Indus Valley Times

ନୟାଗଡ଼ରେ ଟ୍ରାକ୍ଟର ଓଲଟି ୧୦ ଆହତ, ଫତେଗଡ଼ ଶ୍ରୀରାମ ମନ୍ଦିର ପ୍ରତିଷ୍ଠାକୁ ଯାଉଥିବାବେଳେ ଅଘଟଣ

 Breaking News

ନୟାଗଡ଼ରେ ଟ୍ରାକ୍ଟର ଓଲଟି ୧୦ ଆହତ, ଫତେଗଡ଼ ଶ୍ରୀରାମ ମନ୍ଦିର ପ୍ରତିଷ୍ଠାକୁ ଯାଉଥିବାବେଳେ ଅଘଟଣ

January 21
19:52 2024

ନୟାଗଡ଼,୨୧/୧ : ପାହାଡ଼ ଉପରେ ନିର୍ମାଣ କରାଯାଇଛି ଭବ୍ୟ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର। ସେହି ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେବା ପାଇଁ ଟ୍ରାକ୍ଟରରେ ଯାଇଥିଲେ ଶ୍ରଦ୍ଧାଳୁ। ହେଲେ ପାହାଡ଼ ଉପରକୁ ଯାଇଥିବା ରାସ୍ତାରେ ଟ୍ରାକ୍ଟର ଡାଲା ଓଲଟି ପଡ଼ିଥିଲା।
ଫଳରେ ୧୫ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ମହିଳା ଓ ଛୋଟ ପିଲା। ଆଜି ଅପରାହ୍ନରେ ଏପରି ଭୟଙ୍କର ଦୁର୍ଘଟଣା ନୟାଗଡ଼ ଜିଲ୍ଲା ଫତେଗତ ପାହାଡ଼ରେ ଘଟିଛି।
ଫତେଗଡ଼ ପାହାଡ଼ ଉପରେ ନିର୍ମାଣ କରାଯାଇଛି ଭବ୍ୟ ପ୍ରଭୁ ଶ୍ରୀରାମ ମନ୍ଦିର। ଗତ ୧୭ ତାରିଖରୁ ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଛି। ବିଧି ବିଧାନ ଅନୁସାରେ ପ୍ରତିଦିନ ପୂଜା ଚାଲିଛି।
ଆଉ ଶ୍ରଦ୍ଧାଳୁମାନେ ପୂଜାରେ ସାମିଲ୍ ହେଉଛନ୍ତି। ମନ୍ଦିର ପର‌୍ୟ୍ୟନ୍ତ ଯିବା ପାଇଁ ପାହାଡ ଉପରେ ଅତି ସଙ୍କୀର୍ଣ୍ଣ ରାସ୍ତା ନିର୍ମାଣ କରାଯାଇଛି। ସେହି ରାସ୍ତାରେ ଆଜି ଏକ ଟ୍ରାକ୍ଟରରେ ୧୫ରୁ ଅଧିକ ଶ୍ରଦ୍ଧାଳୁ ଯାଉଥିଲେ। ତେବେ ମଝି ରାସ୍ତାରେ ଟ୍ରାକ୍ଟର ଡାଲା ଓଲଟି ପଡ଼ିଥିଲା। ଯାହାଫଳରେ ୧୫ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି।
ଆହତମାନଙ୍କୁ ଉଦ୍ଧାର କରାଯାଇ ଭାପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ କିଛି ଶ୍ରଦ୍ଧାଳୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031