ନଦୀରୁ ଝାମ୍ପିଲା କୁମ୍ଭୀର, ଅଳ୍ପକେ ବର୍ତ୍ତିଲା ଜୀବନ
![ନଦୀରୁ ଝାମ୍ପିଲା କୁମ୍ଭୀର, ଅଳ୍ପକେ ବର୍ତ୍ତିଲା ଜୀବନ](http://indusvalleytimes.com/news/wp-content/uploads/2022/09/CROCO-680x365_c.jpg)
September 17
11:12
2022
ପଟ୍ଟାମୁଣ୍ଡାଇ ୧୭/୯ : ନଦୀରୁ ଝାମ୍ପିଲା କୁମ୍ଭୀର । ଅଳ୍ପକେ ବର୍ତ୍ତିଲା ଜୀବନ । ଶୌଚ ହେବାକୁ ଯାଇଥିବା ସମୟରେ ବ୍ରାହ୍ମଣୀ ନଦୀରୁ ଝାମ୍ପିଲା କୁମ୍ଭୀର । ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର । ଗୁରୁତର ହେଲେ ନିମପୁର ଗାଁର ବବୃବାହାନ ଭୂୟାଁ ।
ଖବର ଅନୁଯାୟୀ, ବବୃବାହାନ ବ୍ରାହ୍ମଣୀ ନଦୀ ନିମପୁର ପାଖକୁ ଶୌଚ ହେବାକୁ ଯାଇଥିଲେ । ପଛପଟୁ ଏକ କୁମ୍ଭୀର ଝାମ୍ପିଥିଲା ଓ ପାଣି ଭିତରକୁ ନେବାକୁ ଚେଷ୍ଟା କରିଥିଲେ ।
କିନ୍ତୁ ସେ ନିଜ ବୁଦ୍ଧି ଖଟାଇ ଉପରକୁ ଚାଲିଆସିଥିଲେ । ତେବେ କୁମ୍ଭୀର ଆକ୍ରମଣରେ ବବୃବାହାନଙ୍କୁ ଗଭୀର ଆଘାତ ଲାଗିଛି । ପ୍ରଥମେ ତାଙ୍କୁ କେନ୍ଦ୍ରାପଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି ।