Indus Valley Times

ତେଲଗୁ ଭାଷାରେ ଲାଗିଲା ବ୍ୟାନର, ମାଓବାଦୀଙ୍କ ହାତ ଥିବା ସନ୍ଦେହ

 Breaking News

ତେଲଗୁ ଭାଷାରେ ଲାଗିଲା ବ୍ୟାନର, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ତେଲଗୁ ଭାଷାରେ ଲାଗିଲା ବ୍ୟାନର, ମାଓବାଦୀଙ୍କ ହାତ ଥିବା ସନ୍ଦେହ
June 21
12:12 2024

କୋରାପୁଟ, ୨୧/୬ : କୋରାପୁଟ ଜିଲ୍ଲା ବନ୍ଧୁଗାଁ ଥାନା ଅନ୍ତର୍ଗତ ସରପଲ୍ଲୀ ଛକରେ ନକ୍ସଲମାନେ ପୋଷ୍ଟର ଲଗାଇଛନ୍ତି। ପୋଷ୍ଟରରେ ତେଲୁଗୁ ଭାଷାରେ ଲେଖାଯାଇଛି। ଏହି ପୋଷ୍ଟରଟି ସିପିଆଇ ମାଓବାଦୀ ପକ୍ଷରୁ ଲଗାଯାଇଥିବା ସେଥିରେ ଦର୍ଶାଯାଇଛି।
ଆଜି ସକାଳେ ସରପଲ୍ଲୀ ଛକରେ ଲାଗିଥିବା ନକ୍ସଲ ପୋଷ୍ଟର ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ତଦନ୍ତ କରୁଛି।
ଦୀର୍ଘ ଦିନ ପରେ ନକ୍ସଲମାନେ ବନ୍ଧୁଗାଁ ଅଞ୍ଚଳରେ ପୋଷ୍ଟର ଲଗାଇ ପୁଣି ସେମାନଙ୍କ ଉପସ୍ଥିତି ଜାହିର କରିଛନ୍ତି। ଅନ୍ୟପକ୍ଷରେ ନକ୍ସଲ ପୋଷ୍ଟର ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ସୂଚନାଯୋଗ୍ୟ, ଗତକାଲି ୩ ଜଣ ନକ୍ସଲ ମାଲକାନଗିରି ଏସ୍ପିଙ୍କ ପାଖରେ ଆତ୍ମସମର୍ପଣ କରିଥିଲେ।ସେମାନେ ହିଂସାର ପଥ ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହୋଇଥିଲେ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031