Indus Valley Times

ଦବିଲା ନୟାଗଡ଼ ମୁଖ୍ୟ ରାସ୍ତା

 Breaking News

ଦବିଲା ନୟାଗଡ଼ ମୁଖ୍ୟ ରାସ୍ତା

ଦବିଲା ନୟାଗଡ଼ ମୁଖ୍ୟ ରାସ୍ତା
July 23
09:55 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୨୩/୭ : ଦବିଲା ନୟାଗଡ଼ ଗୋଲେଇ ଛକ ମୁଖ୍ୟ ରାସ୍ତା। ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ପାଇପ ବିଛା ଯାଉଥିବା ବେଳେ ରାସ୍ତା ଦବି ଯାଇଛି। ଫଳରେ ସେହି ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ରହିଛି।
ପାଇପଲାଇନ ବିଛାଇବା ଦାୟିତ୍ବରେ ଥିବା ଠିକା ସଂସ୍ଥା ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି। ଫଳରେ ଗୋଟିଏ ରାସ୍ତାରେ ଯାନ ବାହାନ ଚଳାଚଳ ରହିଛି। ପୂର୍ବରୁ ମଧ୍ୟ ଗୋଲେଇ ଛକ ନିକଟରେ ସମାନ ଢଙ୍ଗରେ ରାସ୍ତା ଦବି ଯାଇଥିଲା।
ସେଠାରେ ମରାମତି କରାଯାଇଥିବା ବେଳେ ପୁଣି ଥରେ ସମାନ ସମସ୍ୟା ସୃଷ୍ଟି ହୋଇଛି। ଆରମ୍ଭରୁ ସହର ମଧ୍ୟରେ ପାଇପ ଲାଇନ ବିଛାଇବା କାର୍ଯ୍ୟକୁ ନୟାଗଡ଼ ପୌର ପରିଷଦର କାଉନସିଲରମାନେ ବିରୋଧ କରୁଥିଲେ। ପୌରାଧ୍ୟକ୍ଷା ନେତୃତ୍ବରେ ବାରମ୍ବାର ଜିଲ୍ଲାପାଳଙ୍କୁ ଭେଟି ସହର ବାହାରେ ଦାବିପତ୍ର ପ୍ରଦାନ କରାଯାଇଥିଲା।
ମାତ୍ର ଏ ଦିଗରେ କିଛି ବି ନିଷ୍ପତ୍ତି ନିଆଯାଇ ପାରିଲା ନାହିଁ। ଏଣୁ ଏବେ ବାରମ୍ବାର ରାସ୍ତା ଦବୁଥିବାରୁ ସମସ୍ତଙ୍କୁ ଚିନ୍ତା ବଢ଼ି ଯାଇଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031