Indus Valley Times

ଜିଲ୍ଲା କଂଗ୍ରେସ କମିଟି ଦ୍ୱାରା ହାତକୁହାତ ଯୋଡୋ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

 Breaking News

ଜିଲ୍ଲା କଂଗ୍ରେସ କମିଟି ଦ୍ୱାରା ହାତକୁହାତ ଯୋଡୋ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

December 29
20:57 2022

ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୨୯/୧୨: ହାତକୁହାତ ଯୋଡୋ କାର୍ଯ୍ୟକ୍ରମ ପ୍ରସ୍ତୁତି ବୈଠକଅଖିଳ ଭାରତ କଂଗ୍ରେସ କମିଟି ନିଷ୍ପତି ଏବଂ ପ୍ରଦେଶ କଂଗ୍ରେସ ସଭାପତିଙ୍କ ନିର୍ଦ୍ଧେଶ ଅନୁସାରେ ନୟାଗଡ଼ ଜିଲ୍ଲାରେ ହାତକୁ ହାତ ଯୋଡ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଜିଲ୍ଲା ସଭାପତି ଆଇନଜୀବି ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ସଂଗ୍ରାମୀ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି ।
ପ୍ରଦେଶ କଂଗ୍ରେସ ପର୍ଯ୍ୟବେକ୍ଷକ ପୂର୍ବତନ ସାଂସଦ ନକୁଳ ନାୟକଙ୍କ ଉପସ୍ଥିତିରେ ଆଗାମୀ ଜାନୁୟାରୀ ୨୬ ଠାରୁ ଜିଲ୍ଲାର ପ୍ରତ୍ୟେକ ବ୍ଲକ ସଦର ମହକୁମା ଠାରୁ ଦଳୀୟ ନେତା କର୍ମୀ ଜାତୀୟ ପତାକା ଧରି ପଞ୍ଚାୟତ ବୁଥ ବୁଲିବାର କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇ ଥିଲା ।
ପ୍ରତ୍ୟେକ ବ୍ଲକ ସଭାପତି ମାନେ ଯଥାଶୀଘ୍ର ବ୍ଲକସ୍ତରୀୟ ପ୍ରସ୍ତୁତି ବୈଠକ ଆୟୋଜନ କରାଇ ହାତକୁ ହାତ ଯୋଡ କାର୍ଯ୍ୟକ୍ରମର ଚୂଡାନ୍ତ ରୂପରେଖ ପ୍ରସ୍ତୁତି କରାଯିବ ।
ଆଗାମୀ ଫେବୃଆରୀ ମାସରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଭାରତଯୋଡ ପରିବର୍ତନ ଯାତ୍ରା ଦଶପଲ୍ଲାର ଵାଣିଗୋଚ୍ଛା ଠାରୁ ସ୍ୱାଗତ କରାଯାଇ ରାଜସୁନାଖଳା ପର‌୍ୟ୍ୟନ୍ତ ପାଦରେ ପାଦ ମିଶାଇ ଚାଲିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମର ରୋଡ଼ମ୍ୟାପ ପ୍ରସ୍ତୁତ କରାଯାଇ ଥିଲା ।
ଏହି ବୈଠକରେ ଜିଲ୍ଲା ହାତକୁ ହାତ ଯୋଡ ସଂଯୋଜକ ବସନ୍ତ ମହାରଣା, ମହିଳା କଂଗ୍ରେସ ଜିଲ୍ଲା ସଭାନେତ୍ରୀ ପ୍ରତିମା ଜେନା, ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରତୀକ ମହାପାତ୍ର, ମୀର ଆବୁବାକର ସିଦ୍ଧିକ, ସମ୍ପାଦକ ହୁସେନ ଖାଁ, ଦଳୀୟ ଜିଲ୍ଲା ପରିଷଦ ପ୍ରାର୍ଥୀଗଣ , ବ୍ଲକ କଂଗ୍ରେସ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ, ବୁଲୁ ପରିଡା , ଅଶୋକ ନାୟକ, ବାଙ୍କବିହାରୀ ଧଳ, କାଶୀନାଥ ନାୟକ, ଆରଜିପିଆରଏସ ସଂଯୋଜକ ସୁକାନ୍ତ ଶତପଥୀ, ସେବା ଦଳ ଜିଲ୍ଲା ସଂଯୋଜକ ବିମଳ ଦାଶ, ହରିଜନ ସେଲ ସଭାପତି ଭଗବାନ ମଲ୍ଲିକ,ଆଇଏନଟିୟୁସି ଜିଲ୍ଲା ଅଧ୍ୟକ୍ଷ ଆଲୋକ ପ୍ରଧାନ, ଡିସିସି କୋଷାଧ୍ୟକ୍ଷ୍ୟ ଚିତ୍ତରଞ୍ଜନ ପ୍ରଧାନ,ବରିଷ୍ଠ ନେତା ଲଡ଼ୁକେଶ୍ୱର ଷଡ଼ଙ୍ଗୀ, କବିରାଜ ନାୟକ, ଦିଗାମ୍ବର ବେହେରା, ଯୁବନେତା ଦିଲ୍ଲୀପ ଖୁଣ୍ଟିଆ ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031