Indus Valley Times

ପଟ୍ଟା ଜମିରେ ଅସାମାଜିକ ବ୍ୟକ୍ତିଙ୍କ ଗୁଣ୍ଡା ଗର୍ଦ୍ଧି, ପୁଲିସ ନିରବ : ବରିଷ୍ଠ ନାଗରିକ ଚିନ୍ତାରେ

 Breaking News

ପଟ୍ଟା ଜମିରେ ଅସାମାଜିକ ବ୍ୟକ୍ତିଙ୍କ ଗୁଣ୍ଡା ଗର୍ଦ୍ଧି, ପୁଲିସ ନିରବ : ବରିଷ୍ଠ ନାଗରିକ ଚିନ୍ତାରେ

ପଟ୍ଟା ଜମିରେ ଅସାମାଜିକ ବ୍ୟକ୍ତିଙ୍କ ଗୁଣ୍ଡା ଗର୍ଦ୍ଧି, ପୁଲିସ ନିରବ : ବରିଷ୍ଠ ନାଗରିକ ଚିନ୍ତାରେ
May 04
21:15 2023

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୪/୫: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ର ତୁମୁଡିବନ୍ଧ ତହସିଲ ଅନ୍ତର୍ଗତ କୁର୍ତ୍ତମଗଡ ଠାରେ ଦୀର୍ଘ ବର୍ଷ ହେଲା ରହି ଆସୁଥିବା ସାଧାରଣ ଲୋକଙ୍କ ସେଟେଲମେଣ୍ଟ ପଟ୍ଟା ଜମି ଉପରେ ଅସାମାଜିକ ବ୍ୟକ୍ତିମାନଙ୍କ ଜୋର ଜବରଦସ୍ତି ଆସି ଗୁଣ୍ଡା ଗର୍ଦ୍ଧି କରି ଜାଗା ଅକ୍ତିଆର ଘଟଣା ଏବେ ଏହି ଅଞ୍ଚଳ ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ସୁରକ୍ଷା ପାଇଁ ପାଇଁ ପୁଲିସ ନିକଟରେ ଗୁହାରୀ କଲେବି କିଛି ସୁଫଳ ମିଳିନଥିବାରୁ ଉପଜିଲ୍ଲାପାଳ ଙ୍କ ଦ୍ବାରସ୍ଥ ହେଲେ ପରିବାର ଲୋକ। ଘଟଣା ରୁ ପ୍ରକାଶ ଯେ କୁର୍ତ୍ତମଗଡ ବଜାର ସାହି ର ୫ଜଣ ଙ୍କ ଘର ପଛପଟେ ଥିବା ସେଟେଲ ମେଣ୍ଟ ପଟା ଜାଗାକୁ ସେହି ଗ୍ରାମର କିଛି ଅସାମାଜିକ ଲୋକ ଆସି ମାରଣାସ୍ତ୍ର ଧରି ଆସି ଜୋର ଜବରଦସ୍ତି ଆମ ଜାଗା କହି ବାଡ ଦେବା ପାଇଁ ଆରମ୍ଭ କରିଥିଲେ।
ଏ ସଂପର୍କ ରେ ଉକ୍ତ ୫ ପରିବାର ତହସିଲଦାର ଓ ପୁଲିସ ର ଆଶ୍ରୟ ନେଇଥିଲେ । ତୁମୁଡ଼ିବନ୍ଧ ତହସିଲଦାର ଙ୍କ ନିର୍ଦ୍ଧେଶ ରେ ରାଜସ୍ବ ନିରକ୍ଷକ ଓ ପୁଲିସ ପହଞ୍ଚି ଥିଲେ। ରାଜସ୍ବ ନୀରିକ୍ଷକ ଏହି ଜାଗା ସେଟେଲ ମେଣ୍ଟ ପଟ୍ଟା ହୋଇଥିବା ଅସାମାଜିକ ବ୍ୟକ୍ତିମାନଙ୍କୁ ଜଣାଇ ଥିଲେ ଏହା ସତ୍ବେ ମଧ୍ୟ ସେମାନେ ଏହା ନ ମାନି ପୁଣି ଜୋର ଜବରଦସ୍ତି ବାଡ ଦେଇଥିଲେ।
