Indus Valley Times

ପୁଣି ଅଶାନ୍ତ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସର; ଅତିଥି ଅଧ୍ୟାପକଙ୍କୁ ଆକ୍ରମଣ ଅଭିଯୋଗ

 Breaking News

ପୁଣି ଅଶାନ୍ତ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସର; ଅତିଥି ଅଧ୍ୟାପକଙ୍କୁ ଆକ୍ରମଣ ଅଭିଯୋଗ

ପୁଣି ଅଶାନ୍ତ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସର; ଅତିଥି ଅଧ୍ୟାପକଙ୍କୁ ଆକ୍ରମଣ ଅଭିଯୋଗ
February 12
17:43 2023

ଭୁବନେଶ୍ୱର,୧୨/୨: ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି। ଆଜି ମଧ୍ୟାହ୍ନରେ ପିଜି କାଉନସିଲ୍ ହଲରେ ଚାଲିଥିବା ଆଲୋଚନା ଚକ୍ରରେ ଗଣ୍ଡଗୋଳ ଓ ମାରପିଟ୍ ହୋଇଛି। ସିଟିଜେନ୍ସ ଫୋରମ ତରଫରୁ ଉତ୍କଳ ବିଶ୍ୱବିଦ୍ୟାଳୟ ପିଜି କାଉନସିଲ ଅଡ଼ିଟୋରିୟମ ଠାରେ \” ସମ୍ବିଧାନ ଏବଂ ଜାତୀୟ ଶିକ୍ଷା ନୀତି\” ସମ୍ପର୍କରେ ଆଲୋଚନା ସଭା ଚାଲିଥିଲା ବେଳେ ଏହି ଘଟଣା ଘଟିଛି।
ଜେଏନୟୁର ପ୍ରଫେସର ସୁରଜିତ ମଜମୁଦାର ବକ୍ତବ୍ୟ ରଖିବା ସମୟରେ ତାଙ୍କୁ ବିରୋଧ କରି ଗଣ୍ଡଗୋଳ ସୂତ୍ରପାତ ହୋଇଥିଲା। ବକ୍ତବ୍ୟରେ ଉପସ୍ଥାପିତ କିଛି ମନ୍ତ୍ରବ୍ୟକୁ ଏବିଭିପି ପକ୍ଷରୁ ବିରୋଧ କରାଯାଇଥିଲା।
ସିଟିଜେନ୍ ଫୋରମର ଆବାହକ ପ୍ରଦୀପ୍ତ ନାୟକ ଏବଂ ଅଧ୍ୟାପକ ସୁରେନ୍ଦ୍ର ଜେନାଙ୍କୁ କିଛି ଏବିଭିପି ସଦସ୍ୟ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରି ଶାରୀରିକ ଭାବେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।
ଶେଷରେ ସେମିନାରକୁ ବନ୍ଦ ରଖାଯାଇଥିଲା। ଗଣ୍ଡଗୋଳରେ ୨ ଆହତ ହୋଇଥିବା ବେଳେ ଉଭୟ ପକ୍ଷରୁ ସହିଦନଗର ଥାନାରେ ଏତଲା ଦିଆଯାଇଛି। ସିଟିଜେନ୍ ଫୋରମ୍ ସଦସ୍ୟଙ୍କୁ ରୁମ୍ରେ ପୂରାଇ ଅଟକ ରଖିବା ନେଇ ଅଭିଯୋଗ ହୋଇଛି।
ଏବିଭିପି ପକ୍ଷରୁ ମାନସ ସାହୁ କହିଛନ୍ତି, ମନ୍ତ୍ରବ୍ୟରେ ଟୁକୁଡ଼େ ଟୁକୁଡ଼େ ଗ୍ୟାଙ୍ଗ୍……. ଶବ୍ଦର ବ୍ୟବହାର କରାଯାଇଥିଲା। ଦେଶ ବିରୋଧୀ ମନ୍ତବ୍ୟ ଦିଆଯାଇଥିଲା। ତେଣୁ ବାଣୀବିହାରର ପୂର୍ବତନ ଛାତ୍ର ଭାବେ ଏହାକୁ ବିରୋଧ କରାଯାଇଥିଲା। ଆଗକୁ ମଧ୍ୟ ବିରୋଧ କରାଯିବ। ଜେଏନ୍ୟୁ ଭଳି ଏଠାରେ ଅଶାନ୍ତି ସୃଷ୍ଟିକାରୀ ମନ୍ତବ୍ୟକୁ ପ୍ରଶୟ ଦିଆଯିବନି।
ତେବେ ଏନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କିମ୍ବା ପୁଲିସର ପ୍ରତିକ୍ରିୟା ମିଳିପାରିନି ।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031