Indus Valley Times

ପୁରୀ ମୁଖ୍ୟ କେନାଲରେ ୨୦ ଫୁଟର ଘଳିଆ, ବାଳକାଟି ଜଳମଗ୍ନ

 Breaking News

ପୁରୀ ମୁଖ୍ୟ କେନାଲରେ ୨୦ ଫୁଟର ଘଳିଆ, ବାଳକାଟି ଜଳମଗ୍ନ

ପୁରୀ ମୁଖ୍ୟ କେନାଲରେ ୨୦ ଫୁଟର ଘଳିଆ, ବାଳକାଟି ଜଳମଗ୍ନ
August 06
11:48 2023

ଭୁବନେଶ୍ୱର,୬/୮: ଭୁବନେଶ୍ୱର ଉପକଣ୍ଠ ବାଳକାଟି -ପୁରୀ ମୁଖ୍ୟ କେନାଲରେ ଆଜି ଭୋରୁ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି। ଘାଇଟି ସାଇଫନ ନିକଟରେ ହୋଇଛି। ଏହାଫଳରେ ବାଳକାଟି ଗ୍ରାମ୍ୟ ଜଙ୍ଗଲ ଏବଂ କଲେଜ ପଡ଼ିଆରେ ପାଣି ପ୍ରବେଶ କରିଛି। ଅଚ୍ୟୁତପୁର ଏବଂ ପିପିଲି ଜଳ ସଂପଦ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ପାଣି ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା କରିଥିଲେ। ବାଲିଅଖା ଖଞ୍ଜି ପାଣି ବନ୍ଦ କରାଯାଇଛି।
ଏଣେ ପିପିଲି ପୋପରଙ୍ଗା ପଞ୍ଚାୟତ ପାଚଲପୁର ଗାଁର ୩୦ ପରିବାର ଜଳବନ୍ଦୀ ଥିବାର ଖବର ମିଳିଛି। ଗଙ୍ଗୁଆ ନାଳ ପାଣି ଗାଁରେ ପଶିବାରୁ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହୋଇଛି। ଏକର ଏକର ଚାଷ ଜମି ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଛି। ଗତବର୍ଷ ବନ୍ୟା ଯୋଗୁ ମଧ୍ୟ ଗଙ୍ଗୁଆ ନାଳରେ ଘାଇ ସୃଷ୍ଟି ହୋଇଥିଲା। ଲୋକେ ୨୫ ଦିନ ଜଳବନ୍ଦୀ ରହିଥିଲେ। ତେବେ ସେହି ଘାଇ ମରାମତି ହୋଇନଥିବାରୁ ପୁଣି ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି।

Tags
Share

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031