Indus Valley Times

ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ ବିତରଣ ନିମନ୍ତେ ଦ୍ଵିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

 Breaking News

ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ ବିତରଣ ନିମନ୍ତେ ଦ୍ଵିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

March 29
08:56 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୯/୩ : (ଶୁକ୍ରବାର ) ଦିନ ଦିବା ଘ.୧୧.୩୦ ମିନିଟ ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଜିଲାପାଳ ସୁବତ୍ର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ ବିତରଣ ନିମନ୍ତେ ଜ଼ିଲ୍ଲା ସ୍ତରୀୟ ) ଦ୍ଵିତୀୟ ପ୍ରସ୍ତୁତି ବୈଠକ ର ସମୀକ୍ଷା କରିଥିଲେ ।
ବୈଠକ ରେ ଜିଲାସ୍ତରୀୟ ଷ୍ଟିୟରିଙ୍ଗ କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ । ଏହି ବୈଠକରେ ଉପ -ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ମଦନ ମୋହନ ପ୍ରଧାନ, ଡି. ଏମ.ଓ ଏମ ଏସ. କମ ସୁପାରିନଟେଣ୍ଡେଣ୍ଟ ଡ଼. ସଂଘମିତ୍ରା ପଣ୍ଡା, ଏ.ଡି.ପି.ଏଚ.ଓ (ଏଫଡବ୍ଲୁ) ଡା. କିଶୋର ଚନ୍ଦ୍ର ପଟ୍ଟନାୟକ, ସମସ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ଓ ଅନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ପାଇଁ ତାରିଖ, ସମୟ ନିର୍ଧାରଣ ନ ହୋଇ ଥିବା ବେଳେ ଏହି କାର‌୍ୟ୍ୟକ୍ରମ ୧୨ ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ହେବାକୁ ଥିବା ନେଇ ପ୍ରସ୍ତୁତିର ଅଗ୍ରଗତି ବିଷୟରେ ଜିଲ୍ଲାପାଳ ସମୀକ୍ଷା କରିଥିଲେ ।
ଏହି କାର୍ଯ୍ୟକ୍ରମ ଜରିଆରେ ୨ ଲକ୍ଷ ୩ ହଜାର ୫୫୫ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯିବାର ଲକ୍ଷ ରଖାଯାଇଥିବା ଜଣାଯାଇଛି ।
କମନ ସର୍ଭିସ ସେଣ୍ଟର ଗୁଡିକ କାର୍ଡ ପଞ୍ଜିକରଣ ଓ ବିତରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31