Indus Valley Times

ଜିଲ୍ଲା ସ୍ତରୀୟ କବାଡି ପ୍ରତିଯୋଗୀତା ଉଦଯାପିତ: ବାରଖମା ଦଳ ବିଜୟୀ , ଗୁମାପଦର ଦଳ ଉପବିଜେତା

 Breaking News

ଜିଲ୍ଲା ସ୍ତରୀୟ କବାଡି ପ୍ରତିଯୋଗୀତା ଉଦଯାପିତ: ବାରଖମା ଦଳ ବିଜୟୀ , ଗୁମାପଦର ଦଳ ଉପବିଜେତା

November 26
13:36 2023

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨୬/୧୧: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଗୁଳିମରା ସାହିର ମହାମାୟୀ କବାଡି କ୍ଳବ୍ ଓ ଗ୍ରାମ୍ୟ କମିଟି ର ମିଳିତ ସହଯୋଗ ରେ ଆୟୋଜିତ ଜିଲ୍ଲା ସ୍ତରୀୟ କବାଡି ପ୍ରତିଯୋଗୀତା ଉଦଯାପିତ ହୋଇ ଯାଇଛି।
ମହାମାୟୀ କବାଡି କ୍ଳବ୍ ର ମୂଖ୍ୟ ସୁବାଷ ଚନ୍ଦ୍ର ପାତ୍ର, ଦଣ୍ଡପାଣି ବେହେରା, ଭୀମସେନ ବିନ୍ଧାଣି ଙ୍କ ନେତୃତ୍ବ ରେ ଆୟୋଜିତ ଏହି କବାଡି ପ୍ରତିଯୋଗୀତା ରେ ସମୁଦାୟ ୨୪ ଟି ଦଳ ଅଂଶ ଗ୍ରହଣ କରିଥିଲେ।
୨୪ ଟି ଦଳ ମଧ୍ୟରୁ କ.ନୂଆଗାଁ ବ୍ଲକ୍ ର ଗୁମାପଦର ଓ ବାଲିଗୁଡା ବ୍ଳକ ର ବାରଖମା କବାଡି ଦଳ ଫାଇନାଲ କୁ ପ୍ରବେଶ କରିଥିଲା । ଫାଇନାଲ ମ୍ୟାଚ ପୂର୍ବରୁ ଏକ ବନ୍ଧୁତ୍ୱ ପୂର୍ଣ୍ଣ ମହିଳା କବାଡି ପ୍ରଦର୍ଶନୀ ମ୍ୟାଚ ଅନୁଷ୍ଠିତ ହୋଇଥିଲା ପରେ ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚ୍ ରେ ବାରଖମକ୍ଷ ଦଳ ବିଜୟୀ ହୋଇଥିବା ବେଳେ ଗୁମାପଦର ଦଳ ଉପବିଜେତା ହୋଇଥିଲେ ।
ଉଦଯାପନୀ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ପୂର୍ବତନ ବାଲିଗୁଡ଼ା ଏନ୍ଏସି ଅଧକ୍ଷ ଲୋକନାଥ ପାଢ଼ୀ, ସମ୍ମାନୀତ ଅତିଥି ଭାବେ ବାଲିଗୁଡ଼ା ବିଧାୟକ ପ୍ରତିନିଧି ଅବନୀକାନ୍ତ ନାୟକ, ନିତୁ ନାୟକ, ସୁଜିତ୍ କୁମାର ପାଳ, ପ୍ରମୋଦ କୁମାର ଦଣ୍ଡସେନା ପ୍ରମୁଖ ଯୋଗଦେଇଥିଲେ ।
ବିଜୟୀ ଦଳ କୁ ଟ୍ରଫି ସହ ନଗଦ ଚଉଦ ହଜାର ଟଙ୍କା ଓ ଉପ ବିଜେତା ଦଳ କୁ ଟ୍ରଫି ସହ ନଗଦ ଏଗାର ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଏଥିରେ ରେଫରି ଭାବେ କ୍ରୀଡ଼ା ଶିକ୍ଷକ ଦିଲୀପ ଏବଂ ରାହୁଲ ପରିଚାଳନା କରିଥିଲେ ।
କାର୍ଯ୍ୟକ୍ରମ କୁ ଶୁକଦେବ, ବୁଡୁ, ଦୂର୍ଗା, ସମୀର ଙ୍କ ସମେତ ମହାମାୟୀ କବାଡି କ୍ଳବ୍ ର ସମସ୍ତ ସଦସ୍ୟ ସାହି ବାସିନ୍ଦା ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।
ଆଦିବାସୀ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ଜନସଚେତନତା ଶୋଭାଯାତ୍ରା
