Indus Valley Times

ନିରବଛିନ୍ନ କାର୍ଯ୍ୟ କରି ଅବସର ନେଇଥିବା କର୍ମଚାରୀ ନମସ୍ୟ-ଇଂ ପ୍ରୀତିରଞ୍ଜନ ଘଡାଇ

 Breaking News

ନିରବଛିନ୍ନ କାର୍ଯ୍ୟ କରି ଅବସର ନେଇଥିବା କର୍ମଚାରୀ ନମସ୍ୟ-ଇଂ ପ୍ରୀତିରଞ୍ଜନ ଘଡାଇ

December 30
10:21 2023

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର,୩୦/୧୨: ଯାଜପୁର ଜିଲ୍ଲା ଦାନଗଦି ବ୍ଲକ୍ ପୂଜ୍ୟପୂଜା ସଂସଦ ପକ୍ଷରୁ ଆୟୋଜିତ ଅବସର ପ୍ରାପ୍ତ କର୍ମଚାରୀଙ୍କ ସମାବେଶରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ଏକ ସୁସ୍ଥ ସମାଜ ଗଠନ ଦିଗରେ ସରକାରୀ କର୍ମଚାରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ଅନେକ ଅବସର ପରେ ବି ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ସାମିଲ କରି ସମାଜର ସେବା କରୁଛନ୍ତି । ଏହି ବ୍ୟକ୍ତି ମାନେ ସମାଜର ନମସ୍ୟ ବୋଲି ଇଂ ଘଡାଇ ନିଜ ବକ୍ତବ୍ୟରେ କହିଛନ୍ତି। ସମାଜ ସେବା କ୍ଷେତ୍ରରେ ସକ୍ରିୟ ଥିବା ଅବସରପ୍ରାପ୍ତ କର୍ମଚାରୀଙ୍କ ଉଚ୍ଚ ପ୍ରଶଂସା କରିବା ସହ ଲୋକଙ୍କ ସ୍ୱାସ୍ଥ୍ୟ, ଶିକ୍ଷା ଓ ଯୋଗାଯୋଗର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ବକ୍ତବ୍ୟ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ୧୮୦ ଜଣ ଅବସର ପ୍ରାପ୍ତ କର୍ମଚାରୀଙ୍କୁ ମାନପତ୍ର,ଉତ୍ତରୀୟ ଓ ଚାରା ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି ମନ୍ତ୍ରୀ ଇଂ ଘଡାଇ। ଅନ୍ୟ ମାନଙ୍କ ମଧ୍ୟରେ ଦାନଗଦି ବ୍ଲକ ଅଧକ୍ଷା ଅର୍ଚ୍ଚନା ଦାସ ଓ ଯୁବନେତା ପ୍ରଦୀପ କୁମାର ମହାନ୍ତି ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ତିତ ଥିଲେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031