Indus Valley Times

ଜିଲ୍ଲା ସଂସ୍କୃତି ଅଧିକାରୀ ସେବା ବର୍ଗର ପୁନର୍ଗଠନ, ପଦୋନ୍ନତି ସୁବିଧା ପ୍ରଦାନ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର

 Breaking News

ଜିଲ୍ଲା ସଂସ୍କୃତି ଅଧିକାରୀ ସେବା ବର୍ଗର ପୁନର୍ଗଠନ, ପଦୋନ୍ନତି ସୁବିଧା ପ୍ରଦାନ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର

ଜିଲ୍ଲା ସଂସ୍କୃତି ଅଧିକାରୀ ସେବା ବର୍ଗର ପୁନର୍ଗଠନ, ପଦୋନ୍ନତି ସୁବିଧା ପ୍ରଦାନ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର
January 31
18:52 2026

ଭୁବନେଶ୍ୱର, ୩୧/୧ : ରାଜ୍ୟ କ୍ୟାବିନେଟ୍ ବୈଠକରେ ରାଜ ସମବାୟ ନୀତିକୁ ମଞ୍ଜୁରୀ ମିଳିଛି । ଶନିବାର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ମୋଟ ୧୦ଟି ବିଭାଗର ୧୨ଟି ପ୍ରସ୍ତାବ ଅନୁମୋଦିତ ହୋଇଛି । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି ।
ମୁଖ୍ୟ ଶାସନ ସଚିବଙ୍କ ସୂଚନା ମୁତାବକ, ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗର ପୂର୍ବ କ୍ୟାବିନେଟରେ ପ୍ରସ୍ତାବ ରଖାଯାଇଥିବା ଓଡ଼ିଶା ସଂସ୍କୃତି ବିକାଶ ସେବା ନିୟମାବଳୀକୁ ଅନୁମତି ମିଳିଛି ।
ଏଥିପେ ୩୩ରୁ ୬୬ ନିଯୁକ୍ତି ସୃଷ୍ଟି ହେବ । ଓଡ଼ିଶା ଭାଷା ଓ ସଂସ୍କୃତିକୁ ବଢ଼ାଇବାକୁ କଣ ପଦକ୍ଷେପ ନିଆଯିବ ତାହା ଉପରେ କ୍ୟାବିନେଟରେ ତଥ୍ୟ ରଖିଛନ୍ତି ।
ଶିଳ୍ପ ବିଭାଗର କଲ୍ୟାଣୀ ଗ୍ରୁପ ତରଫ ରରୁ ଇଣ୍ଡିଗ୍ରେଟେଡ଼ ନ୍ୟୁ ଏଜ ମାନୁଫେକଚର କମ୍ପ୍ଲେକ୍ସ ଢେଙ୍କାନାଳର ଗଜମରା ଠାରେ ୧୧ ସହ ଏକର ଜମିରେ ନିର୍ମାଣ ହେବ । ୧୭ ହଜାର ୨୫୦ କୋଟି ଟଙ୍କାର ନିବେଶ ହେବ । ପ୍ରାୟ ୨୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି ।
ପ୍ରାରମ୍ଭିକ ସମୟରେ ୧୨ ହଜାର ନୂତନ ନିଯୁକ୍ତି ସୃଷ୍ଟି ହେବ । ଟାଇଟନିୟମ, ସ୍ପେଶାଲ ଷ୍ଟିଲ, ଅଟୋ କମ୍ପନେଟ, ଏରୋସ୍ପେଶ, ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ କରାଯିବ ।
ରାଜ୍ୟ ସମବାୟ ନୀତି-୨୦୨୬କୁ କ୍ୟାବିନେଟ୍ ମଞ୍ଜୁରି ମିଳିଛି । ଜାତୀୟ ସମବାୟ ନୀତି-୨୦୨୫ ଢାଞ୍ଚାରେ ଏହି ନୀତି ପ୍ରସ୍ତୁତ ହୋଇଛି । ୭ଟି ବିନ୍ଦୁକୁ ନେଇ ସମବାୟ ନୀତି ଆସିଛି ।
ନିଯୁକ୍ତିରେ ସ୍ୱଚ୍ଛତା, ଭିତ୍ତିଭୂମି, ଡିଜିଟାଲ ବ୍ୟବସ୍ଥା, ଆର୍ଥିକ ବ୍ୟବସ୍ଥା ଆଦିକୁ ଦୃଷ୍ଟିରେ ରଖାଯାଇଛି । ଶ୍ରମ ବିଭାଗର ଇସିଆଇର ନର୍ସିଂ କ୍ୟାଡର୍ ନିୟମକୁ ଅନୁମୋଦନ ମିଳିଛି । ୨୦୧୪ ପଦବୀରୁ ୨୫୪ଟି ପଦ ନର୍ସିଂ କ୍ୟାଡରରେ ଆସିବ ।
ଜଳସମ୍ପଦ ବିଭାଗର ଡାଇଭର୍ସନ ସିଷ୍ଟମ ପାଇଁ ୩୬୨ କୋଟି ଟଙ୍କାର ତିନି ବର୍ଷ ପାଇଁ ଇମ୍ପ୍ରୁଭମେଣ୍ଟ୍ ଟୁ ଡାଇଭର୍ସନ୍ ୱେର୍ସ ନୂତନ ଯୋଜନା ପ୍ରଣୟନ କରାଯାଇଛି । କେନାଲ ଓ ଗେଟ୍ ମରାମତି ଆଦି କରାଯିବ । ରାଜ୍ୟରେ ଏଭଳି ୧୧୩୩ ଡାଇଭର୍ସନ୍ ମଧ୍ୟରୁ ୪୮୦ଟି ଚିହ୍ନଟ କରାଯାଇଛି ଯାହା ଉପରେ କାମ ହେବ ।
ଭୁବନେଶ୍ୱରରୁ ସିଙ୍ଗାପୁର ଏବଂ ଦୁବାଇକୁ ବିମାନ ସେବା ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ମାର୍ଚ୍ଚ ମାସ ଯାଏଁ ସିଙ୍ଗାପୁର ଓ ଦୁବାଇକୁ ବିମାନ ଉଡ଼ାଣ ଜାରି ରହିବ । ପରବର୍ତ୍ତୀ ସମୟରେ ବିମାନ ଚାଲିବା ନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।
ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ନିୟମାବଳୀ-୨୦୨୬ ପ୍ରଣୟନ କରାଯାଇଛି । ଓପିଏସସି ଢାଞ୍ଚାର ନିୟମରେ ଅଧ୍ୟକ୍ଷ ଓ ସଦସ୍ୟ ନିଯୁକ୍ତି କରାଯିବ ।
ତତସହିତ ମିଳିତ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା ନିୟମାବଳୀ- ୨୦୨୨ର ସଂଶୋଧନ ଏବଂ ଓଡ଼ିଶା ସୁପରିୟର ଜୁଡିସିଆଲ୍ ସର୍ଭିସ, ଜୁଡିସିଆଲ୍ ସର୍ଭିସ ରୁଲ୍ସ ୨୦୦୭ ସଂଶୋଧନ ବିଲ ଅନୁମୋଦିତ ହୋଇଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031