Indus Valley Times

ପୂର୍ବରୁ ପଶ୍ଚିମକୁ ଗଡ଼ିଲା ସିଧାସଳଖ ଟ୍ରେନ; ପୁରୀ କୋରାପୁଟ ଏକ୍ସପ୍ରେସ

 Breaking News

ପୂର୍ବରୁ ପଶ୍ଚିମକୁ ଗଡ଼ିଲା ସିଧାସଳଖ ଟ୍ରେନ; ପୁରୀ କୋରାପୁଟ ଏକ୍ସପ୍ରେସ

ପୂର୍ବରୁ ପଶ୍ଚିମକୁ ଗଡ଼ିଲା ସିଧାସଳଖ ଟ୍ରେନ; ପୁରୀ କୋରାପୁଟ ଏକ୍ସପ୍ରେସ
July 07
11:18 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୭/୭ : ପୂର୍ବତଟ ରେଳପଥ ଖୋର୍ଦ୍ଧାରୋଡ ମଣ୍ଡଳ ଅନ୍ତର୍ଗତ ବିଶ୍ୱ ପ୍ରସିଦ୍ଧ ଶ୍ରୀ ଜଗନ୍ନାଥ ଧାମ ପୁରୀରୂ ପଶ୍ଚିମ ଓଡ଼ିଶା କୋରାପୁଟକୁ ପ୍ରଥମ କରି ସିଧାସଳଖ ତ୍ରିସାପ୍ତାହିକ ଟ୍ରେନ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ପୁରୀ ଠାରେ ସବୁଜ ପତକା ଦେଖାଇ ଶୁଭାରମ୍ଭ କରିଥିଲେ ।
ଟ୍ରେନଟି ଖୋର୍ଦ୍ଧାରୋଡ ପହଞ୍ଚିବା ପରେ ସ୍ଥାନିୟ ନୋଡାଲ ଅଫିସର ତଥା ବରିଷ୍ଠ ଡ଼ିଏମଇ ଲିଙ୍କନ ପାତ୍ର, ସହକାରୀ ବାଣିଜ୍ୟ ଅଧିକାରୀ ଧୀରେନ୍ଦ୍ର କୁମାର ପୁରୀ, ଷ୍ଟେସନ ମ୍ୟାନେଜର ନିରଞ୍ଜନ ପ୍ରଧାନ ଓ ଷ୍ଟେସନ ସିଟିଆଇ ଇନଚାର୍ଜ ଏଲ ଡି ମହାନ୍ତି ସବୁଜ ପତକା ଦେଖାଇ ଟ୍ରେନର ଯାତ୍ରା ଆରମ୍ଭ କରିଥିଲେ ।
ଭାରତ ମାତା କୀ ଜୟ, ବନ୍ଦେ ମାତରଂ ଓ ଜୟ ଜଗନ୍ନାଥ ଧ୍ୱନିରେ ଟ୍ରେନ କୁ ସ୍ୱାଗତ କରାଯାଇଥିଲା ।
ଏହି ଟ୍ରେନର ନମ୍ବର ୧୮୪୦୭ (ପୁରୀ କୋରାପୁଟ) ପୁରୀରୁ ପ୍ରତ୍ୟକ ସୋମବାର, ଗୁରୁବାର ଓ ଶନିବାର ସକାଳ ୭ ଟାରେ ଛାଡି ରାତ୍ର ୧୧.୩୦ ରେ କୋରାପୁଟ ପହଞ୍ଚିବ ଓ ଟ୍ରେନ ନମ୍ବର ୧୮୪୦୮ (କୋରାପୁଟ ପୁରୀ ) କୋରାପୁଟରୁ ପ୍ରତ୍ୟେକ ମଙ୍ଗଳବାର,ଶୁକ୍ରବାର ଓ ରବିବାର ସକାଳ ୫ ଟାରେ ଛାଡି ପୁରୀରେ ରାତ୍ର ୧୦.୨୦ ରେ ପହଞ୍ଚିବ । ଏହାଦ୍ୱାରା ପଶ୍ଚିମ ଓଡ଼ିଶାର ବିଭିନ୍ନ ପ୍ରାକୃତିକ ଦର୍ଶନୀୟ ସ୍ଥାନ ବୁଲିବାର ସୁଯୋଗ ପାଇବା ସହିତ ପଶ୍ଚିମ ଓଡ଼ିଶା ଲୋକେ ଜଗନ୍ନାଥ ଧାମ ପୁରୀ, ବିଭିର୍ନ ତୀର୍ଥସ୍ଥାନ , ଉତ୍ତମ ଶିକ୍ଷା , ସ୍ୱାସ୍ଥ୍ୟ ସେବା ସହିତ ରାଜଧାନୀ ସହ ସ୍ୱଳ୍ପ ମୂଲ୍ୟରେ ଯୋଡିହୋଇ ପାରିବେ ବୋଲି ଅଧିକାରୀ ମାନେ କହିଥିଲେ । ଏହି କାର୍ଯ୍ୟକ୍ରମକୁ ଖୋର୍ଦ୍ଧାରୋଡ ବିଭିନ୍ନ ବିଭାଗର ରେଳ କର୍ମଚାରୀ ମାନେ ପରିଚାଳନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31