Indus Valley Times

ପୁଣି ବିବାଦରେ ପ୍ରଯୋଜକ ଟୁଟୁ ନାୟକ, ମହିଳା ସାମ୍ୱାଦିକଙ୍କୁ ପିଟିଥିବା ଅଭିଯୋଗ

 Breaking News

ପୁଣି ବିବାଦରେ ପ୍ରଯୋଜକ ଟୁଟୁ ନାୟକ, ମହିଳା ସାମ୍ୱାଦିକଙ୍କୁ ପିଟିଥିବା ଅଭିଯୋଗ

ପୁଣି ବିବାଦରେ ପ୍ରଯୋଜକ ଟୁଟୁ ନାୟକ, ମହିଳା ସାମ୍ୱାଦିକଙ୍କୁ ପିଟିଥିବା ଅଭିଯୋଗ
November 03
17:18 2023

ଭୁବନେଶ୍ୱର,୩/୧୧ : ପୁଣି ଥରେ ଚର୍ଚ୍ଚାରେ ଓଡ଼ିଶା ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁ। ତାଙ୍କ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ। ଆଉ ଅଭିଯୋଗ ଆଣିଛନ୍ତି ଜଣେ ମହିଳା ସାମ୍ୱାଦିକ। ସେ ମହିଳା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ସହ ତାଙ୍କ ଗାଲକୁ ଚାପୁଡ଼ା ପକାଇଥିବା ଅଭିଯୋଗ ହୋଇଛି। ରାଜଧାନୀ ଭୁବନେଶ୍ୱରରେ ଏପରି ଘଟଣା ଘଟିଛି।
ଆଜି ଶୁକ୍ରବାର ଥିବାରୁ କୌଣସି ଏକ ଓଡ଼ିଆ ଫିଲ୍ମ ପ୍ରିମିୟର୍ ଶୋ’ ଆୟୋଜନ କରାଯାଇଥିଲା। ଏହି ଶୋ’ ପାଇଁ ସିନେ ଅଭିନେତା, ଅଭିନେତ୍ରୀ, ପ୍ରଯୋଜକ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯାଇଥିଲା। ପ୍ରିମୟର ଶୋ’ ଚାଲିଥିବା ବେଳେ ମହିଳା ସାମ୍ୱାଦିକା ଦେବସ୍ମିତା ରାଉତ ବାହାକୁ ଆସିଥିଲେ। ଫିଲ୍ମର ହିରୋଙ୍କ ବାଇଟ୍ ନେବା ପାଇଁ ଚେଷ୍ଟା କରିଥିଲେ।
କିନ୍ତୁ ଏହି ସମୟରେ ହଠାତ୍ ଟୁଟୁ ନାୟକ ପଛ ପାର୍ଶ୍ୱରୁ ଆସିଥିଲେ। କେହି କିଛି ବୁଝିବା ଆଗରୁ ସେ ସାମ୍ବାଦିକ ଦେବସ୍ମିତାଙ୍କ ଗାଲକୁ ଶକ୍ତ ଚାପୁଡ଼ା ମାରିଥିଲେ। ପରେ ତାଙ୍କୁ ସେ ଠେଲି ଦେଇଥିଲେ। ଫଳରେ ଦେବସ୍ମିତାଙ୍କ ହାତରୁ ବୁମ୍ ଓ ଫୋନ୍ ଖସି ପଡ଼ିଥିଲା। ସେ (ଟୁଟୁ) ବୁମ୍ ଉଠାଇବା ପରିବର୍ତ୍ତେ ହସିଦେଇ ସେଠାରୁ ପଳାଇ ଯାଇଥିବା ଦେବସ୍ମିତା ଅଭିଯୋଗ କରିଛନ୍ତି।
ଟୁଟୁ ନାୟକଙ୍କ ଏପରି ବ୍ୟବହାର ମୋତେ ଅତିଷ୍ଠ କରିଛି। ତେଣୁ ତାଙ୍କ ବିରୋଧରେ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ ଦାବି କରିଛନ୍ତି।
ଦେବସ୍ମିତା ଏନେଇ ଖାରବେଳ ନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି କମିଶନରେଟ୍ ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ ଫିଲ୍ମ ହଲ୍ରେ ପହଞ୍ଚି ସିସିଟିଭି ଯାଞ୍ଚ କରୁଛି। ତେବେ ଏନେଇ ଟୁଟୁ ନାୟକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031