Indus Valley Times

ପବିତ୍ର ଅଁଳା ନବମୀ; ଶ୍ରୀରାଧାରାଣୀଙ୍କ ପାଦ ଦର୍ଶନ ପାଇଁ ସାକ୍ଷୀଗୋପାଳରେ ଶ୍ରଦ୍ଧାଳୁଙ୍କ ଭିଡ଼

 Breaking News

ପବିତ୍ର ଅଁଳା ନବମୀ; ଶ୍ରୀରାଧାରାଣୀଙ୍କ ପାଦ ଦର୍ଶନ ପାଇଁ ସାକ୍ଷୀଗୋପାଳରେ ଶ୍ରଦ୍ଧାଳୁଙ୍କ ଭିଡ଼

November 10
09:08 2024

ପୁରୀ,୧୦/୧୧ : ଆଜି ପବିତ୍ର ଅଁଳା ନବମୀ। ପୁରୀ ସାକ୍ଷୀଗୋପାଳ ମନ୍ଦିରରେ ରାଧାଙ୍କ ଓଡ଼ିଆଣୀ ବେଶସାଙ୍ଗକୁ ପାଦ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ବର୍ଷକରେ ଦିନ ଟିଏ ଏହି ଦୁର୍ଲଭ ବେଶ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ଗହଳି ଲାଗିଛି।
ଆଜି ରାତି ୧ ଟାରୁ ମନ୍ଦିର ଖୋଲାଯାଇ ମଙ୍ଗଳ ଆଳତି ଓ ଅବକାଶ ନୀତି ଆଦି କରାଯାଇ ରାଧାରାଣୀଙ୍କ ସୁସଜ୍ଜିତ ବେଶ କରାଯାଇଛି। ସୁବର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୋଇଛନ୍ତି ମାଆ ରାଧାରାଣୀ ଓ ପ୍ରଭୁ ସାକ୍ଷୀ ଗୋପୀନାଥ। ଶ୍ରଦ୍ଧାଳୁଙ୍କ ଭିଡ଼କୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।
ଉଭୟ ପୁଲିସ ଓ ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରାଯାଇ ଥିବାବେଳେ ମନ୍ଦିର ଭିତରକୁ ପ୍ରବେଶ ପାଇଁ ବ୍ୟାରିକେଡ୍ ନିର୍ମାଣ କରାଯାଇଛି। ସୁରକ୍ଷା ଦାୟିତ୍ୱରେ ରହିଛନ୍ତି ୨୦ ପ୍ଲାଟୁନ ଫୋର୍ସ। ଅନ୍ୟପକ୍ଷରେ ଠାକୁରଙ୍କ ସଅଳ ନୀତିକାନ୍ତି ସହ ଶୀଘ୍ର ବେଶ ସାରିବାକୁ ସେବାୟତଙ୍କୁ ନିବେଦନ କରିଛି ପ୍ରଶାସନ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31