ତୁମୁଡିବନ୍ଧ ଥାନା ଅଧିକାରୀ ସେହି ଅସାମାଜିକ ବ୍ୟକ୍ତିମାନଙ୍କୁ ସହଯୋଗ କରୁଥିବାରୁ ସେମାନେ ଦିନକୁ ଦିନ ଉଗ୍ର ହେଉଥିବା ନେଇ ଚିନ୍ତାରେ ବରିଷ୍ଠ ନାଗରିକ ଙ୍କ ପରିବାର ଅସହାୟ ମନେ କରି କୁର୍ତ୍ତମଗଡ଼ ର କୁମୁଦ ଚଦ୍ର ପଣ୍ଡା, ପ୍ରକାଶ ଚନ୍ଦ୍ର ସାହୁ ସମେତ ୫ଜଣଙ୍କ ପରିବାର ବାଲିଗୁଡା ଉପଜିଲ୍ଲାପାଳ ମିସ. ମଧୁମିତା ଙ୍କୁ ଭେଟି ସେମାନଙ୍କୁ ସୁରକ୍ଷା ଓ ସେମାନଙ୍କ ସେଟେଲ ମେଣ୍ଟ ପଟ୍ଟା ଜମିର ସୁରକ୍ଷା ପାଇଁ ନିବେଦନ କରିଛନ୍ତି।
ଶ୍ରୀମତୀ ମଧୁସ୍ମିତା ପରିବାରକୁ ନ୍ୟାୟ ପ୍ରଦାନ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି। ସେପଟେ ଥାନା ଅଧିକାରୀ ସୁରକ୍ଷା ଦେବା ପାଇଁ ବାରମ୍ବାର ପ୍ରତିଶୃତି ଦେଉଥିବାବେଳେ ଆଜି ନିଜ ପ୍ରତିକ୍ରୀୟା ରେ କହିଛନ୍ତି ଯେ, ପୁଲିସ ଜମି ଜମା ମାମଲା ରେ କିଛି ସାହାଯ୍ୟ କରିପାରିବ ନାହିଁ ତେବେ ସେହି ପରିବାରକୁ ପୂର୍ବରୁ କାହିଁକି ବାରମ୍ବାର ପ୍ରତିଶୃତି ଦେଉଥିଲା ଯାହା ଏବେ ପୁଲିସ ର ନିରପେକ୍ଷତା କୁ ନେଇ ପ୍ରଶ୍ନ ଉଠିଛି। ଏଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିରେ ହସ୍ତକ୍ଷେପ କରି ମାମଲାକୁ ତୁରନ୍ତ ସମାଧାନ କରିବାକୁ ଦାବୀ ହେଉଛି।
ବାଲିଗୁଡାର ଐତିହାସିକ ଠାକୁରାଣୀ ଯାତ୍ରାର ବିଶ୍ରାମ ଦିବସ: କଟକର ନବରଙ୍ଗ ସଙ୍ଗୀତରେ ଝୁମିଲେ ଦର୍ଶକ ଓ ଭକ୍ତ
ବାଲିଗୁଡା,୪/୫: କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡା ଠାକୁରାଣୀଙ୍କ ଐତିହାସିକ ଠାକୁରାଣୀ ଯାତ୍ରା ମା’ ପାଟଖଣ୍ଡା ଦୁର୍ଗାପୂଜା ସମିତି ଆନୁକୁଲ୍ୟରେ ଆୟୋଜିତ ହେଉଛି । ମା’ ବରାଳ ଦେବୀ ମନ୍ଦିର ପ୍ରାଙ୍ଗଣରେ ହୋଇଥିବା ଅସ୍ଥାୟୀ ପୀଠରେ ଆୟୋଜକ ସମିତି ଦ୍ୱାରା ଗୁରୁବାର ଦ୍ୱାଦଶ ଦିନରେ ମା’ ଙ୍କ ଘଟକୁ ଆଜି ସୁସଜିତ କରାଯାଇଛି । ଗୁରୁବାର ମା ‘ଙ୍କ ର ବିଶ୍ରାମ ଦିବସ ଥିବାରୁ ସନ୍ଧ୍ୟାରେ ବହୁ ଭକ୍ତ ଓ ଦର୍ଶକଙ୍କ ସମାଗମ ହୋଇଥିଲା ।
ସକାଳ ଓ ସନ୍ଧ୍ୟାର ଆଳତୀ ପରେପରେ ଭକ୍ତ ମାନଙ୍କୁ ଏହି ଅସ୍ଥାୟୀ ପୀଠରେ ମା ‘ପାଟଖଣ୍ଡାଙ୍କ ସମେତ ବରାଳଦେବୀ, ମହାମାୟୀ, ମା’ ଦୂର୍ଗା, ଡେଙ୍ଗଶୀଳ, ଏବଂ ମା’କାଳୀଙ୍କ ଘଟ ଦର୍ଶନ ଦେଉଛନ୍ତି । ସନ୍ଧ୍ୟା ଆଳତୀ ପରେ ପ୍ରତିଦିନ ନଗର ପରିକ୍ରମାରେ ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି । ଏହି ୨୧ ଦିନ ଭିତରେ ମା ବାଲିଗୁଡାର ବିଭିନ୍ନ ସାହି ପରିକ୍ରମା କରିବେ। ଏହି ଯାତ୍ରା ନିମନ୍ତେ ଆୟୋଜକ ସମିତି ଦ୍ୱାରା ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ ହେଉଥିବା ସହ ପ୍ରସାଦ ସେବନ ର ବ୍ୟବସ୍ଥା ମଧ୍ୟ କରାଯାଇଛି ।
