Indus Valley Times

ନୁଆସାହିରେ ମା’ ଦୁର୍ଗାଙ୍କ ଆବାହନ, କଳସ ଶୋଭାଯାତ୍ରାରେ ଆଧ୍ୟାତ୍ମିକ ପରିବେଶ : ମହାଷ୍ଟମୀରୁ ବିଜୟାଦଶମୀ ଯାଏଁ ଜମିବ ପୂଜା ମହୋତ୍ସବ, ନୃତ୍ୟ ଓ ସଙ୍ଗୀତରେ ଝୁମିବେ ଶ୍ରଦ୍ଧାଳୁ

 Breaking News

ନୁଆସାହିରେ ମା’ ଦୁର୍ଗାଙ୍କ ଆବାହନ, କଳସ ଶୋଭାଯାତ୍ରାରେ ଆଧ୍ୟାତ୍ମିକ ପରିବେଶ : ମହାଷ୍ଟମୀରୁ ବିଜୟାଦଶମୀ ଯାଏଁ ଜମିବ ପୂଜା ମହୋତ୍ସବ, ନୃତ୍ୟ ଓ ସଙ୍ଗୀତରେ ଝୁମିବେ ଶ୍ରଦ୍ଧାଳୁ

ନୁଆସାହିରେ ମା’ ଦୁର୍ଗାଙ୍କ ଆବାହନ, କଳସ ଶୋଭାଯାତ୍ରାରେ ଆଧ୍ୟାତ୍ମିକ ପରିବେଶ : ମହାଷ୍ଟମୀରୁ ବିଜୟାଦଶମୀ ଯାଏଁ ଜମିବ ପୂଜା ମହୋତ୍ସବ, ନୃତ୍ୟ ଓ ସଙ୍ଗୀତରେ ଝୁମିବେ ଶ୍ରଦ୍ଧାଳୁ
October 17
22:15 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୧୭/୧୦ : ଶାରଦୀୟ ଦୁର୍ଗାପୂଜାକୁ ନେଇ ବାଲିଗୁଡ଼ା ସହରର ନୁଆସାହି ଅଞ୍ଚଳ ଏବେ ଚଳଚଞ୍ଚଳ। ମା’ ଦୁର୍ଗାଙ୍କ ଆଗମନରେ ଅଞ୍ଚଳରେ ଭକ୍ତି, ଆସ୍ଥା ଓ ଆଧ୍ୟାତ୍ମିକତାର ମାହୋଲ ସୃଷ୍ଟି ହୋଇଛି।
ପାରମ୍ପରିକ ରୀତିନୀତି ଅନୁଯାୟୀ ମା’ଙ୍କ ପୀଠରେ ସପ୍ତମୀ ପୂଜା ମହୋତ୍ସବ ଆରମ୍ଭ ହୋଇଥିବା ବେଳେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି।
ଏହି ଅବସରରେ ନୁଆସାହିସ୍ଥିତ ମା’ ଦୁର୍ଗାଙ୍କ ପୀଠରୁ ଶତାଧିକ ମହିଳାଙ୍କୁ ନେଇ ଏକ ଭବ୍ୟ କଳସ ଶୋଭାଯାତ୍ରା ବାହାରିଥିଲା। ମହିଳାମାନେ ମୁଣ୍ଡରେ କଳସ ଧାରଣ କରି ଭକ୍ତିପୂର୍ଣ୍ଣ ପରିବେଶରେ ନିକଟସ୍ଥ ଖଡ଼ଗ ନଦୀକୁ ଯାଇ ପବିତ୍ର ଜଳ ସଂଗ୍ରହ କରିଥିଲେ।
ଏହି ଧାର୍ମିକ ଶୋଭାଯାତ୍ରା ଅଞ୍ଚଳରେ ଭକ୍ତି ଓ ଉତ୍ସବର ମାହୋଲକୁ ଅଧିକ ଉତ୍ସବମୁଖର କରିଥିଲା। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ନୁଆସାହି ଗ୍ରାମ୍ୟ କମିଟି ପକ୍ଷରୁ ମା’ଙ୍କ ପୂଜା ମହୋତ୍ସବକୁ ଆକର୍ଷଣୀୟ ଢଙ୍ଗରେ ପାଳନ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି।
ପୂଜାର୍ଚ୍ଚନା ସହ ନୃତ୍ୟ ଓ ସଙ୍ଗୀତଭିତ୍ତିକ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେବ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ସବର ମାହୋଲ ଜୋର୍ ଧରିଛି। କାର୍ଯ୍ୟସୂଚୀ ଅନୁଯାୟୀ, ଅକ୍ଟୋବର ୧୮ ତାରିଖ ରବିବାର ମହାଷ୍ଟମୀ ପୂଜା ସହ ଭୋଗ ଓ ପ୍ରସାଦ ସେବନର ବ୍ୟବସ୍ଥା ରହିଛି। ୧୯ ତାରିଖ ସୋମବାର ମହାନବମୀ ପୂଜା ସହ ରାତିରେ ସନ୍ଧିପୂଜା ଅନୁଷ୍ଠିତ ହେବ। ସେହିପରି ଅକ୍ଟୋବର ୨୦ ତାରିଖ ମଙ୍ଗଳବାର ବିଜୟାଦଶମୀ ଓ ଅପରାଜିତା ପୂଜା ପରେ ପାରମ୍ପରିକ ରୀତିନୀତିରେ ମା’ଙ୍କ ପ୍ରତିମା ବିସର୍ଜନ କରାଯିବ।
