Indus Valley Times

ପୁଅକୁ ସ୍କୁଲରେ ଛାଡ଼ିବାକୁ ଯାଉଥିଲେ ଦମ୍ପତି: ବାଟରେ ଜଗିଥିଲା ଯମ, ଚାଲିଗଲା ସ୍ତ୍ରୀଙ୍କ ଜୀବନ

 Breaking News

ପୁଅକୁ ସ୍କୁଲରେ ଛାଡ଼ିବାକୁ ଯାଉଥିଲେ ଦମ୍ପତି: ବାଟରେ ଜଗିଥିଲା ଯମ, ଚାଲିଗଲା ସ୍ତ୍ରୀଙ୍କ ଜୀବନ

ପୁଅକୁ ସ୍କୁଲରେ ଛାଡ଼ିବାକୁ ଯାଉଥିଲେ ଦମ୍ପତି: ବାଟରେ ଜଗିଥିଲା ଯମ, ଚାଲିଗଲା ସ୍ତ୍ରୀଙ୍କ ଜୀବନ
August 21
12:18 2023

ଜଗତସିଂହପୁର,୨୧/୮ : ହସଖୁସିରେ ୫ବର୍ଷ ପୁଅକୁ ସାଥିରେ ଧରି ବାଇକ୍ରେ ସ୍କୁଲ ଛାଡ଼ିବାକୁ ଯାଉଥିଲେ ବାପାମା’। ହେଲେ ସେମାନଙ୍କ ହସଖୁସି ବେଶୀ ସମୟ ରହିନଥିଲା। କ୍ଷଣିକରେ ସବୁ କିଛି ସରିଯାଇଥିଲା। ଘରଠୁ କିଛି ବାଟ ଗଲା ପରେ ଦ୍ରୁତଗତିରେ ଏକ କାର୍ ଆସି ବାଇକ୍ ଉପରେ ମାଡ଼ି ଯାଇଥିଲା। ଦୁର୍ଘଟଣାରେ ବାପପୁଅ ବଞ୍ଚିଗଲେ ସିନା ମା’ ଛେଉଣ୍ଡ ହୋଇଯାଇଥିଲା କୁନି ପୁଅ। ଏପରି ଦୁଃଖଦ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ପାରାଦୀପ ରାସ୍ତାର ପଙ୍କପାଳ ନିକଟରେ। ଆହତ ସୁମନ୍ତ ବେହେରା ଓ ତାଙ୍କ ପୁଅ ଆୟୁଷଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ମୃତ ମହିଳା ଜଣଙ୍କ ହେଲେ ଝିଲି ମାଝି।
ଆଜି ସକାଳେ ସୁମନ୍ତ ଓ ତାଙ୍କ ସ୍ତ୍ରୀ ପୁଅକୁ ଛାଡ଼ିବାକୁ ବାଇକ୍ରେ ସ୍କୁଲ ଯାଉଥିଲେ। ଘରଠୁ କିଛି ବାଟ ଗଲା ପରେ କଟକରୁ ଜଗତସିଂହପୁର ଅଭିମୁଖେ ଆସୁଥିବା କାର୍ ସେମାନଙ୍କ ବାଇକ୍କୁ ଧକ୍କା ଦେଇଥିଲା। ବାପାମା’ ଓ ଛୁଆ ଛିଟିକି ତଳେ ପଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ବାଟରେ ଝିଲିଙ୍କର ମୃତ୍ୟୁ ଘଟିଥିଲା। ବାପାପୁଅଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି। କାର୍ ଡ୍ରାଇଭର ଗାଡ଼ି ଛାଡି ଫେରାର ହୋଇଯାଇଛି।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031