Indus Valley Times

ଟ୍ରକକୁ ପିଟିଦେଲା ଅଜଣା ଗାଡ଼ି, ଚାପି ହୋଇଗଲେ ଡ୍ରାଇଭର

 Breaking News

ଟ୍ରକକୁ ପିଟିଦେଲା ଅଜଣା ଗାଡ଼ି, ଚାପି ହୋଇଗଲେ ଡ୍ରାଇଭର

ଟ୍ରକକୁ ପିଟିଦେଲା ଅଜଣା ଗାଡ଼ି, ଚାପି ହୋଇଗଲେ ଡ୍ରାଇଭର
September 03
11:02 2022

ବଲାଙ୍ଗୀର, ୩/୯: ବଲାଙ୍ଗୀର-ସମ୍ୱଲପୁର ଜାତୀୟ ରାଜପଥ ୨୬ର ଛତାମଖନା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଟ୍ରକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ତେବେ ଏଯାଏ ମୃତକଙ୍କ ପରିଚୟ ମିଳିପାରି ନାହିଁ।
ସୂଚନା ଅନୁଯାୟୀ, ଗତକାଲି ବିଲମ୍ୱିତ ରାତିରେ ଏକ ଲାଇନ୍ ଟ୍ରକ୍ ବଲାଙ୍ଗୀରରୁ ବରଗଡ଼ ଅଭିମୁଖେ ଯାଉଥିବା ବେଳେ ଛତାମଖନା ଛକଠାରେ ଆଗ ପଟୁ ଆସୁଥିବା ଏକ ଅଜଣା ଗାଡ଼ି ଉକ୍ତ ଟ୍ରକ୍ଟିକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଟ୍ରକ୍ର ସମ୍ମୁଖ ଅଂଶ ଭାଙ୍ଗି ଯାଇଥିବା ବେଳେ ଟ୍ରକ୍ ଚାଳକ ତା’ ଭିତରେ ଚାପି ହୋଇ ଯାଇଥିଲେ।
ଏସଂପର୍କରେ ଖବର ପାଇ ଲୋଇସିଂହା ଏବଂ ବଲାଙ୍ଗୀର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ଟ୍ରକ୍ ଚାଳକଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବଲାଙ୍ଗୀର ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ରିପୋର୍ଟ ପ୍ରସ୍ତୁତ ହେବା ଯାଏ ଦୁର୍ଘଟଣା ଘଟାଇ ଫେରାର ମାରିଥିବା ଗାଡ଼ିକୁ ଠାବ କରାଯାଇପାରିନାହିଁ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031