Indus Valley Times

ଛିଣ୍ଡା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗାଈ ଚରାଳିଙ୍କ ମୃତ୍ୟୁ

 Breaking News

ଛିଣ୍ଡା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗାଈ ଚରାଳିଙ୍କ ମୃତ୍ୟୁ

ଛିଣ୍ଡା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗାଈ ଚରାଳିଙ୍କ ମୃତ୍ୟୁ
September 15
18:37 2026

ପ୍ରମୋଦ କୁମାର ସାହୁକାରଙ୍କ ରିପୋର୍ଟ
ଚନ୍ଦ୍ରପୁର/ରାୟଗଡ଼ା, ୧୫/୯ : ବିଦ୍ୟୁତ୍ ବିଭାଗର ଚରମ ଅବହେଳା ପୁଣି କାଢି ନେଲା ଏକ ନିରୀହ ଜୀବନ। ଗାଈ ଚରାଇ ଘରକୁ ଫେରୁଥିବା ବେଳେ ଛିଣ୍ଡା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଲୋକ ମୃତ୍ୟୁ ଘଟିଛି। ଏହି ହୃଦୟ ବିଦାରକ ଘଟଣା ଘଟିଛି ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଟୁରିଗୁଡା ପଞ୍ଚାୟତ ଅନ୍ତର୍ଗତ ଟିଣାପଦର ଗ୍ରାମରେ।
ମୃତକ ହେଲେ ଉକ୍ତ ଗ୍ରାମର ୪୨ବର୍ଷୀୟ ମାଧବ ପିଡକକା। ସୂଚନା ଅନୁସାରେ, ଆଜି ଅପରାହ୍ନରେ ସେ ନିତ୍ୟ ଦିନ ଭଳି ଗାଈ ଚରାଇ ଘରକୁ ଫେରୁଥିଲେ। ଏହି ସମୟରେ ରାସ୍ତା କଡରେ ପଡିଥିବା ଛିଣ୍ଡା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।
ପରେ ପରିବାର ଲୋକେ ତାଙ୍କୁ ତୁରନ୍ତ ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଅଭିଯୋଗ ହେଉଛି ଯେ, ଏହି ଅଞ୍ଚଳରେ ବହୁ ଦିନ ହେଲା ବିଦ୍ୟୁତ୍ ତାର ଛିଣ୍ଡି ବିପଦଜନକ ଅବସ୍ଥାରେ ପଡି ରହିଥିଲା। ବିଦ୍ୟୁତ୍ ବିଭାଗକୁ ବାରମ୍ବାର ଜଣାଇବା ପରେ ମଧ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ନ ଥିଲା। ଫଳରେ ଆଜି ଏପରି ଏକ ମୂଲ୍ୟବାନ ଜୀବନ ଅକାଳରେ ଚାଲିଗଲା।
ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ମୃତକଙ୍କ ପରିବାରକୁ ଉଚିତ୍ କ୍ଷତିପୂରଣ ପ୍ରଦାନ କରିବା ସହ ବିଦ୍ୟୁତ୍ ବିଭାଗର ଦାୟିତ୍ୱହୀନ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଓ ପରିବାର ଲୋକେ ପ୍ରଶାସନ ନିକଟରେ ଦାବି କରିଛନ୍ତି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930