Indus Valley Times

ଜୁଲାଇ ୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ

 Breaking News

ଜୁଲାଇ ୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ

ଜୁଲାଇ ୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ
June 30
12:12 2025

ମୟୁରଭଞ୍ଜ, ୩୦/୬: ଜୁଲାଇ ୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ। ବର୍ଷାକୁ ଦୃଷ୍ଟିରେ ରଖ୍ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ବନ୍ୟପ୍ରାଣୀ ସଂରକ୍ଷକ ଡ. ପ୍ରକାଶ ଚାନ୍ଦ ଗୋଗିନେନୀ ଏପରିକି ନିଷ୍ପତି ନେଇଛନ୍ତି।
ତେବେ ଗତ ଅକ୍ଟୋବରରେ ପର୍ଯ୍ୟଟକଙ୍କ ନିମନ୍ତେ ଶିମିଳିପାଳ ଅଭୟାରଣ୍ୟ ଖୋଲିଥିଲା। ମୌସୁମୀ ଆଗମନ ସହିତ ଲଗାଣ ବର୍ଷା ପାଇଁ ପର‌୍ୟ୍ୟଟକଙ୍କ ସୁରକ୍ଷା ନିମନ୍ତେ ଅଭୟାରଣ୍ୟକୁ ବନ୍ଦ କରାଯାଇଛି। ପର୍ଯ୍ୟଟକଙ୍କ ପାଇଁ ୪ମାସ ପର‌୍ୟ୍ୟନ୍ତ ପିଠାବଟା ଓ କାଳିଆଣି ଫାଟକ ବନ୍ଦ ରହିବ।
ପ୍ରତିବର୍ଷ ବର୍ଷାଋତୁ ପାଇଁ ଜୁନ୍‌୧୫ରୁ ଶିମିଳିପାଳ ପର‌୍ୟ୍ୟଟକମାନଙ୍କ ପାଇଁ ବନ୍ଦ ରହିଥାଏ। ଚଳିତଥର ଆଉ ୧୫ଦିନ ଅଧୂକ ଖୋଲା ରଖାଯାଇଛି। ସାଧାରଣତଃ ବର୍ଷା ଋତୁରେ ଅଭୟାରଣ୍ୟର ରାସ୍ତାଘାଟ ଧୋଇଯାଇ ବିପଦସଂକୁଳ ଅବସ୍ଥାରେ ରହିଥାଏ। ତେଣୁ ପର୍ଯ୍ୟଟକମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ସାମୟିକ ବନ୍ଦ କରାଯାଇଥାଏ।
ଏହି ସମୟ ମଧ୍ୟରେ ଅଭୟାରଣ୍ୟ ଭିତରେ ରାସ୍ତା ସମେତ ବିଭିନ୍ନ ଭୂମିର ମରାମତି ମଧ୍ୟ ହୋଇଥାଏ। ସେପଟେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା ଜାମୁଆଣି, ଗୁଡ଼ୁଗୁଡ଼ିଆ, କୁମାରୀ, ବରେହିପାଣି ଓ ରାମତୀର୍ଥ ଇକୋ ଟୁରିଜିମରେ ପର‌୍ୟ୍ୟଟକଙ୍କ ରହଣି ସମେତ ପର‌୍ୟ୍ୟଟନ ପାଇଁ ଖୋଲା ରହିବ ବୋଲି ସୂଚନା ପ୍ରଦାନ କରାଯାଇଛି। ଆଗକୁ ମୌସୁମୀ ବର୍ଷା ପରେ ସ୍ଥିତିକୁ ଦେଖ୍ ଅକ୍ଟୋବର ବା ଦୁର୍ଗାପୂଜା ଛୁଟି ସମୟରେ ଖୋଲିବା ନେଇ ତାରିଖ ଘୋଷଣା କରାଯିବ ବୋଲି କୁହାଯାଇଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031