Indus Valley Times

ଧର୍ମଘଟକାରୀ ଡାକ୍ତରଙ୍କୁ ସରକାରଙ୍କ ଚେତାବନୀ: କାମ ନାହିଁ ତ ଦରମା ନାହିଁ, ଚୁକ୍ତିଭତ୍ତିକ ଡାକ୍ତରଙ୍କୁ ବହିଷ୍କାର ନିର୍ଦ୍ଦେଶ

 Breaking News

ଧର୍ମଘଟକାରୀ ଡାକ୍ତରଙ୍କୁ ସରକାରଙ୍କ ଚେତାବନୀ: କାମ ନାହିଁ ତ ଦରମା ନାହିଁ, ଚୁକ୍ତିଭତ୍ତିକ ଡାକ୍ତରଙ୍କୁ ବହିଷ୍କାର ନିର୍ଦ୍ଦେଶ

ଧର୍ମଘଟକାରୀ ଡାକ୍ତରଙ୍କୁ ସରକାରଙ୍କ ଚେତାବନୀ: କାମ ନାହିଁ ତ ଦରମା ନାହିଁ, ଚୁକ୍ତିଭତ୍ତିକ ଡାକ୍ତରଙ୍କୁ ବହିଷ୍କାର ନିର୍ଦ୍ଦେଶ
July 03
16:39 2026

ଭୁବନେଶ୍ୱର, ୩/୭ : ଓଡ଼ିଶା ମେଡିକାଲ ସେବା ସଂଘର ଆନ୍ଦୋଳନରତ ଡାକ୍ତରଙ୍କ ଉପରେ ରାଜ୍ୟ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଆନ୍ଦୋଳନରେ ସାମିଲ ଓଏମ୍ଏଚ୍ଏସ୍ କ୍ୟାଡର ସମସ୍ତ ଡାକ୍ତରଙ୍କ ଦରମା ବନ୍ଦ କରିବା ଏବଂ ଚୁକ୍ତି ଭିତ୍ତିକ ଡାକ୍ତରଙ୍କୁ କାର୍ଯ୍ୟରୁ ବହିଷ୍କାର କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶ ଜାରି କରିଛି । ରାଜ୍ୟର ସମସ୍ତ ସରକାରୀ ମେଡିକାଲ୍ କଲେଜ ଓ ହସ୍‌ପିଟାଲ୍‌, ସିଡିଏମ୍ ଓ ପିଏଚ୍‌ଓଙ୍କୁ ଚିଠି କରାଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ଚିଠିରେ ଉଲ୍ଲେଖ କରିଛି ଯେ ଗତ ଜୁଲାଇ ପହିଲାରୁ ଓଏମ୍ଏଚ୍ଏସ୍ କ୍ୟାଡର ଏବଂ ଚୁକ୍ତି ଭିତ୍ତିକ ଡାକ୍ତର ୧୮ ଦଫା ଦାବିରେ କାର‌୍ୟ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି । ଫଳରେ ରାଜ୍ୟର ବିଭିନ୍ନ ସରକାରୀ ମେଡ଼ିକାଲରେ ସ୍ୱାସ୍ଥ୍ୟ ସେବା ଏକପ୍ରକାର ଠପ୍ ହୋଇଯାଇଛି ।
OMHS କ୍ୟାଡର ମେଡିକାଲ ଅଫିସରମାନଙ୍କ ଦ୍ୱାରା ସ୍ୱାସ୍ଥ୍ୟ ସେବା ବର୍ଜନ ଏବଂ ସେମାନଙ୍କୁ ଦିଆଯାଇଥିବା କର୍ତ୍ତବ୍ୟ ପାଳନ ନକରିବା ଏକ ଘୋର ଅପରାଧ ଅଟେ । ଏହା ଓଡ଼ିଶା ସରକାରୀ କର୍ମଚାରୀଙ୍କ ଆଚରଣ ନିୟମ, ୧୯୫୯ ର ନିୟମ ୩ ଏବଂ ୪ ଉଲ୍ଲଂଘନ ଅଟେ ।
ଏହା ସହିତ OESMAର ମଧ୍ୟ ଅବମାନନା ବୋଲି ବିବେଚନା କରାଯିବ । ସରକାରଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ଓଏମଏଚଏସ କ୍ୟାଡରର ଯେଉଁ ମେଡିକାଲ ଅଫିସରମାନେ ସେମାନଙ୍କୁ ଦିଆଯାଇଥିବା ଦାୟିତ୍ୱ ସମ୍ପାଦନ କରୁନାହାଁନ୍ତି, ସେମାନଙ୍କର ଦରମା ସ୍ଥଗିତ ରଖିବାକୁ ସ୍ୱାସ୍ଥ୍ୟ ବିଭାଗ କଡ଼ା ନିର୍ଦ୍ଦେଶ ଦେଇଛି ।
ଏହା ବ୍ୟତୀତ, ଯେଉଁ ମେଡିକାଲ୍ ଅଫିସରମାନେ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତ ଅଛନ୍ତି ଏବଂ ଡ୍ୟୁଟିରେ ଅନୁପସ୍ଥିତ ରହି ଧର୍ମଘଟରେ ଅଂଶଗ୍ରହଣ କରିଛନ୍ତି, ସେମାନଙ୍କୁ ନୋଟିସ୍ ପ୍ରଦାନ ପରେ ଚାକିରିରୁ ବହିଷ୍କାର କରିବାକୁ ନିଷ୍ପତ୍ତି ହୋଇଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ୧୮ଦଫା ଦାବି ନେଇ ଓଏମ୍ଏଚ୍ଏସ୍ କ୍ୟାଡର୍ ଡାକ୍ତରମାନେ ଗଲା ତିନି ଦିନ ହେବ ଆନ୍ଦୋଳନ ଜାରି ରଖିଛନ୍ତି । ସେପଟେ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇବା ପରେ ରୋଗୀ ସେବା ବ୍ୟାହତ ହେଇଛି ।
ଡାକ୍ତରଙ୍କ ୧୮ ଦଫା ଦାବି ମଧ୍ୟରେ ଡାକ୍ତରଙ୍କୁ ସୁରକ୍ଷା ଯୋଗାଇବା, କେନ୍ଦ୍ରୀୟ ହାରରେ ଡିଏସିପି ପଦୋନ୍ନତି ଦେବା, କ୍ୟାଡର ପୁନର୍ଗଠନ, ସବୁ ଡାକ୍ତରଙ୍କ ପାଇଁ ସ୍ବାସ୍ଥ୍ୟ ବୀମା, କେଭିକେରୁ ଡାକ୍ତରମାନଙ୍କୁ ଏକଜିଟ୍ ପଲିସିରେ ଅନ୍ୟ ସ୍ଥାନକୁ ବଦଳି, ନବନିଯୁକ୍ତ ଡାକ୍ତରଙ୍କ ପାଇଁ ବାସଗୃହ ନିର୍ମାଣ ଆଦି ରହିଛି । ଯଦି ଆଗାମୀ ଦିନରେ ଦାବୀପୂରଣ ନହୁଏ ତେବେ କାର୍ଯ୍ୟବନ୍ଦ ଆନ୍ଦୋଳନଟି ଦୀର୍ଘଦିନ ପର୍ଯ୍ୟନ୍ତ ଚାଲିବ ବୋଲି ଜିଲ୍ଲା ଓମସା ପକ୍ଷରୁ ଚେତାବନୀ ଦିଆଯାଇଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031