Indus Valley Times

ପଥର ଖଣି ବିସ୍ପୋରଣ ନେଇ ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା, ବସିଥିବା ମହିଳା ଅଚେତ ଅବସ୍ଥାରେ ଚିକିତ୍ସାଳୟରେ ଭର୍ତ୍ତି

 Breaking News

ପଥର ଖଣି ବିସ୍ପୋରଣ ନେଇ ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା, ବସିଥିବା ମହିଳା ଅଚେତ ଅବସ୍ଥାରେ ଚିକିତ୍ସାଳୟରେ ଭର୍ତ୍ତି

ପଥର ଖଣି ବିସ୍ପୋରଣ ନେଇ ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା, ବସିଥିବା ମହିଳା ଅଚେତ ଅବସ୍ଥାରେ ଚିକିତ୍ସାଳୟରେ ଭର୍ତ୍ତି
March 09
20:44 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୯/୩- ଖୋରଧା ତହସିଲ ଅଧିନସ୍ଥ ବ୍ରହ୍ମପୁରା ମୌଜାରେ ଥିବା ଖାତା ନମ୍ବର-୩୨୯, ପ୍ଲଟ ନମ୍ବର -୦୨, କିସମ – ପର୍ବତ ଜମିରୁ କିଛି ଅସାମାଜିକ ମୃଷ୍ଟିମେୟ ବ୍ୟକ୍ତି ସାମୁହିକ ସ୍ୱାର୍ଥ ଓ ଧନଜୀବନକୁ ପ୍ରାଧାନ୍ୟ ନଦେଇ ବେଆଇନ ଭାବରେ କମ୍ପ୍ରେସର ମେସିନ ସାହାଯ୍ୟରେ ପାହାଡ ଜମିରେ ବିରାଟ ଗର୍ତ୍ତ କରିବା ସହିତ ଜିଲେଟିନ ଭଳି ମାରାତ୍ମକ ବିସ୍ପୋରକ ବ୍ୟବହାର କରି ରାତି ସାରା ପଥର ବିସ୍ପୋରଣ କରିବା ଦ୍ୱାରା ନିକଟ ଗ୍ରାମର ଅନେକ ଗୁଡ଼ିଏ ବାସଗୃହର କାନ୍ଥ ଏବଂ ଛାତ ଗୁଡ଼ିକ ଫାଟି କ୍ଷତିଗ୍ରସ୍ତ ହୋଇଥିବା ଘଟଣା ସଂପର୍କରେ ବହୁବାର ଖୋରଧା ଜିଲ୍ଲାପାଳ,ଉପ ଜିଲ୍ଲାପାଳ ଏବଂ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ପ୍ରାଶାସନିକ ଅଧିକାରୀଙ୍କ ଉଦାସୀନତା କାରଣରୁ ପାହାଡ଼ ନିଲାମଧାରୀଙ୍କ ପ୍ରରୋଚନାରେ କିଛି ଅସାମାଜିକ ଯୁବକ ବିରୋଧ କରୁଥିବା ଗ୍ରାମର ମହିଳା ମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଜୀବନରେ ମାରିଦେବାର ଧମକ ଦେଉଛନ୍ତି ।
ଏପରିକି ଗ୍ରାମର ମହିଳା ମାନଙ୍କୁ ଉକ୍ତ ଅସାମାଜିକ ବ୍ୟକ୍ତି ମାନେ ସନ୍ଧ୍ୟା ସମୟରେ ଶୌଚ ହେବା ଏବଂ ଗ୍ରାମଦେବତୀ ଙ୍କ ନିକଟକୁ ଯିବା ସମୟରେ ଅସଦାଚରଣ କରୁଛନ୍ତି ।
ଉକ୍ତ ପାହାଡ ନିକଟରୁ ମାତ୍ର ୫୦୦ ମିଟର ବ୍ୟବଧାନରେ ଏକ ପେଟ୍ରୋଲ ପମ୍ପ, ଆଦର୍ଶ ବିଦ୍ୟାଳୟ, +୨ ବେସରକାରୀ ବିଦ୍ୟାଳୟ ଏବଂ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ଥିଲେ ମଧ୍ୟ ଏହାକୁ ଭୃକ୍ଷେପ ନକରି ରାତିଅଧରେ ପାହାଡ ବ୍ଲାଷ୍ଟିଂ କରିବା ଦ୍ୱାରା ବ୍ରହ୍ମପୁରା ଗ୍ରାମର ୩ ଜଣ ବ୍ୟକ୍ତି ଶ୍ରବଣ ଶକ୍ତି ହରାଇଥିବା ଅଭିଯୋଗ ହେବା ସହିତ ପଥର ଖଣ୍ଡମାନ ବାଜି ପ୍ରାୟ ୧୦ ରୁ ଉର୍ଦ୍ଧ୍ବ ଗୋରୁଙ୍କର ମୃତ୍ୟୁ ହୋଇଛି । ଏପରିକି ଅନେକ ଗୁଡ଼ିଏ ଶାଗୁଆନ ଗଛକୁ କାଟି ବିକ୍ରୀ କରିଦିଆଯାଇଛି ।
ନିକଟରେ ଥିବା ଜଙ୍ଗଲରୁ ବାରାହ ଏବଂ ଠେକୁଆ ଭଳି ବନ୍ୟଜନ୍ତୁ ମାନଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରି ସେଠାରେ ରୋଷେଇ କରି ଖାଉଛନ୍ତି ।
ଉକ୍ତ ପାହାଡ଼ରୁ ବେଆଇନ ଖଣି ଖନନକୁ ବନ୍ଦ କରିବା ଏବଂ ଗ୍ରାମବାସୀ ମାନଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ନେଇ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କ ସମ୍ମୁଖରେ ଧାରଣାରେ ବସି ରହିଥିବା ସମୟରେ ଜଣେ ମହିଳା ଘଟଣା ସ୍ଥଳରେ ଅଚେତ ହୋଇପଡ଼ିଥିଲେ, ଫଳରେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଖୋରଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରଯାଇଥିଲା ।
ଘଟଣା ସ୍ଥଳରେ ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ପହଞ୍ଚି ଗ୍ରାମବାସୀ ମାନଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ ଗ୍ରାମବାସୀ ମାନେ ତାଙ୍କ ଜିଦରେ ଅଟଳ ରହିଥିଲେ ।
ଆନ୍ଦୋଳନକାରୀଙ୍କୁ ସମର୍ଥ ଜଣାଇ ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ସୋନାଲି ସାହୁ ଧାରଣାରେ ବସିରହିବା ସହିତ ଏହି ଘଟଣାର ଖୁବ ଶୀଘ୍ର ସମାଧାନ ନ କଲେ ଏହାକୁ ଜନ ଆନ୍ଦୋଳନରେ ପରିଣତ କରାଯିବ ବୋଲି କହିଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31