Legatus

ଜାଗର ଯାତ୍ରା ହୋଇଛି ଶେଷ ଯାତ୍ରା

 Breaking News

ଜାଗର ଯାତ୍ରା ହୋଇଛି ଶେଷ ଯାତ୍ରା

ଜାଗର ଯାତ୍ରା ହୋଇଛି ଶେଷ ଯାତ୍ରା
February 27
11:11 2025

କୋରାପୁଟ,୨୭/୨ : ଜାଗର ଯାତ୍ରା ହୋଇଛି ଶେଷ ଯାତ୍ରା । ଜାଗର ଦେଖି ଫେରୁଥିବାବେଳେ ପୋଲ ଉପରୁ ବାଇକ ଖସିଯିବା ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ହୋଇଛନ୍ତି ।
ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଆନ୍ଧ୍ର ସୀମାନ୍ତ ଚାଟୁଆ ପଞ୍ଚାୟତର ଆନ୍ଦାରିଗାଡ଼ା ନିକଟରେ । ସମସ୍ତ ଆହତ ଓ ମୃତକମାନେ ହେଲେ ପଟାଙ୍ଗି ବ୍ଲକ୍ ସାଡ଼ାମ୍ ଗ୍ରାମର ବୋଲି ଜଣାପଡ଼ିଛି ।
କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍ ସାଡ଼ାମ୍ ଗ୍ରାମର ତିନି ଜଣ ଯୁବକ ମହାଶିବରାତ୍ରୀ ଉପଲକ୍ଷେ ଚାଟୁଆ ଗାଁକୁ ଜାଗର ଯାତ୍ରା ଦେଖିବାକୁ ଯାଇଥିଲେ । ଗୋଟିଏ ବାଇକରେ ସମସ୍ତେ ଘରକୁ ଫେରୁଥିବାବେଳେ ଚାଟୁଆ ପଞ୍ଚାୟତର ଆନ୍ଦାରିଗାଡ଼ା ନାଳ ପୋଲ ଉପରୁ ବାଇକ୍ ଟି ତଳକୁ ଖସିପଡ଼ିଥିଲା
ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ଜଣେ ଗୁରୁତରଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଗୁରୁତର ଜଣକ ହେଲେ ତ୍ରିପତି ଖରା । ବାଇକ୍ ଚାଳକଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।
ପୋଲିସ ଘଟଣା ସ୍ଥଳରେ ପହଁଚି ମୃତ ଦେହ ଏବଂ ବାଇକକୁ ଜବତ କରିଛି । ଅଧିକ ତଦନ୍ତ ପରେ ମୃତକଙ୍କ ପରିଚୟ ସ୍ପଷ୍ଟ ହେବ ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31