Indus Valley Times

ନିଶା ଦ୍ରବ୍ୟର ଅପବ୍ୟବହାର ଉପରେ ଏକ ସଚେତନତା ପଦଯାତ୍ରା

 Breaking News

ନିଶା ଦ୍ରବ୍ୟର ଅପବ୍ୟବହାର ଉପରେ ଏକ ସଚେତନତା ପଦଯାତ୍ରା

ନିଶା ଦ୍ରବ୍ୟର ଅପବ୍ୟବହାର ଉପରେ ଏକ ସଚେତନତା ପଦଯାତ୍ରା
June 26
19:37 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୨୬/୬ : ଅନ୍ତର୍ଜାତୀୟ ନିଶା ଦ୍ରବ୍ୟର ଅପବ୍ୟବହାର ଓ ଅବ୍ୟଧ ଚଳନ ଦିବସ ରେ ବଲାଙ୍ଗିର ଜିଲ୍ଲା ଅବକାରୀ ବିଭାଗ ଓ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା।
ଏହି ପଦଯାତ୍ରାରେ ପୂଜ୍ୟପିତା ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ସଦସ୍ୟଗଣ ଓ ପିପୁଲସ ଫୋରମ ଦ୍ବାରା ପରିଚାଳିତ ବଲାଙ୍ଗିର ନିଶା ନିବାରଣ କେନ୍ଦ୍ରର ପରିଚାଳକ ଓ ଅନ୍ତେବାସି ମାନେ ଅଂଶଗ୍ରହଣ କରିଥିଲେ।ପଦଯାତ୍ରା ସମୟରେ ସଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ବାର୍ତ୍ତା ପ୍ରସାରଣ କରାଯାଇଥିଲା।
ପଦଯାତ୍ରା ଶେଷରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସଚେତନତା ସଭା ଆୟୋଜନ କରାଯାଇଥିଲା।ସଭାରେ ଅବକାରୀ ଅଧିକ୍ଷକ ସୀତାକାନ୍ତ ମୁଦୁଲି,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ ହୋତା ନିଶା ର ଅପବ୍ୟବହାର ଓ ଚୋରା ଚାଲାଣ ରୋକାଯିବା ଉପରେ ଆଲୋକପାତ କରିଥିଲେ।ଶେଷରେ ଜିଲ୍ଲାପାଳ ଗୌରୱ ଶୀୱାଜୀ ଇସାଲୱାର ପ୍ରବନ୍ଧ ଓ ବକୃତା ପ୍ରତିଯୋଗୀତାର କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930