ଅସ୍ଥାୟୀ ପୀଠରେ ମା’ ଙ୍କ ମିଠାଭୋଗ ନିମନ୍ତେ ଏକ ମିଷ୍ଠାନ୍ନ କେନ୍ଦ୍ର ଖୋଲା ଯାଇଛି । ୪ ତାରିଖ ଗୁରୁବାର ଥିବା ଯୋଗୁଁ ମା’ଙ୍କର ବିଶ୍ରାମର ଦିନ ରହିଛି , ଏଣୁ ସନ୍ଧ୍ୟାରେ ଏହି ଅବସରରେ ସ୍ଥାନୀୟ ମିନି ଷ୍ଟାଡିୟମ ପରିସରରେ କଟକ ର ପ୍ରସିଦ୍ଧ ସଙ୍ଗୀତ ନବରଙ୍ଗ ଅର୍କେଷ୍ତ୍ରା ଏବଂ ରକ ବେଣ୍ଡ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହ ମିନି ଷ୍ଟାଡିୟମ ପରିସରରେ ରାମ ଦୋଳି, ମୀନାବଜାର ଭଳି ବିଭିନ୍ନ ପ୍ରକାର ସାମଗ୍ରୀର ଷ୍ଟଲ ମାନ ଖୋଲାଯାଇଛି । ଏଥିରେ କଟକ ଗ୍ରୁପର ଭଜନ, ଗୀତ,ସଙ୍ଗୀତ ଓ ଡ୍ୟାନ୍ସ ରେ ଝୁମିଥିଲେ ହଜାର ହଜାର ଭକ୍ତ ଓ ଦର୍ଶକ ।
୨୧ ଦିନ ଧରି ଆୟୋଜିତ ହେଉଥିବା ଏହି ପୁଜାକାର୍ଯ୍ୟ ସମ୍ପାଦନ କରିବା ନିମନ୍ତେ ପୁଜକ ଶ୍ରୀକାନ୍ତ ପଣ୍ଡା, ସଂଜୟ କୁମାର ଦାସ, ନିଳକଣ୍ଠ ମିଶ୍ର, ଟୁଲୁ ପାଢି, ପୁର୍ଣ୍ଣଚନ୍ଦ୍ର ଶତପଥୀ ଙ୍କ ସମେତ ଅନ୍ୟ ପୂଜକ ମାନେ ପୁଜା କାର୍ଯ୍ୟରେ ସାମିଲ ଅଛନ୍ତି ।
ଆୟୋଜକ ସମିତିର ସଭାପତି ଲୋକନାଥ ପାଢୀ, ସମ୍ପାଦକ ଭଗବତୀ ପ୍ରସାଦ ସାବତ, ସହ ସମ୍ପାଦକ ସୁଜିତ କୁମାର ପାଳ, କୋଷାଧକ୍ଷ ଡି.ନାଗେଶ୍ୱର ରାଓ, ଏ.ଶ୍ରୀନିବାସ ଦୋରା, ମଦନ ମୋହନ ପାଢୀ, ଡଃ ଶୁଶାନ୍ତ କୁମାର ଦାସ, ପବିତ୍ର ମହନ ପାଢିଙ୍କ ସମେତ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରୁଛନ୍ତି ।
ଆଇନ ଶୃଙ୍ଖଳାକୁ ଆଖି ଆଗରେ ରଖି ଉପଖଣ୍ଡ ଆରକ୍ଷୀ ଅଧିକାରୀ ରୋହିତ ବର୍ମା ଙ୍କ ନିର୍ଦେଶରେ ସ୍ଥାନୀୟ ଥାନା ଅଧିକାରୀ ବାବା ଶଙ୍କର ସରାଫଙ୍କ ନେତୃତ୍ୱ ରେ ସମସ୍ତ ଛକ ତଥା ଗହଳି ପୂର୍ଣ୍ଣ ଅଞ୍ଚଳ ରେ ବ୍ୟାପକ ପୋଲିସ ମୁତୟନ ରହି ଟ୍ରାଫିକ ବ୍ୟବସ୍ଥା ଓ ଶାନ୍ତି ଶୃଙ୍ଖଳାରେ ନିୟୋଜିତ ଥିବା ଜଣାପଡିଛି ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031