Indus Valley Times

ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସତ୍ୟାଗ୍ରହ

 Breaking News

ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସତ୍ୟାଗ୍ରହ

March 28
16:59 2023

By Kambhudhar Keti
ବୌଦ୍ଧ,୨୮/୩ : କେନ୍ଦ୍ରରେ କ୍ଷମତାରେ ରହିଥିବା ବିଜେପି ସରକାର ଆଦାନୀ ସ୍କାମରେ ଜଡିତ ରହିଥିବା ଘଟଣା ହିଡନ ବର୍ଗ ତଥ୍ୟରୁ ଜଣାପଡିବା ପରଠାରୁ କଂଗ୍ରେସ ଦଳର ନେତା ରାହୁଳ ଗାନ୍ଧୀ ବାରମ୍ବାର ମୋଦି ସରକାରଙ୍କୁ ପ୍ରଶ୍ନ ପଚାରି ଚାଲିଛନ୍ତି । ଏହି ପ୍ରସଙ୍ଗରୁ ମୁକୁଳିବା ପାଇଁ ଓ ଦେଶବାସୀଙ୍କୁ ଏହି ମାମଲାରୁ ଦୃଷ୍ଟି ହଟାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅହଙ୍କାରୀ ମନୋଭାବ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ମିଥ୍ୟା ମୋକଦ୍ଦମା କରିବା ସହିତ ତାଙ୍କର ସଭ୍ୟ ପଦ ରଦ୍ଦ କରିଥିବା ନେଇ ଅଭିଯୋଗ କରାଯିବା ସହିତ ସମଗ୍ର ଦେଶରେ ରାହୁଲ ଗାନ୍ଧୀଙ୍କ ସପକ୍ଷରେ କଂଗ୍ରେସ ଦଳ ତାର ଆନ୍ଦୋଳନ ଜାରି ରଖିଥିôବାବେଳେ ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ସୋମବାର ଦିନ ହାତୀଶାଳ ଛକସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ସତ୍ୟାଗ୍ରହ କରାଯାଇଥିଲା ।
କଂଗ୍ରେସର ଅନେକ ପୁରୁଖା ନେତା ଓ କର୍ମୀ ଏହି ସତ୍ୟାଗ୍ରହରେ ସାମିଲ ହୋଇ କେନ୍ଦ୍ରରେ ବିଜେପି ସରକାରର ସ୍ୱେଚ୍ଛାଚାରୀତାର ଦୃଢ ନିନ୍ଦା କରିବା ସହ ଗଣତନ୍ତ୍ରର ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଥିଲେ । ଏହି ସତ୍ୟାଗ୍ରହ କାର୍ଯ୍ୟକ୍ରମରେ କଂଗ୍ରେସର ମୁଖ୍ୟ ମୁଖପାତ୍ର ଶାନ୍ତନୁ କୁମାର ମହାପାତ୍ର, ପୂର୍ବତନ ପିସିସି ସଭ୍ୟ ରାୟ ସଂଜିବ କୁମାର ଦେଓ,ଗଣେଶ ପ୍ରସାଦ ଅଗ୍ରୱାଲା, ତାରେଣି ଜେନା ସମରେଶ ମିଶ୍ର, ସନ୍ଧ୍ୟାରାଣୀ ସିଂହ, ମମତା ପଣ୍ଡା, ପଙ୍କଜ କର୍ଣ୍ଣ, ପୌଲସ୍ତି ପ୍ରଧାନ, ଅଭିଳାଷ ସ୍ୱାଇଁ, ରୋହିତାଶ୍ୱ ବେହେରା, ବେଣୁଧର ମେହେର, ବୁଦ୍ଧଦେବ ପ୍ରଧାନ, ସମରେନ୍ଦ୍ର ମହାକୁଳ, ଅର୍ଜୁନ ମହାନନ୍ଦିଆ, ନିତେଶ ମେହେର, ପ୍ରତାପ ପଣ୍ଡା, ପ୍ରମୋଦ ପ୍ରଧାନ ଓ ଆଇନଜିବୀ ଅରୂପ ପଟ୍ଟନାୟକ ପ୍ରମୁଖ ସାମିଲ ହୋଇଥିଲେ ।


