Indus Valley Times

ନୟାଗଡ଼ : ଆନ୍ତର୍ଜାତିକ ନିଶା ସେବନ ଓ ଅବୈଧ ଚାଲାଣ ବିରୋଧୀ ଦିବସ ପାଳିତ

 Breaking News

ନୟାଗଡ଼ : ଆନ୍ତର୍ଜାତିକ ନିଶା ସେବନ ଓ ଅବୈଧ ଚାଲାଣ ବିରୋଧୀ ଦିବସ ପାଳିତ

ନୟାଗଡ଼ : ଆନ୍ତର୍ଜାତିକ ନିଶା ସେବନ ଓ ଅବୈଧ ଚାଲାଣ ବିରୋଧୀ ଦିବସ ପାଳିତ
June 27
12:25 2023

ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୨୭/୬: ନୟାଗଡ ଜିଲ୍ଲାପାଳ ଙ୍କ ସଦଭାବନା ଗୃହ ରେ ଜିଲ୍ଲା ଅବକାରୀ ବିଭାଗ ଓ ଜିଲ୍ଲା ପ୍ରଶାସନର ର ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତିକ ନିଶା ସେବନ ଓ ଅବୈଧ ଚାଲାଣ ବିରୋଧୀ ଦିବସ ପାଳିତ ହୋଇଯାଇଛି ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଧାନ ଚନ୍ଦ୍ର ରାୟ ଯୋଗଦେଇଥିଲେ ।
ଅବକାରୀ ବିଭାଗ ଅଧିକାରୀ ଶ୍ରୀଯୁକ୍ତ କରୁଣାକର ତିୱାରୀ ,ଡ୍ରଗ୍ସ ଇନ୍ସପେକ୍ଟର ଶ୍ରୀମତୀ ପ୍ରିୟଙ୍କା ଚକ୍ରବର୍ତ୍ତୀ, ସୂଚନା ଲୋକସଂପର୍କ ବିଭାଗ ଅଧିକାରୀ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ସାହୁ ,ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ଅଧିପତି କଅଁର ଯୋଗଦେଇଥିଲେ ।
ନୟାଗଡ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାୟ ର ଛାତ୍ରୀ ମାନେ ଏବଂ ନୟାଗଡ ସ୍ଵୟଂଶାସିତ ମହାବିଦ୍ୟାଳୟ ର ଏନ ସି ସି କ୍ୟାଡ଼ର ଛାତ୍ର ଅହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ ।
ଏହି କାର୍ଯ୍ୟକ୍ରମ ରେ ଅଧିକାରୀ ମାନେ ନୟାଗଡ ଜିଲ୍ଲା ରୁ କିପରି ନିଶା ସେବନ କୁ ପ୍ରତିହତ କରାଯିବ ଏହା ଉପରେ ଗୁରୁତ୍ୱ ଆଲୋଚନା କରିଥିଲେ ନିଶା ଖାଇବାଦ୍ୱରା କିପରି ଗୋଟିଏ ପରିବାର ତଳିତଳାନ୍ତ ହେଉଛି ଓ ମାନସିକ ଦୂର୍ଗତିର ଶିକାର ହେଉଛନ୍ତି ତାହାକୁ କିପରି ନିଜର ଇଚ୍ଛାଶକ୍ତି ବଳରେ ଏହା କୁ ରୋକାଯାଇ ପାରିଥିବ ଏହା ଉପରେ ବ୍ୟକ୍ତ କରିଥିଲେ ।
ଶ୍ରୀମତୀ ପ୍ରିୟଙ୍କା ଚକ୍ରବର୍ତ୍ତୀ କହିଥିଲେ କୋରେକ୍ସ ସାଧାରଣ କାଶ ର ଔଷଧ ରୂପେ ବ୍ୟବହାର କରାଯାଏ କିନ୍ତୁ ଲୋକ ମାନେ ଏହାକୁ ନିଶା ରୂପେ ବ୍ୟବହାର କରୁଛନ୍ତି ଏହାକୁ ରୋକିବପାଇଁ ସରକାରୀ ସ୍ତରରେ ଔଷଧ ଦୋକାନ ମାନଙ୍କରେ ଚଢାଉ କରାଯାଉଛି ।
ବରିଷ୍ଟ ସାମ୍ବାଦିକ ଶ୍ରୀଯୁକ୍ତ ରାମକୃଷ୍ଣ ରଥ ନିଶା ନିବାରଣ ଉପରେ ଛାତ୍ର ଛାତ୍ରୀ ମାନଙ୍କୁ ସମାଜରେ ନିଶା ଗ୍ରହଣ କରୁଥିବା ଲୋକଙ୍କୁ ନିଶା ଛଡାଇବା ପାଇଁ ଶପଥ କରାଇବା ପାଇଁ ଆହ୍ୱାନ ଦେଇଥିଲେ ।
ସେବା ଟ୍ରଷ୍ଟ ପକ୍ଷରୁ ୫ଜଣ ନିଶା ସେବନ କାରୀଙ୍କୁ ନିଶା ନିବାରଣ ରେ ରଖୀ ସମ୍ପୂର୍ଣ୍ଣ ନିଶା ଛଡାଇ ଥିଲେ । ସମ୍ପୂର୍ଣ ନିଶାମୁକ୍ତ ହେଲାପରେ କିଭଳି ଜୀବନର ପରିବର୍ତ୍ତନ ହୋଇଥିଲା ତାହାଉପରେ ସେହି ବ୍ୟକ୍ତି ମାନେ କହିଥିଲେ। ଏବଂସେ ୫ଜଣ ଙ୍କୁ ସମସ୍ତ ମଞ୍ଚାସିନ ଅତିଥି ମାନେ ସମ୍ବର୍ଦ୍ଧନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031