ପୂଜା ମହୋତ୍ସବକୁ ସୁରୁଖୁରୁ ରେ ସମ୍ପନ୍ନ କରିବା ପାଇଁ ନୁଆସାହି ଗ୍ରାମ୍ୟ କମିଟିର ସଦସ୍ୟମାନେ ଏକଜୁଟ ହୋଇ କାର୍ଯ୍ୟ ଆରମ୍ଭ କରିଛନ୍ତି।
ଏଥିରେ କମିଟିର ଉପଦେଷ୍ଟା ବିରୁପାକ୍ଷ ଦାଶ ଓ ମୁକୁନ୍ଦ ପାତ୍ର, ସଭାପତି ଜଳେନ୍ଦ୍ର ପାତ୍ର, ଉପସଭାପତି ଗୋପବନ୍ଧୁ ବିଷୋୟୀ, ସମ୍ପାଦକ ସୁବ୍ରତ ପ୍ରଧାନୀ ଓ ମନ୍ଦିର ପୂଜକ ବିଭୀଷଣ ପାତ୍ରଙ୍କ ସମେତ ସଞ୍ଜୟ ପାତ୍ର, ଜଗନ୍ନାଥ ପାତ୍ର, ଉପେନ୍ଦ୍ର ବିଷୋୟୀ, ଗଙ୍ଗାଧର ଭୋଇ, ଅଶୋକ ସାହୁ, ଧର୍ମେନ୍ଦ୍ର ପାତ୍ର, ବୁଲୁ ଡାକୁଆ ଏବଂ ଗ୍ରାମ୍ୟ କମିଟିର ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ପୂଜା ଆୟୋଜନରେ ସହଯୋଗ କରିଥିଲେ।
ସଲପ ଗଛରେ ବସା ବାନ୍ଧିଥିବା ମହୁମାଛିଙ୍କ ଆକ୍ରମଣରେ ୨ ବୃଦ୍ଧ ଗୁରୁତର
ବାଲିଗୁଡ଼ା, ୧୭/୧୦ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଦାରିଙ୍ଗବାଡି ଥାନା ଅନ୍ତର୍ଗତ ସିମନବାଡ଼ି ପଞ୍ଚାୟତର କାରିପାଙ୍କା ଗ୍ରାମରେ ମହୁମାଛିଙ୍କ ଆକ୍ରମଣରେ ଏକାଧିକ ଲୋକ ଆହତ ହୋଇଥିବା ବେଳେ ଦୁଇ ଜଣ ବୃଦ୍ଧ ଗୁରୁତର ହୋଇ ପଡ଼ିଛନ୍ତି।
ଗୁରୁତର ଦୁଇ ଜଣ ହେଲେ ଗ୍ରାମର ପାରାପାଙ୍ଗାଲୁ ପ୍ରଧାନ (୬୨) ଓ ବୁଡ଼ା ପ୍ରଧାନ (୬୦)। ଏହି ଘଟଣା ପରେ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।
ସୂଚନା ଅନୁସାରେ, ଗ୍ରାମର କିଛି ଲୋକ ଜଙ୍ଗଲରୁ ଘରକୁ ଫେରୁଥିବା ସମୟରେ ଗାଁ ଭିତରେ ଥିବା ଏକ ସଲପ ଗଛରେ ବସା ବାନ୍ଧିଥିବା ମହୁମାଛି ହଠାତ୍ ସେମାନଙ୍କୁ ଆକ୍ରମଣ କରିଥିଲେ।
ମହୁମାଛିଙ୍କ ଆକ୍ରମଣରେ ଏକାଧିକ ଲୋକ ଆହତ ହୋଇଥିଲେ। ତେବେ ବୁଡ଼ା ପ୍ରଧାନଙ୍କୁ ଶତାଧିକ ମହୁମାଛି ଆକ୍ରମଣ କରିବାରୁ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ମହୁମାଛିଙ୍କ ଶୁଙ୍କ ଲାଗି ରହିଥିବା ଜଣାପଡ଼ିଛି।
ଫଳରେ ସେ ପ୍ରବଳ ଯନ୍ତ୍ରଣା ଅନୁଭବ କରୁଥିବା ଚିକିତ୍ସକ କହିଛନ୍ତି। ଆକ୍ରମଣରେ ଗୁରୁତର ହୋଇଥିବା ଉଭୟଙ୍କୁ ପ୍ରଥମେ ସିମନବାଡ଼ି ସ୍ଥିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଭର୍ତ୍ତି କରାଯାଇଥିଲା।
ସେଠାରେ ଚିକିତ୍ସା କରୁଥିବା ଡାକ୍ତର ଅବିନାଶ ମଲିକ ସେମାନଙ୍କ ଅବସ୍ଥା ଗୁରୁତର ଥିବା ଦେଖି ଅଧିକ ଚିକିତ୍ସା ପାଇଁ ଅନ୍ୟତ୍ର ନେବାକୁ ପରାମର୍ଶ ଦେଇଛନ୍ତି।
ଗାଁ ଭିତରେ ଥିବା ସଲପ ଗଛରେ ମହୁମାଛି ବସା ରହିଥିବାରୁ ଏହା ଆଗକୁ ମଧ୍ୟ ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି। ତେଣୁ ଗ୍ରାମବାସୀଙ୍କ ସୁରକ୍ଷା ଦୃଷ୍ଟିରୁ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031