Indus Valley Times

ପିଶାଚ ପୁଅ; ଖାଇବାକୁ ଦେଲାନି ମା’, ଚିପିଦେଲା ତଣ୍ଟି

 Breaking News

ପିଶାଚ ପୁଅ; ଖାଇବାକୁ ଦେଲାନି ମା’, ଚିପିଦେଲା ତଣ୍ଟି

ପିଶାଚ ପୁଅ; ଖାଇବାକୁ ଦେଲାନି ମା’, ଚିପିଦେଲା ତଣ୍ଟି
July 17
11:40 2024

ବାଲେଶ୍ବର, ୧୭/୭ : ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ କାଞ୍ଚଗଡ଼ା ପଞ୍ଚାୟତ ତାଳପଦା ଗାଁରେ ଗତକାଲି ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ସେଠାରେ ଜଣେ ନୃଶଂସ ପୁଅ ନିଜ ମା’କୁ ମାରିଦେଇଥିବା କୁହାଯାଉଛି।
ସୂଚନା ଅନୁଯାୟୀ, ତାଳପଦା ଗାଁର ଅରୁଣ ମହାନ୍ତି(୪୫) ଗତକାଲି ରାତିରେ ମା’ ଆରତୀ ମହାନ୍ତି(୬୦)ଙ୍କୁ ଖାଇବାକୁ ମାଗିଥିଲେ।
ମା ଖାଦ୍ୟ ଦେବା ପରେ କାହିଁକି ମାଛ ହେଇନି ବୋଲି ପ୍ରଶ୍ନ କରିଥିଲେ। ମାଛ କେଉଁଠୁ ଆଣିବି ଟଙ୍କା ନାହିଁ ବୋଲି ମା କହିବାରୁ ଏଥିରେ ପୁଅ ରାଗିଯାଇ ମା’ଙ୍କୁ ମାରଧର କରିବା ସହିତ ତଣ୍ଟି ଚିପି ଦେଇଥିଲା।
ଏହା ଦେଖି ଅରୁଣଙ୍କ ସ୍ତ୍ରୀ କବିତା ଆସି ଛଡ଼େଇବାକୁ ଆସିଥିଲା ବେଳେ ତାଙ୍କୁ ମଧ୍ୟ ମାରଧର କରିଥିଲେ। ତଣ୍ଟି ଚିପିବା ପରେ ମା ଅଚେତ ହୋଇ ତଳେ ପଡିଯାଇଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରିବା ପରେ ମେଡିକାଲ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବୋହୁ କବିତା ସିମୁଳିଆ ଥାନାରେ ହତ୍ୟା ଅଭିଯୋଗ ପରେ ସିମୁଳିଆ ପୁଲିସ ପୁଅ ଅରୁଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ ଅରୁଣ ଜଣେ ନିଶାସ୍ତ ଲୋକ। ସେ ଘରକୁ ନିଶା ସେବନ କରି ଘରକୁ ଆସି ପ୍ରତିଦିନ ବାଡ଼ିଆପିଟା କରନ୍ତି। ଏହି କାରଣରୁ ଗତ ୩ ବର୍ଷ ହେଲା ତାଙ୍କର ଦୁଇ ପିଲା ଓ ସ୍ତ୍ରୀ ତାଙ୍କଠାରୁ ଅଲଗା ହୋଇ ରହୁଥିଲେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31