Indus Valley Times

ଜଳିଗଲା ଜଣେ ମାଲିକଙ୍କ ୪ଟି ବସ୍

 Breaking News

ଜଳିଗଲା ଜଣେ ମାଲିକଙ୍କ ୪ଟି ବସ୍

ଜଳିଗଲା ଜଣେ ମାଲିକଙ୍କ ୪ଟି ବସ୍
June 01
19:11 2024

ରାୟଗଡ଼ା/ବିଷମକଟକ, ୧/୬: ରାୟଗଡା ଜିଲ୍ଲା ବିଷମକଟକ ସଦର ଥାନା ଅନ୍ତର୍ଗତ ବିଜୁ ପଟ୍ଟନାୟକ ବସ୍ଷ୍ଟାଣ୍ଡରେ ଅଘଟଣ ଘଟିଛି। ଆଜି ଅପରାହ୍ଣରେ ଚାରୋଟି ଘରୋଇ ଯାତ୍ରୀବାହୀ ବସ୍ରେ ନିଆଁ ଲାଗିଛି।
ସୂଚନା ପାଇଁ ଘଟଣା ସ୍ଥଳରେ ଦୁଇଟି ଦମକଳ ବାହନୀ ପହଁଞ୍ଚି ନିଆଁକୁ ଆୟତ କରିବା କାର‌୍ୟ୍ୟରେ ଲାଗି ପଡ଼ିଛନ୍ତି। ଏହି ଚାରୋଟି ବସ ଗୋଟିଏ ମାଲିକର ହୋଇଥିବା ସୂଚନା ମିଳିଛି। ବସରେ କୌଣସି ଯାତ୍ରୀ ନଥିବାରୁ କେହି ମୃତାହତ ହୋଇନାହାନ୍ତି। ପ୍ରବଳ ଗରମ ଯୋଗୁଁ ବସରେ ନିଆଁ ଲାଗିଯାଇଥିବା ସୂଚନା। ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କେହି ଦୁର୍ବୃତ୍ତ ବସ୍ଗୁଡ଼ିକରେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି। କେଉଁ କାରଣରୁ ବସ୍ରେ ନିଆଁ ଲାଗିଲା ତାହା ଜଣା ପଡ଼ିନାହିଁ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031