Indus Valley Times

ନବଦାସ ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବି, ହାଇକୋର୍ଟରେ ଦାୟର ହେଲା ମାମଲା

 Breaking News

ନବଦାସ ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବି, ହାଇକୋର୍ଟରେ ଦାୟର ହେଲା ମାମଲା

ନବଦାସ ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବି, ହାଇକୋର୍ଟରେ ଦାୟର ହେଲା ମାମଲା
February 06
14:52 2023

କଟକ,୬/୨: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ନେଇ ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ସିବିଆଇ ତଦନ୍ତ ଦାବି କରାଯାଇ ଏହି ମାମଲା ଦାୟର କରିଛନ୍ତି ଭାରତୀୟ ବିକାଶ ପରିଷଦ।
ସୂଚନାଯୋଗ୍ୟ, ଗତ ମାସ ୨୯ ତାରିଖ ଦିନ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯାଇଥିଲା। ତାଙ୍କ ହତ୍ୟାକୁ ୯ ଦିନ ପୂରିଥିବା ବେଳେ ଏଯାଏ ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ଏହି ହାଇପ୍ରୋଫାଇଲ ହତ୍ୟାକାଣ୍ଡର କାରଣ ଜାଣିବା ପାଇଁ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚକୁ ଦାୟିତ୍ବ ଅର୍ପଣ କରିଥିବା ବେଳେ ଏହି ତଦନ୍ତ ପ୍ରକ୍ରିୟାକୁ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଜେ. ପି. ଦାସ ତଦାରଖ କରୁଛନ୍ତି। ଘଟଣା ଦିନ ହିଁ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ଏକାଧିକ ତଦନ୍ତକାରୀ ଅଧିକାରୀ ଆସି ପହଞ୍ଚି ଯାଇଥିଲେ।
ଏହାପରେ ଏକାଧିକ ଟିମରେ ବିଭକ୍ତ ହୋଇ ତଦନ୍ତକାରୀ ଅଧିକାରୀମାନେ ଝାରସୁଗୁଡ଼ା ଓ ଅଭିଯୁକ୍ତର ଘର ବ୍ରହ୍ମପୁରଠାରେ ତଦନ୍ତ ଜାରି ରଖିଥିଲେ। ତେବେ ଆଜି ପର‌୍ୟ୍ୟନ୍ତ କ୍ରାଇମବ୍ରାଞ୍ଚ ଗୋପାଳ କାହିଁକି ନବ ଦାସଙ୍କୁ ଗୁଳିକରି ହତ୍ୟା କଲା ତାହା ଜାଣିବାରେ ସକ୍ଷମ ହୋଇ ନାହିଁ। ଗୋପାଳ ଗୁଳି ମାରିଥିବା ନେଇ ସ୍ବୀକାର କରିଥିବା ସଂପର୍କରେ କ୍ରାଇମବ୍ରାଞ୍ଚ କହିଥିବା ବେଳେ ହତ୍ୟାର କାରଣ ସଂପର୍କରେ କିଛି କହି ନଥିବା ଜଣାଯାଇଛି। ଗୋପାଳକୁ ଗିରଫ କରିବା ପରେ ପ୍ରଥମ ପର‌୍ୟ୍ୟାୟରେ ୪ ଦିନ ରିମାଣ୍ଡ ସଂପୂର୍ଣ୍ଣ ହୋଇ ଦ୍ବିତୀୟ ପର‌୍ୟ୍ୟାୟରେ ପୁଣି ୪ ଦିନ ରିମାଣ୍ଡରେ କ୍ରାଇମବ୍ରାଞ୍ଚ ନେଇ ତଦନ୍ତ ଜାରି ରଖିଥିବା କହିଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031