ଗଂଜେଇ ମାମଲାରେ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ
ବୌଦ୍ଧ,୨୮/୩ : ବୌଦ୍ଧଜିଲ୍ଲା ଦୌରାଜଜ ତଥା ସ୍ପେଶାଲ ଜଜ ବିକ୍ରମ କୁମାର ପ୍ରଧାନ ସୋମବାର ଏକ ଗଂଜେଇ ମାମଲାର ବିଚାର କରି ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ମାମଲାରୁ ପ୍ରକାଶଯେ ଗତ ୨୪.୮.୨୨ ତାରିଖରେ ହରଭଙ୍ଗା ଅବକାରୀ ବିଭାଗ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବିଶେଷ ସୁତ୍ରରୁ ଖବର ପାଇଲ ଯେ ପୁରୁଣାକଟକ ଥାନା ବାରବାଣୀ ଗ୍ରାମର ବାସନ୍ତୀ ପାତ୍ର (୪୩) ନିଜ ଘର ବାଡିପଟେ ଥିବା ଶାଗୁଆନ ଗଛ ମୁଳରେ ଗଂଜେଇ ରଖିଥିବା ନେଇ ଜାଣିବା ପରେ ଚଢାଉ କରିଥିଲେ । ଚଢାଉ ସମୟରେ ଅଭିଯୁକ୍ତ ଜଣକ ଗଂଜେଇ ଗୁଡିକ ଏକ ନୀଳ ଜରିବସ୍ତାରେ ଭର୍ତ୍ତି କରୁଥିବା ଅବକାରୀ ଟିମ ଦେଖିବାକୁ ପାଇଥିଲେ । ଘର ପଛପଟେ ଶାଗୁଆନ ଗଛ ତଳେ ଥିବା ବସ୍ତାକୁ ଜବତ କରିବା ସହ ବସ୍ତାରୁ ୨୫ କିଲୋ ଗଂଜେଇ ଜବତ କରି ଅଭିଯୁକ୍ତ ବାସନ୍ତୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ।
ଏହି ମାମଲାଟି ପରିବର୍ତି ସମୟରେ ବୌଦ୍ଧଜିଲ୍ଲା ଦୌରାଜଜଙ୍କ ଅଦାଲତରେ (୨ଏ ସିସି ୧୬/୨୨)ହୋଈ ବିଚାର ହୋଇଥିଲା । ୩ ଜଣ ସାକ୍ଷୀଙ୍କ ବୟାନକୁ ଭିତି କରି ପ୍ରମାଣ ଅଭାବରୁ ଅଦାଲତ ଅଭିଯୁକ୍ତ ବାସନ୍ତୀକୁ ନିଦ୍ଦୋର୍ଷରେ ଖଲାସ କରିଛନ୍ତି । ଅଭିଯୁକ୍ତଙ୍କ ପକ୍ଷରୁ ଏହି ମାମଲାକୁ ଆଇନଜୀବୀ ପ୍ରିତମ ମିଶ୍ର ପରିଚାଳନା କରିଥିଲେ ।


ଗଙ୍ଗାଧର ମେହେର ସ୍ୱେଚ୍ଛାସେବୀ ସମିତି ପକ୍ଷରୁ ଅସହାୟ ବ୍ୟକ୍ତିଙ୍କ ଶବ ସତ୍କାର
ବୌଦ୍ଧ,୨୮/୩ : ବୌଦ୍ଧ ବୁଟୁପାଲିସ୍ଥିତ ଗଙ୍ଗାଧର ମେହେର ସ୍ୱେଚ୍ଛାସେବୀ ସମିତି ସହଯୋଗରେ ଜଣେ ଅସହାୟ ବ୍ୟକ୍ତିଙ୍କ ଶବ ସତ୍କାର କରାଯାଇଛି । ସୂଚନା ମୁତାବକ ବୌଦ୍ଧ ସହରର ଖଲିଆବଗିଚାରେ ବାବୁଲା ବେହେରା ତାଙ୍କ ପରିବାର ସହିତ ରହୁଥିଲେ ।
ଖଲିଆବଗିଚା ଛକରେ ଏକ ଠେଲାରେ ଜଳଖିଆ ବିକ୍ରୟ କରି ସେ ପରିବାର ପ୍ରତିପୋଷଣ କରୁଥିଲେ । ଗତ ରବିବାର ଦିନ ପ୍ରାୟ ୩ ଟା ସମୟରେ ବାବୁଲା ହଠାତ ଅସୁସ୍ଥ ହୋଇପଡିବା ଯୋଗୁଁ ତାଙ୍କୁ ପରିବାରଲୋକ ନେଇ ଡାକ୍ତରଖାନା ଯାଇଥିଲେ । କିନ୍ତୁ ସେଠାରେ ଚିକିତ୍ସା ସମୟରେ ମୃତ୍ୟୁ ହୋଇଯାଇଥିଲା । ଶବ ସତ୍କାର ପାଇଁ ତାଙ୍କର ବନ୍ଧୁ ବାନ୍ଧବ କେହି ନଆସିବାରୁ ଗଙ୍ଗାଧର ମେହେର ସେ୍‌ôଚ୍ଛାସେବୀ ଅନୁଷ୍ଠାନକୁ ଖବର ଦିଆଯାଇଥିଲା ।
ସୂଚନା ପାଇ ସଂଗଠନର ସଭାପତି ମିନୁ ପ୍ରସାଦ ମିଶ୍ର, ରାମଚନ୍ଦ୍ର ମେହେର, ରମେଶ ପ୍ରଧାନ, ଇନ୍ଦ୍ରମଣି ମେହେରଙ୍କ ସମେତ ଅରୁପ ମହାରଣା, ତ୍ରିନାଥ ମେହେର, ବାବୁଲା ଦାନୀ, ଅଭିମନ୍ୟୁ ସିଂହ ପ୍ରମୁଖ ଯାଇ ବୌଦ୍ଧ ରାଜଘାଟଠାରେ ତାଙ୍କର ଶବ ସତ୍କାର କରିଥିଲେ । ତାଙ୍କ ପୁଅ ରାଜା ବେହେରା ମୁଖାଗ୍ନି ଦେଇଥିଲେ ।

Tags
Share

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031