Indus Valley Times

ନ୍ୟାସନାଲ ଇନସୁରାନ୍ସ ନୟାଗଡ଼ ଶାଖା ସ୍ଥାନାନ୍ତରିତକୁ ନୟାଗଡ଼ ବିଧାୟକଙ୍କ ବିରୋଧ

 Breaking News

ନ୍ୟାସନାଲ ଇନସୁରାନ୍ସ ନୟାଗଡ଼ ଶାଖା ସ୍ଥାନାନ୍ତରିତକୁ ନୟାଗଡ଼ ବିଧାୟକଙ୍କ ବିରୋଧ

July 18
19:39 2022

କିଶୋର ମହାପାତ୍ରଙ୍କ ରିପୋର୍ଟ
ନ୍ୟାସନାଲ ଇନସୁରାନ୍ସ କମ୍ପାନୀ ନୟାଗଡ ଶାଖା କାର‌୍ୟ୍ୟାଳୟ କୁ ଭୁବନେଶ୍ୱର କୁ ଉଠାଇ ନେବା ନିଷ୍ପତ୍ତି ଏକ ନିନ୍ଦନୀୟ ନିଷ୍ପତ୍ତି ବୋଲି ନୟାଗଡ ବିଧାୟକ ଡ ଅରୁଣ କୁମାର ସାହୁ ପ୍ରକାଶ କରିଛନ୍ତି। ଗତ ଜୁନ ମାସ ୩୦ ତାରିଖ ରେ କାର‌୍ୟ୍ୟାଳୟ କୁ ଉଠାଇ ନିଆଯିବ ବୋଲି ଭୁବନେଶ୍ବର କାର‌୍ୟ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।
କମ୍ପାନୀ କୁ ନୟାଗଡ଼ ରୁ ଉଠାଇ ନ ନିଆଯାଉ ବୋଲି କମ୍ପାନୀ ମୁଖ୍ୟ ଆଞ୍ଚଳିକ ପରିଚାଳକ ଙ୍କୁ ଚିଠି ଲେଖି ଜଣାଇଛନ୍ତି ବିଧାୟକ ଡ ସାହୁ। ଏହି କମ୍ପାନୀ ୧୯୮୭ ମସିହାରୁ କ୍ଷୁଦ୍ର ଜମା ପଲିସି , ଗାଡିମଟର ବୀମା, ସ୍ବାସ୍ଥ୍ୟ ବୀମା ଆଦି କ୍ଷେତ୍ରରେ ସେବା ଯୋଗାଇ ଆସୁଥିବା ଏବଂ ନୟାଗଡ଼ ଜନସାଧାରଣ ଙ୍କ ସେବା ରେ ଆସୁଥିବା ଏହି ଶାଖା କୁ ଭୁବନେଶ୍ୱର କୁ ଉଠାଇବା ଅପଚେଷ୍ଟା କରାନଯାଉ।
ବର୍ତ୍ତମାନ ଯାନବାହନ ବୀମା ବୃଦ୍ଧି ପାଇବା ସହ ଲାଭଦାୟକ ସ୍ଥିତ ରେ ଶାଖା ଚାଲିଥିବା ବେଳେ କେଉଁ ଆଳ ଦେଖାଇ ଶାଖା କୁ ଭୁବନେଶ୍ୱର ଉଠାଇ ନେବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ବିଧାୟକ ଡ.ସାହୁ ଲେଖିବା ସହ ଜନସାଧାରଣ ଙ୍କ ସ୍ବାର୍ଥ ଦୃଷ୍ଟିରୁ ଏହି ଶାଖା ନୟାଗଡ ରେ ରହିବା ଆବଶ୍ୟକ ବୋଲି ପ୍ରକାଶ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031