ବାଲିଗୁଡା,୨୬/୧୧: ଯୁବ ପ୍ରତିଭା ମାନଙ୍କୁ ଲୋକ ଲୋଚନକୁ ଆଣିବା ସହିତ ସେମାନଙ୍କୁ ଏକ ସଚେତନ ଯୁବକ ଯୁବତୀ ଭାବେ ଗଢି ତୋଳିବା ନିମନ୍ତେ ରାଜ୍ୟ ସରକାର ତଥା ଉଚ୍ଚ ଶିକ୍ଷା ବିଭାଗ ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଗୁଡିକରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ “୰ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା\” ଆରମ୍ଭ କରିଛନ୍ତି ।
ଉକ୍ତ କାର୍ଯ୍ୟକ୍ରମ ଆଗାମୀ ଡିସେମ୍ବର ମାସ ୩୦ ତାରିଖ ପର‌୍ୟ୍ୟନ୍ତ ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟଳୟ ଏବଂ ମହାବିଦ୍ୟାଳୟ ଗୁଡିକରେ କ୍ରୀଡା ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ସାମାଜିକ କାର୍ଯ୍ୟକ୍ରମ ଆୟୋଜିତ କରାଯିବ ଏବଂ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯିବ।
ଏହି ପରିପ୍ରେକ୍ଷୀରେ ଶନିବାର ସ୍ଥାନୀୟ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଆଦିବାସୀ ସ୍ନାତକ ମହାବିଦ୍ୟାଳୟ ଠାରେ ସମସ୍ତ ଛାତ୍ରଛାତ୍ରୀଙ୍କ ଦ୍ବାରା ଏକ ଜନ ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ସମନ୍ଵୟ ଅଧିକାରୀ ଡ଼.ବିଭୂତିଭୂଷଣ ଆଚାର୍ଯ୍ୟ, କାର୍ଯ୍ୟକ୍ରମ ସଂଯୋଜକ ଡ଼.ସୁଶାନ୍ତକୁମାର ଦାସ, ମାନସ ରଞ୍ଜନ ପ୍ରଧାନ, ହିମାଂଶୁ ଚରଣ ସାହୁ, ଅରୁନ୍ଧତୀ ପ୍ରଧାନ ଦୁଷ୍ମନ୍ତ କୁମାର ଶବର, ଶିବ ମାଝୀ, ଗଙ୍ଗାଧର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଅଂଶ ଗ୍ରହଣ କରିଥିଲେ।
ଛାତ୍ରଛାତ୍ରୀ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହି ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ “୰ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା\” ସମ୍ପର୍କିତ ବିଭିନ୍ନ ସ୍ଲୋଗାନ ମାନ ଦେଇ ପ୍ଲାକାର୍ଡ ଧରି ବାଲିଗୁଡ଼ାର ମୁଖ୍ୟ ସହର, ବଜାର ଛକ, ବସଷ୍ଟାଣ୍ଡ , ପାଟଖଣ୍ଡା ସାହି ଦେଇ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ସନ୍ଧ୍ୟାରେ ସ୍ଥାନୀୟ ମିନି ଷ୍ଟାଡିଅମ ପରିସରରେ ଥିବା ଇଣ୍ଡୋର ହଲରେ ଛାତ୍ର ଛାତ୍ରୀ ଙ୍କୁ ନେଇ ଚେସ ପ୍ରତିଯୋଗିତା ହୋଇଥିଲା ।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031