳୀ‌‌ ଚିଲିକା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।
ଏହି ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡ଼ିକ ହେଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୫୧୭.୨୬ ଲକ୍ଷ ଟଙ୍କା ଅଟକଳ ବ୍ୟୟରେ \”ହଜ‌ ଠାରୁ ଦୀନବନ୍ଧୁପୁର ଭାୟା କାଲୁନିଆରୀ ଓ ଗମେଇ ରାସ୍ତା ନିର୍ମାଣ କାର୍ଯ୍ୟ,୫୧୩.୧୮ ଲକ୍ଷ ଟଙ୍କା ଅଟକଳ ବ୍ୟୟରେ ପଣସଡ଼ିହ(ଶାଳିଆ ଡ଼୍ୟାମ)ଠାରୁ ନୀଳାଦ୍ରିପ୍ରସାଦ ଭାୟା ବରକୋଳି ରାସ୍ତା ନିର୍ମାଣ କାର୍ଯ୍ୟ,୬୮୮.୭୨ ଲକ୍ଷ ଟଙ୍କା ଅଟକଳ ବ୍ୟୟରେ ନୀଳାଦ୍ରିପ୍ରସାଦ ଠାରୁ ପଣସଡ଼ିହ ଭାୟା ବରକୋଳି ରାସ୍ତାର ୧୦.୨୦ କି.ମି. ଠାରେ ଶାଳିଆ ୱାଟର ଚ଼ାନେଲ ଉପରେ ସୁଉଚ୍ଚ ସେତୁ ନିର୍ମାଣ କାର୍ଯ୍ୟ,୩୧୫.୨୮ ଲକ୍ଷ ଟଙ୍କା ଅଟକଳ ବ୍ୟୟରେ ଏନଚ୍ -୫ ଠାରୁ ରାହାଣବେଳି ରାସ୍ତାର‌ ଉନ୍ନତିକରଣ କାର୍ଯ୍ୟ ଓ ପୂର୍ତ୍ତ ବିଭାଗ ପକ୍ଷରୁ ୧୪.୭୮ କୋଟି ଟଙ୍କା‌ ଅଟକଳ ବ୍ୟୟରେ ସୁନାଖଳା ଠାରୁ ଆୟତପୁର ରାସ୍ତାର ଉନ୍ନତିକରଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।
ଏହି ପ୍ରକଳ୍ପ ଗୁଡ଼ିକ ହେବା ଦ୍ୱାରା ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ‌‌ର ବିଭିନ୍ନ ଗ୍ରାମର ଗ୍ରାମବାସୀମାନେ ଉପକୃତ ହେବା ସହ ଗମନାଗମନ କ୍ଷେତ୍ରରେ ସୁଦୃଢ଼ ହୋଇପାରିବ।
ଏହି କାର୍ଯ୍ୟକ୍ରମ ଅବସରରେ ପୁରୀ ସାଂସଦ ଡ଼ାଃ ସମ୍ବିତ ପାତ୍ର, ବାଣପୁର ବ୍ଲକ ଅଧ୍ୟକ୍ଷ‌ ଅମରେନ୍ଦ୍ର ରଣସିଂହ, ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ଚ଼ିଲିକା ବ୍ଲକ ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ,ସମାଜସେବୀ ଦୁଷ୍ମନ୍ତ ହରିଚନ୍ଦନ,ବାଣପୁର ବ୍ଲକ ଉପାଧ୍ୟକ୍ଷାଙ୍କ ପ୍ରତିନିଧି ମାଧବ ପ୍ରଧାନ,୧୪ ନଂ ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି ତପନ ପ୍ରଧାନ,କୁଲେଇ‌ ଗ୍ରା:ପ ସରପଞ୍ଚଙ୍କ ପ୍ରତିନିଧି ପ୍ରକାଶ ବେହେରା, ନୀଳାଦ୍ରିପ୍ରସାଦ ସରପଞ୍ଚ ଉମାକାନ୍ତ ସାହୁ, ଭେଟେଶ୍ବର ସରପଞ୍ଚ ସାବିତ୍ରୀ ଭୋଳ,ସଂଗଠକ ଜିତେନ୍ଦ୍ର ଭୋଳଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031