Indus Valley Times

ଝରକା ତାଡ଼ି ୫୦ ଗ୍ରାମ ସୁନା ଅଳଙ୍କାର ସହିତ ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

 Breaking News

ଝରକା ତାଡ଼ି ୫୦ ଗ୍ରାମ ସୁନା ଅଳଙ୍କାର ସହିତ ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ଝରକା ତାଡ଼ି ୫୦ ଗ୍ରାମ ସୁନା ଅଳଙ୍କାର ସହିତ ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
March 12
08:37 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୧୨/୩ : ଶିଳ୍ପାଞ୍ଚଳ ଥାନା ଅଧିନସ୍ଥ ଉଇଲକିସନ ନଗର ଗ୍ରାମର ମନୋରଂଜନ ପ୍ରଧାନଙ୍କ ଘର ଝରକା ତାଡ଼ି ବିଳମ୍ବିତ ରାତ୍ରିରେ ୫୦ ଗ୍ରାମର ସୁନା ଅଳଙ୍କାର ସମେତ ପ୍ରାୟ ୨ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ଘରେ କେହି ନଥିବାର ସୁଯୋଗ ନେଇ ଲୁଟି ନେଇଛନ୍ତି ଦୁର୍ବୃତ୍ତ ।
ମନୋରଞ୍ଜନଙ୍କ ପରିବାର ସମସ୍ତ ସଦସ୍ୟ ଏକ ବିବାହ ଭୋଜିରେ ଯୋଗଦେବାକୁ ଯାଇଥିବା ବେଳେ ଦୁର୍ବୃତ୍ତ ମାନେ ଏହାର ସୁଯୋଗ ନେଇ ସମସ୍ତ ଜିନଷପତ୍ର ଲୁଟି ନେଇଛନ୍ତି ।
ସକାଳୁ ଏ ସମସ୍ତ ଘଟଣା ବିଷୟରେ ମନୋରଞ୍ଜନ ଙ୍କ ବାପା ଜାଣିବାକୁ ପାଇବା ପରେ ଘରର ସଦସ୍ୟ ମାନଙ୍କୁ ଜଣାଇଥିଲେ । ଘର ଠାରୁ ଅଳ୍ପ ଦୂରରେ ସୁନା ଅଳଙ୍କାର ଥିବା ଖାଲି ଡବା ଏବଂ ବାକ୍ସ ପଡ଼ିଥିବା ଦେଖିବାକୁ ମିଳିଥିଲା ।
ପରେ ଏ ସମ୍ପର୍କରେ ମନୋରଂଜନ ଖୋରଧା ଶିଳ୍ପାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା ଏବଂ ସନ୍ଦେହରେ ସେହି ଗ୍ରାମର ଜଣେ ବ୍ୟକ୍ତି କୁ ଅଟକ ରଖି ପଚରାଉଚରା କରୁଛି ।
ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ ଏବଂ ଡଗ ସ୍କ୍ୱାର୍ଡ ପହଞ୍ଚି ଘଟଣା ସମ୍ପର୍କରେ ଛାନ ଭିନ କରିବା ପରେ ଏବଂ ତଦନ୍ତ ଆଧାରରେ ଆଉ ଜଣେ ବ୍ୟକ୍ତି କୁ ଅଟକ ରଖିଛି । କିନ୍ତୁ ଏ ପର୍ଯ୍ୟନ୍ତ ଚୋରି ହୋଇଥିବା ସୁନା ଗହଣା ଏବଂ ଟଙ୍କା ପୁଲିସ ଉଦ୍ଧାର କରିପାରିନାହିଁ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031