Indus Valley Times

ଦୁଇଦିନିଆ ନୟାଗଡ ଜିଲ୍ଲା ଗସ୍ଥରେ ୫ଟି ସଚିବ ଭିକେ ପାଣ୍ଡିଆନ

 Breaking News

ଦୁଇଦିନିଆ ନୟାଗଡ ଜିଲ୍ଲା ଗସ୍ଥରେ ୫ଟି ସଚିବ ଭିକେ ପାଣ୍ଡିଆନ

July 22
20:07 2023

ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟ
ନୟାଗଡ,୨୨/୭: ଦୁଇଦିନିଆ ନୟାଗଡ ଜିଲ୍ଲା ଗସ୍ଥରେ 5T ସଚିବ ଭିକେ ପାଣ୍ଡିଆନ। ଜିଲ୍ଲାକୁ ଆସି ରଣପୁରୁ ଗ୍ରସ୍ଥକରି ପ୍ରଥମେ ତଳମଣିନାଗ ଓ ଜଗନ୍ନାଥ ମନ୍ଦିର ଦର୍ଶନ କରିବା ସହ ବିକାଶ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ଏହାପରେ ରଣପୁରୁ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଡାକ୍ତର ଓ କର୍ମଚାରୀ ମାନଙ୍କ ସହ ଆଲୋଚନା କରି ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ୟା ସଂମ୍ପର୍କରେ ପଚାରି ବୁଝିଥିଲେ 5T ସଚିବ।
ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ ବେଳେ ସ୍ବାସ୍ଥ୍ୟସଚିବ ଶାଳିନୀ ପଣ୍ଡିତ ମଧ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ ପରେ ରଣପୁରୁ ବାଘସାମନ୍ତ ମିନି ଷ୍ଟାଡିୟମଠାରେ ପହଚିଂ ସାଧାରଣ ସଭାରେ ଯୋଗଦେବା ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ଆର୍ଥିକ ଅନୁଦାନ ସହାୟତାର ପ୍ରତିଶ୍ରୁତି ଦେଇଥିଲେ।
ଏହି ଅବସରରେ 5T ସଚିବଙ୍କୁ ସ୍ବୟଂସହାୟକ ମହିଳା ମାନଙ୍କ ଦ୍ବାରା ପୁଷ୍ପମାଲ୍ୟ ଦେଇ ବିପୁଳ ସ୍ବାଗତ କରାଯାଇଥିଲା। ପରେ ହେଲିକ୍ୟାପଟର ଯୋଗେ ଦଶପଲ୍ଲା ଅଭିମୁଖେ ଗ୍ରସ୍ଥକରିଥିଲେ5T ସଚିବ ଭିକେ ପାଣ୍ଡିଆନ।
ଆଜି ଦଶପଲ୍ଲା ଓ ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ଗ୍ରସ୍ଥ କାର୍ଯ୍ୟକ୍ରମ ଶେଷ କରିବା ପରେ ନୟାଗଡ଼ ଷ୍ଟାଡିଅମ ଠାରେ ପହଂଚି ନୟାଗଡ ଜିଲ୍ଲା ର ସମସ୍ତ କଲେଜର ଛାତ୍ର ଛାତ୍ରୀଙ୍କ ସହିତ ରୂପାନ୍ତରିତ କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ ।
ଆଗାମୀଦିନରେ ଭଲରେ ପାଠ ପଢି ନିଜର ଭବିଷ୍ୟତକୁ ଉଜ୍ୱଳ କରିବାପାଇଁ ଆୱାନ ଦେଇଥିଲେ କ୍ଷ ସେଇଠାରୁ ନୟାଗଡ଼ ଜିଲ୍ଲାମୁଖ୍ୟ ଚିକିତ୍ସାଲୟ ରେ ପହଂଚି ଉର୍ନତିମୂଳକ କାର୍ଯ୍ୟ କୁ ଦେଖିଥିଲେ ଏବଂ ନୂତନ ଭାବରେ ମେଡିକାଲ ପରିସରରେ ଖୋଲିଥିବା ମିଶନଶକ୍ତି କାଫେ ରେ ବୁଲିବା ସହିତ ମିଶନଶକ୍ତି ମହିଳା ମାନଙ୍କ ସହ ଆଲୋଚନା କରିଥିଲେ ଏବଂ ନିଜର ଫୋନ ମାଧମରେ ମିଶନଶକ୍ତିର ସଚିବ ସୁଜାତା କାର୍ତ୍ତିକେୟନ ସହିତ ଭିଡିଓକଲ ରେ ସମସ୍ତ ମିଶନଶକ୍ତି ମହିଳାମାନଙ୍କ କଥାକରାଇଥିଲେ ।
୫ଟି ସଚିବ ମେଡିକାଲରୁ ବାହାରି ମାଛିପଡ଼ା ଯାଇଥିଲେ ସେଠାରେSHG ମାନଙ୍କ ଦ୍ୱାରା ପ୍ରସ୍ତୁତ ଛେନାପୋଡ଼ ଦେଖିବା ପରେ ନୟାଗଡ ସର୍କିଟ ହାଉସରେ ପହଂଚିଥିଲେ ଓ ସର୍କିଟହାଉସରେ ରାତ୍ରୀଯାପନର କାଯ୍ୟକ୍ରମ ରହିଛି।
ଆସନ୍ତାକାଲି ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଉନ୍ନୟନ କାର୍ଯ୍ୟ ନେଇ ଅନୁଧ୍ୟାନ କରିବା ସହ ଷ୍ଟାଡିୟମଠାରେ ଛାତ୍ରଛାତ୍ରୀ ଓ ସ୍ବୟଂସହାୟକ ମହିଳା ମାନଙ୍କ ସଭାରେ ଯୋଗଦେବେ ଏହାସହ ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ଅନୁଦାନ ଘୋଷଣା କରିବେ। ୫ଞ ସଚିବଙ୍କ ଗ୍ରସ୍ଥକୁ ନେଇ ଜିଲ୍ଲା ପ୍ରଶାସନ ଚଳଚଂଚଳ ହୋଇଉଠିଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031