Indus Valley Times

ଜାପାନରେ ମୁଖ୍ୟମନ୍ତ୍ରୀ: ଓଡ଼ିଶାରେ ପୁଞ୍ଜିନିବେଶ ଲାଗି କରିବେ ଆଲୋଚନା

 Breaking News

ଜାପାନରେ ମୁଖ୍ୟମନ୍ତ୍ରୀ: ଓଡ଼ିଶାରେ ପୁଞ୍ଜିନିବେଶ ଲାଗି କରିବେ ଆଲୋଚନା

April 04
11:55 2023

ଭୁବନେଶ୍ୱର,୪/୪: ଟୋକିଓରେ ପହଞ୍ଚିବା ପରେ ସେଠାରେ ହେବାକୁ ଥିବା ଓଡ଼ିଶା ବିଜନେସ୍ ମିଟରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ସେଠାରେ ବିଭିନ୍ନ ବଡ଼ ପୁଞ୍ଜିପତିଙ୍କ ସହ ୱାନ୍ ଟୁ ୱାନ୍ ବୈଠକ କରିବେ । ଏଥିରେ ନିପନ୍ ଷ୍ଟିଲସର ନିର୍ଦ୍ଦେଶକ ତଥା ସଭାପତି ଇଜି ହାସିମୋଟୋଙ୍କୁ ସାକ୍ଷାତ କରିବାର କାର‌୍ୟ୍ୟକ୍ରମ ରହିଛି ।
ଏହି ବୈଠକରେ ଓଡ଼ିଶାରେ ଆର୍ସେଲର ମିତଲ ଓ ନିପନ ଷ୍ଟିଲର ସଂପ୍ରସାରଣ ନେଇ ଗୁରୁତ୍ୱପୂର୍ଣ୍ଣ ଘୋଷଣା ହୋଇପାରେ । ଓଡ଼ିଶାରେ ଦୁଇଟି ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ଆର୍ସେଲର ମିତଲ ଓ ନିପନ ଷ୍ଟିଲ୍ ପୂର୍ବରୁ ସରକାରଙ୍କ ସହ ପୂର୍ବରୁ ଏମଓୟୁ କରିଥିଲା । ଏଥିରେ ୯୩ ହଜାର କୋଟି ପୁଞ୍ଜି ନିବେଶ ହେବ ।
ପ୍ରତିନିଧି ଦଳରେ ଶିଳ୍ପ, ଏମ୍ଏସ୍ଏମ୍ଇ, ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା, ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ପ୍ରମୁଖ ସଚିବ ମନୋଜ କୁମାର ମିଶ୍ର, ଇପିକଲ୍ ପରିଚାଳନା ନିର୍ଦ୍ଦେଶକ ଭୂପେନ୍ଦର ପୁନିଆ ଅଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର‌୍ୟ୍ୟାଳୟ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭି.କେ ପାଣ୍ଡିଆନ, ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭିନୀଲ କ୍ରିଷ୍ଣା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଜାପାନ ଗସ୍ତରେ ଯାଇଛନ୍ତି ।
ଏହାବାଦ୍ ଇସ୍ପାତ, ଆଲୁମିନିୟମ, ବୟନଶିଳ୍ପ, ଖାଦ୍ୟ ଏବଂ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ, ସବୁଜ ହାଇଡ୍ରୋଜେନ ଓ ସବୁଜ ଆମୋନିଆ କ୍ଷେତ୍ରର ଉଦ୍ୟୋଗୀମାନେ ଜାପାନ ଗସ୍ତରେ ଯାଇଛନ୍ତି । ସେମାନେ ଜାପାନର ଶିଳ୍ପସଂସ୍ଥା ସହ ଓଡ଼ିଶାରେ ବ୍ୟବସାୟ ପାଇଁ ଥିବା ସୁବିଧା ସୁଯୋଗ ବିଷୟରେ ଆଲୋଚନା କରିବେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031