Indus Valley Times

ନିର୍ବାଚନ ପରବର୍ତ୍ତୀ ହିଂସା; କେଉଁଠି ଫୁଟିଲା ବୋମା, ଆଉ କେଉଁଠି ଟେକାପଥର ମାଡ଼

 Breaking News

ନିର୍ବାଚନ ପରବର୍ତ୍ତୀ ହିଂସା; କେଉଁଠି ଫୁଟିଲା ବୋମା, ଆଉ କେଉଁଠି ଟେକାପଥର ମାଡ଼

March 03
09:56 2022

ବ୍ରହ୍ମପୁର/ଯାଜପୁର, ୩/୩ : ସରିଛି ପଞ୍ଚାୟତ ନିର୍ବାଚନ । ଘୋଷଣା ହୋଇସାରିଲାଣି ବିଜୟୀ ପ୍ରାର୍ଥୀଙ୍କ ନାମ । କିନ୍ତୁ ଏବେ ବି ଥମୁନି ହିଂସା ।ଏହି ହିଂସାକାଣ୍ଡରେ ୬ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ମଙ୍ଗଳପୁର ପଞ୍ଚାୟତରେ ନିର୍ବାଚନୀ ପରବର୍ତ୍ତୀ ହିଂସା ହୋଇଥିବା ଅଭିଯୋଗ ହୋଇଛି ।
ଗାଁର ଶମ୍ଭୁନାଥ ମଲିକଙ୍କ ଘରେ ପଶି ଆକ୍ରମଣ ଓ ବ୍ୟାପକ ଭଙ୍ଗାରୁଜା ହୋଇଛି । ହିଂସାକାଣ୍ଡରେ ପରାଜିତ ସରପଞ୍ଚ ପ୍ରାର୍ଥୀଙ୍କ ସ୍ଵାମୀଙ୍କ ସମେତ ୬ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ଏନେଇ ମଙ୍ଗଳପୁର ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।
ସେହିପରି ଗଞ୍ଜାମ ଜିଲ୍ଲାର ଦୁଇଟି ସ୍ଥାନରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି। କାହା ଘର ଉପରକୁ ଟେକା ପଥର ମାଡ଼ ହୋଇଛି ତ ଆଉ କେଉଁଠି ବୋମା ମାଡ଼ ହୋଇଥିବା ଅଭିଯୋଗ ହୋଇଛି।
ଦିଗପହଣ୍ଡି ଥାନା ଅର୍ନ୍ତଗତ ଚୌଧୁରୀ ଟିକରପଡ଼ା ପଞ୍ଚାୟତର ଢେପାପେଣ୍ଠ ଗାଁରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି। ଗାଁର କୃଷ୍ଣଚନ୍ଦ୍ର ସାହୁଙ୍କ ଘର ଉପରକୁ ନିର୍ବାଚନରେ ବିଜୟ ଲାଭ କରିଥିବା ପ୍ରାର୍ଥୀମାନେ ଟେକାପଥର ମାଡ଼ କରିବା ସହ ଗାଡ଼ି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଏଥିରେ କୃଷ୍ଣଚନ୍ଦ୍ରଙ୍କ ପରିବାର ଲୋକେ ଆହତ ହୋଇଛନ୍ତି। ପୁଲିସ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
ସେହିପରି ଚିକିଟି ବ୍ଲକ ପିତାତଳି ଗାଁରେ ବୋମାମାଡ଼ ହୋଇଛି। ବିଜୟ ଶୋଭାଯାତ୍ରା ଚାଲିଥିବାବେଳେ ଗୋଟିଏ ଗୋଷ୍ଠୀ ଆଉ ଏକ ଗୋଷ୍ଠୀ ଉପରକୁ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି। ପରାଜିତ ସରପଞ୍ଚ ପ୍ରାର୍ଥୀ କେ.ନରସିଂହ ମୁର୍ତ୍ତିଙ୍କ ଘର ନିକଟରେ ବୋମାମାଡ଼ ହୋଇଛି। ଏଥିରେ ୪ ଜଣ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତଙ୍କୁ ଚିକିଟି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031